Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରିଲା ବିଜୁ ମହିଳା ଜନତା ଦଳ

Published September 18, 2025 ରାଜନୀତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟରେ ଘଟୁଥିବା ମହିଳା ବିରୋଧ ଲୋମହର୍ଷଣକାରୀ ଘଟଣାଗୁଡିକ ତର୍ଜମା କରି ଆଜି ନୟାଗଡ଼ ବିଜୁ ମହିଳା ଜନତା ଦଳ ପକ୍ଷରୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରିଥିବା ଜଣାପଡିଛି । ରାଜ୍ୟବ୍ୟାପି ଏହି ଆନ୍ଦୋଳନ ଚାଲିଥିବା ବେଳେ ଆଜି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଆହ୍ୱାନ କ୍ରମେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଶତାଧିକ ମହିଳାଙ୍କୁ ନେଇ ଶାନ୍ତି ଶୃଙ୍ଖଳାର ସହ ପୋଲିସ ମୁଖ୍ୟାଳୟ ଘେରି ଆନ୍ଦୋଳନ କରିଥିଲେ।

ସରକାରଙ୍କ ବିରୋଧରେ ନାରା ବାଜି କରିବା ସହ ଛାତ୍ରଛାତ୍ରୀ ଓ ମହିଳା ମାନଙ୍କ ସୁରକ୍ଷା ଦାବି ନେଇ ପୋଲିସ ମହାନିର୍ଦ୍ଦେଶକ ଉଦ୍ଦେଶ୍ୟରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କୁ ସାତ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ରରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ସ୍ଥଳ ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ ଏକ ଭୟଙ୍କର ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣା ଜାତୀୟ ଏବଂ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମା ଆଣିଥିଲା ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡିଶାକୁ ଲଜ୍ଜିତ ହେବାକୁ ପଡ଼ିଥିଲେ।

ରାଜ୍ୟରେ ମହିଳା ବିରୋଧୀ ଅପରାଧ ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଉଥିବା ବେଳେ, ଶାସକ ଦଳର ବିଧାୟକମାନଙ୍କ ମହିଳା ବିରୋଧୀ ଅଭିମୁଖ୍ୟ ଗମ୍ଭୀର ରହିବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳାମାନଙ୍କ ପ୍ରତି ଅପମାନଜନକ, ଯୌନ ଏବଂ ଅଶାଳୀନ ମନ୍ତବ୍ୟ ଦେବା ମହିଳାମାନଙ୍କ ମାନସିକ ଚାପର ଏକ ପ୍ରମୁଖ କାରଣ ପାଲଟିଛି । ଏଭଳି ଅମାନବୀୟ ଘଟଣା ଗୁଡିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନ ନେବା ଏବଂ ନ୍ୟାୟ ନ ମିଳିବା ହେତୁ ମହିଳାମାନେ ଅତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଉଛନ୍ତି।ସେହିପରି ଗତ ୧୫ ମାସ ମଧ୍ୟରେ ସରକାରୀ ସ୍କୁଲ ଏବଂ ହଷ୍ଟେଲରେ ଯୌନ ନିର୍ଯାତନାର ଅନେକ ମାମଲା ସାମ୍ନାକୁ ଆସିଛି ।

ଝାରସୁଗୁଡାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଏବଂ ମାଲକାନିଗିରିରେ ଜଣେ ଆଦିବାସୀ ଝିଅ ପ୍ରସବ କରିବା ଘଟଣା,  କେନ୍ଦୁଝର ଜିଲ୍ଲାର ପଣ୍ଡାପତା ପୋଲିସ ସୀମା ଅନ୍ତର୍ଗତ ତେନ୍ତଲାପଶି ଗ୍ରାମରେ ଜଣେ ୧୭ ବର୍ଷୀୟ ଆଦିବାସୀ ଝିଅକୁ ବହୁ ବ୍ୟକ୍ତିଙ୍କ ଦ୍ବାରା ଯୌନ ନିର୍ଯାତନା ପରେ ଝୁଲାଇ ଦେବା, ଅତୀତରେ ସୁନ୍ଦରଗଡ, କୋରାପୁଟ, ସମ୍ବଲପୁର ଜିଲ୍ଲାଗୁଡିକରେ ଆଦିବାସୀ ଏବଂ ଦଳିତ ଝିଅମାନଙ୍କ ସହିତ ସମାନ ଘଟଣାମାନ ଲୋକଲୋଚନକୁ ଆସିଛି । ଆମ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ନାରୀ ନିର୍ଯାତନା ଚଳିତବର୍ଷ ଉଦ୍‌ବେଗ ସ୍ଥିତିରେ ପହଞ୍ଚିଛି।

