Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ:୩ରେ ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା

Published October 2, 2026 ରାଜନୀତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ଅକ୍ଟୋବର ୮ରେ ପ୍ରସ୍ତାବିତ ଓଡ଼ିଶା ବନ୍ଦକୁ ନୟାଗଡ଼ ଜିଲ୍ଲାରେ ସଫଳ କରିବା ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏନେଇ ନୟାଗଡ଼ ପୂର୍ତ୍ତ ଡାକବଙ୍ଗଳାଠାରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଇଣ୍ଡିଆ ବ୍ଲକ୍‌ର ଅଂଶୀଦାର ଦଳଗୁଡ଼ିକ ପକ୍ଷରୁ ନୟାଗଡ଼ ଜିଲ୍ଲାରେ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ର ଶୁଭାରମ୍ଭ କରାଯାଇଥିଲା। ତ୍ରିନାଥ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ରାମଧୁନ୍‌ ଓ ଜାତୀୟ ସଙ୍ଗୀତ ଗାନ ପରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବୈଠକରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ଓଡ଼ିଶା ବନ୍ଦର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, MMDR ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପ୍ରଦାନ ଆଦି ରହିଛି। ରାଜ୍ୟସ୍ତରରେ ମଧ୍ୟ ଇଣ୍ଡିଆ ମେଣ୍ଟ ଏହି ପ୍ରସଙ୍ଗଗୁଡ଼ିକୁ ନେଇ ୮ ଅକ୍ଟୋବର ବନ୍ଦ ଡାକରା ଦେଇଛି। ବନ୍ଦ ପାଇଁ ଜିଲ୍ଲାରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆସନ୍ତା ୩ ଅକ୍ଟୋବରରେ ବ୍ଲକସ୍ତରୀୟ ବୈଠକ କରାଯାଇ ପ୍ରତ୍ୟେକ ଅଞ୍ଚଳରେ ପ୍ରଚାର ଓ ଜନସମ୍ପର୍କ ଅଭିଯାନ ଆରମ୍ଭ କରାଯିବ। ସେହିପରି ୬ ଅକ୍ଟୋବରରେ ପଦଯାତ୍ରା ଓ ଶୋଭାଯାତ୍ରା ଏବଂ ୭ ଅକ୍ଟୋବରରେ ମଶାଲ ଶୋଭାଯାତ୍ରା ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ସିପିଆଇ(ଏମ୍) ଜିଲ୍ଲା ସଂଯୋଜକ ନିତ୍ୟାନନ୍ଦ ପରିଡ଼ା, ନୟାଗଡ଼ ଆଞ୍ଚଳିକ କମିଟି ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ନୟାଗଡ଼ ବ୍ଲକ କଂଗ୍ରେସ ସଭାପତି ହସିମ ଖାଁ, ଡିସିସି ବରିଷ୍ଠ ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଶିବରଞ୍ଜନ ସାହୁ, ଜୋନ କଂଗ୍ରେସ ସଭାପତି ବ୍ରଜକିଶୋର ଲେଙ୍କା, ଡିସିସି ଜିଏସ୍ ପୀତବାସ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ରଣପୁର ଆଞ୍ଚଳିକ କମିଟି ସମ୍ପାଦକ ଦୁଃଶାସନ ଜେନା, ଶରଣକୁଳ ସମ୍ପାଦକ ଜ୍ୟୋତିପ୍ରଭା ଜେନା, ଜୟନ୍ତୀ ମହାରଣା ଓ ଛାତ୍ର କଂଗ୍ରେସ ନେତା ଓମପ୍ରକାଶ ପ୍ରଧାନଙ୍କ ସମେତ ବିଭିନ୍ନ ନେତା ଓ କର୍ମୀ ଯୋଗଦେଇଥିଲେ। ବୈଠକ ଶେଷରେ ଉପସ୍ଥିତ ନେତାମାନେ ୮ ଅକ୍ଟୋବର ବନ୍ଦକୁ ନେଇ ତୃଣମୂଳସ୍ତରରେ ବ୍ୟାପକ ପ୍ରଚାର, ଜନସମ୍ପର୍କ ଓ ସଂଗଠନକୁ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 2, 2026 October 2, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର
ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ରାଜନୀତି

ବିଜେଡିର ମିଡିଆ ସେଲ୍ ପୁନର୍ଗଠିତ:ବିଭିନ୍ନ ଦାୟିତ୍ୱରେ  ନେତାଙ୍କୁ ନୂଆ ନିଯୁକ୍ତି:ଅରୁଣଙ୍କୁ ମିଳିଲା ମୁଖ୍ୟ ସଂଯୋଜକ ଦାୟୀତ୍ୱ

Odisha Lekha October 2, 2026
ରାଜନୀତିରାଜ୍ୟ ଖବର

୮ତାରିଖରେ ଓଡ଼ିଶା ବନ୍ଦ ଡାକରା: କଂଗ୍ରେସ

Odisha Lekha September 29, 2026
ରାଜନୀତିରାଜ୍ୟ ଖବର

ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ:ନବୀନ

Odisha Lekha September 28, 2026
ଆଞ୍ଚଳିକ ଖବରରାଜନୀତି

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Odisha Lekha September 27, 2026
ରାଜନୀତି

ଗଢ଼ା ହେଲା ବ୍ଲକ ଓ ନଗର ସଭାପତି:ସୁଦୃଢ ହେବ ବିଜୁ ମହିଳା ଜନତା ଦଳର ସଂଗଠନ

Odisha Lekha September 26, 2026
ରାଜନୀତି

ନାଟୁଗାଁ ମିଶ୍ରଣ ପର୍ବ ଘଟଣା:ସୋଶିଆଲ ମିଡିଆରେ ବିଜେପି ନେତ୍ରୀଙ୍କ ପୋଷ୍ଟକୁ ନେଇ ଧୂଆଁବାଣ ଚର୍ଚ୍ଚା

Odisha Lekha September 23, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?