ଭୁବନେଶ୍ୱର, (ଓଡ଼ିଶା ଲେଖା ): ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି।ବନ୍ଦକୁ ସଫଳ କରିବା ପାଇଁ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକୁ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ଅପିଲ୍ କରାଯାଇଛି। ରାଜ୍ୟର ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।ପିସିସି ସଭାପତି ଭକ୍ତ ଚରଣ ଦାସ ଇଣ୍ଡି ମେଣ୍ଟର ସମସ୍ତ ସହଯୋଗୀ ଦଳ, ଦଳୀୟ କର୍ମୀ ଓ ସମର୍ଥକଙ୍କୁ ବନ୍ଦରେ ସାମିଲ ହୋଇ ଏହାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି। ବନ୍ଦ ଦିନ ରାଜ୍ୟରେ ଜନଜୀବନ ଓ ଯାତାୟାତ ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

