ନୟାଗଡ଼, (ଓଡ଼ିଶା ଲେଖା): ବିଜୁ ଜନତା ଦଳ ପକ୍ଷରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଓ ନଗର ପାଇଁ ବିଜୁ ମହିଳା ଜନତା ଦଳର ନୂତନ ସଭାପତିମାନଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ହୋଇଥିବା ନେଇ ଦଳ ପକ୍ଷରୁ ଜାରି ଅଫିସ ଅର୍ଡରରେ ଉଲ୍ଲେଖ ରହିଛି।ନୟାଗଡ଼ ବ୍ଲକ ବିଜୁ ମହିଳା ଜନତା ଦଳର ସଭାପତି ଭାବେ ସାଗରବାଳା ବରାଡ଼ଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଓଡ଼ଗାଁ ବ୍ଲକ ପାଇଁ ଦୀପିକା ସେଠୀ, ଓଡ଼ଗାଁ ଏନଏସି ପାଇଁ ବିଜୟଲକ୍ଷ୍ମୀ ଆଚାରୀ, ନୟାଗଡ଼ ପୌରାଞ୍ଚଳ ପାଇଁ ପୁଷ୍ପାଞ୍ଜଳି ମହାପାତ୍ର, ରଣପୁର ବ୍ଲକ ପାଇଁ ନର୍ମଦା କୁମାରୀ ରାୟ, ରଣପୁର ଏନଏସି ପାଇଁ ଜୟନ୍ତୀ ମହାରଣା, ଖଣ୍ଡପଡ଼ା ବ୍ଲକ ପାଇଁ ଉପମା ବେହେରା, ଭାପୁର ବ୍ଲକ ପାଇଁ କବିତା ମହାରଣା ଏବଂ ଖଣ୍ଡପଡ଼ା ଏନଏସି ପାଇଁ ସୁପ୍ରିୟା ଦାସଙ୍କୁ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ କାର୍ଯ୍ୟକାରୀ ହେବ। ନୂତନ ଦାୟିତ୍ୱ ପାଇଥିବା ମହିଳା ନେତ୍ରୀମାନଙ୍କୁ ନେଇ ଜିଲ୍ଲାରେ ବିଜୁ ମହିଳା ଜନତା ଦଳର ସାଂଗଠନିକ କାର୍ଯ୍ୟକ୍ରମ ଆହୁରି ସକ୍ରିୟ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି। ତେବେ ଏନେଇ ନବ ନିଯୁକ୍ତ ହୋଇଥିବା ବ୍ଲକ, ପୌର ପରିଷଦ ଓ ଏନଏସି ର ମହିଳା ସଭାପତି ମାନେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଖଣ୍ଡପଡ଼ା-ଭାପୁର ବିଜେଡ଼ି ନେତା ବେଣୁଧର ପ୍ରଧାନ, ମହିଳା ଜିଲ୍ଲା ସଭାପତି ବିରଜାଲକ୍ଷ୍ମୀ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।

