ଭୁବନେଶ୍ୱର, (ଓଡ଼ିଶା ଲେଖା): ବିଜୁ ଜନତା ଦଳ ପକ୍ଷରୁ ଦଳର ମିଡିଆ ସେଲ୍କୁ ପୁନର୍ଗଠନ କରାଯାଇଛି। ଏନେଇ ଦଳ ପକ୍ଷରୁ ଅକ୍ଟୋବର ୨ତାରିଖରେ ଏକ ଅଫିସ୍ ଅର୍ଡର ଜାରି କରାଯାଇଛି। ପୂର୍ବରୁ ଜାରି ହୋଇଥିବା ସମସ୍ତ ଆଦେଶକୁ ବାତିଲ କରି ନୂତନ ଭାବେ ମିଡିଆ ସେଲ୍ର ଦାୟିତ୍ୱ ବଣ୍ଟନ କରାଯାଇଛି। ଏହା ଉପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଥିବା ଜଣାପଡିଛି । ଅଫିସ୍ ଅର୍ଡର ଅନୁଯାୟୀ, ଇଲେକ୍ଟ୍ରୋନିକ୍ ମିଡିଆ ପାଇଁ ଡ଼ ଅରୁଣ କୁମାର ସାହୁଙ୍କୁ ଚିଫ୍ କୋ-ଅର୍ଡିନେଟର, ଦେବେଶ ଆଚାର୍ଯ୍ୟଙ୍କୁ ସିନିୟର କୋ-ଅର୍ଡିନେଟର ଏବଂ ଲେନିନ ମହାନ୍ତିଙ୍କୁ କୋ-ଅର୍ଡିନେଟର ଦାୟିତ୍ୱ ଦିଆଯାଇଛି। ପ୍ରିଣ୍ଟ ମିଡିଆ ବିଭାଗରେ ସଞ୍ଜୟ କୁମାର ଦାସ ବର୍ମାଙ୍କୁ ଚିଫ୍ କୋ-ଅର୍ଡିନେଟର, ଗୌତମ ବୁଦ୍ଧ ଦାସଙ୍କୁ ସିନିୟର କୋ-ଅର୍ଡିନେଟର ଏବଂ ପ୍ରିୟବ୍ରତ ମାଝୀଙ୍କୁ କୋ-ଅର୍ଡିନେଟର ଭାବେ ନିଯୁକ୍ତ କରାଯାଇଛି। ସେହିପରି ସୋସିଆଲ ମିଡିଆ ଓ ଆଇଟି ବିଭାଗରେ ପ୍ରତାପ ଜେନାଙ୍କୁ ଚିଫ୍ କୋ-ଅର୍ଡିନେଟର, ପ୍ରଣବ କୁମାର ବଳବନ୍ତରାୟଙ୍କୁ ସିନିୟର କୋ-ଅର୍ଡିନେଟର, ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ ସୋସିଆଲ ମିଡିଆ କୋ-ଅର୍ଡିନେଟର ଏବଂ ଅମ୍ରେଶ ପାତ୍ରୀଙ୍କୁ ଆଇଟି କୋ-ଅର୍ଡିନେଟର ଦାୟିତ୍ୱ ଦିଆଯାଇଛି। ନ୍ୟାସନାଲ୍ ସ୍ପୋକ୍ସପର୍ସନ୍ ତାଲିକା ବିଜେଡିର ନ୍ୟାସନାଲ୍ ସ୍ପୋକ୍ସପର୍ସନ୍ ଭାବେ ଡ଼ ସନ୍ତୃପ୍ତ ମିଶ୍ର, ଡ଼ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ସୁଭାଷିଷ ଖୁଣ୍ଟିଆ, କଳିକେଶ ନାରାୟଣ ସିଂହଦେଓ, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଲେଖାଶ୍ରୀ ସାମନ୍ତସିଂହାର ଏବଂ ଭୃଗୁ ବକ୍ସିପାତ୍ରଙ୍କ ନାମ ରହିଛି। ଦଳ ପକ୍ଷରୁ ଜାରି ଏହି ଆଦେଶ ଅନୁଯାୟୀ, ନୂତନ ମିଡିଆ ସେଲ୍ ବିଜେଡିର ଇଲେକ୍ଟ୍ରୋନିକ୍, ପ୍ରିଣ୍ଟ, ସୋସିଆଲ ମିଡିଆ ଓ ଆଇଟି ସମ୍ପର୍କିତ କାର୍ଯ୍ୟକୁ ସମନ୍ୱୟ କରିବ।