ଓଡିଶାରେ ପ୍ରତିଦିନ ୧୫ ଟି ବଳାତ୍କାର ମାମଲା ପଞ୍ଜିକୃତ ହେଉଛି I ଓଡିଶା ପ୍ରଥମଥର ପାଇଁ ଅପରାଧ ହାରରେ ବର୍ଷେ ଭିତରେ ୮ ଟି ରାଜ୍ୟ ମଧ୍ୟରେ ସ୍ଥାନୀତ ହେବା ଚିନ୍ତାର କାରଣ ହୋଇଛି । ଆମେରିକା ମହିଳା ପର୍ଯ୍ୟଟକମାନଙ୍କ ଓଡିଶାରେ ନିଜ ସୁରକ୍ଷା ସମ୍ପର୍କରେ ପରାମର୍ଶ (ଆଡଭାଇଜରି) ଲଜ୍ଜାର କାରଣ ହୋଇଛି । ୯ ମାସରେ ରାଜ୍ୟରେ ୨୦,୦୦୦ ରୁ ଅଧିକ ମହିଳା ନିଖୋଜ ହେବା ମାମଲା ପଞ୍ଜିକୃତ ହୋଇଛି, ଯାହା ମଧ୍ୟରୁ କେବଳ ୭,୦୪୮ ଜଣଙ୍କୁ ଠାବ କରାଯାଇଛି । ଯାହାକି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ସରକାରଙ୍କ ଏଭଳି ତଥ୍ୟ ସରକାର ଚଳାଇବାର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜିର ଏହି ଆନ୍ଦୋଳନରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌର ପରିଷଦର ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟାକ୍ଷ ଗୁରୁପ୍ରସାଦ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଦୁର୍ଯ୍ୟାଧନ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାଳତୀ ଗୁରୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷ, ଦଶପଲ୍ଲା ଏନଏସି ଅଧ୍ୟକ୍ଷା, ନୂଆଗାଁ ବ୍ଲକ ଅଧ୍ୟକ୍ଷା, ନୟାଗଡ଼ ବ୍ଲକ ଉପାଧ୍ୟାକ୍ଷାଙ୍କ ସହ ବହୁ ବରିଷ୍ଠ ମହିଳା ନେତ୍ରୀ ଓ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ହୋଇଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 18, 2025 September 18, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜନୀତି

୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ:୩ରେ ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା

Odisha Lekha October 2, 2026
ରାଜନୀତି

ବିଜେଡିର ମିଡିଆ ସେଲ୍ ପୁନର୍ଗଠିତ:ବିଭିନ୍ନ ଦାୟିତ୍ୱରେ  ନେତାଙ୍କୁ ନୂଆ ନିଯୁକ୍ତି:ଅରୁଣଙ୍କୁ ମିଳିଲା ମୁଖ୍ୟ ସଂଯୋଜକ ଦାୟୀତ୍ୱ

Odisha Lekha October 2, 2026
ରାଜନୀତିରାଜ୍ୟ ଖବର

୮ତାରିଖରେ ଓଡ଼ିଶା ବନ୍ଦ ଡାକରା: କଂଗ୍ରେସ

Odisha Lekha September 29, 2026
ରାଜନୀତିରାଜ୍ୟ ଖବର

ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ:ନବୀନ

Odisha Lekha September 28, 2026
ଆଞ୍ଚଳିକ ଖବରରାଜନୀତି

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Odisha Lekha September 27, 2026
ରାଜନୀତି

ଗଢ଼ା ହେଲା ବ୍ଲକ ଓ ନଗର ସଭାପତି:ସୁଦୃଢ ହେବ ବିଜୁ ମହିଳା ଜନତା ଦଳର ସଂଗଠନ

Odisha Lekha September 26, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?