Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଅର୍ଦ୍ଧନିର୍ମିତ ସରକାରୀ କ୍ଵାଟରରୁ ବିପୁଳ ପରିମାଣର କାଠ ପଟା ଜବତ

Published September 15, 2025 ଅପରାଧ
SHARE

ନୟାଗଡ଼, (ଓଡ଼ିଶା ଲେଖା): ଗଣିଆ ବନବିଭାଗକୁ ମିଳିଛି ବଡ ସଫଳତା । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ଏକ ଅର୍ଦ୍ଧନିର୍ମିତ ସରକାରୀ ବାସଗୃହରୁ ମିଳିଛି ଟ୍ରିପ ଟ୍ରିପ ଶାଗୁଆନ ଏବଂ ଶାଳକାଠର ପଟା ଓ ଚଉକାଠ । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ତରଫରୁ ଜଣାପଡିଛି । ସୂଚନାନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏକ ଅର୍ଦ୍ଧନିର୍ମିତ ସରକାରୀ କ୍ଵାଟରରୁ ବିପୁଳ ପରିମାଣର କାଠ ପଟା,ଚଉକାଠ ଗଚ୍ଛିତ ଥିବା କୈାଣସି ସୂତ୍ରରୁ ବନବିଭାଗକୁ ସୂଚନା ମିଳିଥିଲା । ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଗଣିଆ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟର ସନ୍ତୋଷ କୁମାର ପ୍ରଧାନ, ନୟାଗଡ ମୋବାଇଲ ସ୍କ୍ୱାର୍ଡ ଫରେଷ୍ଟର ପ୍ରଭାସ ଚନ୍ଦ୍ର ମଲ୍ଲିକ,ସୁରେଶ କୁମାର ସାହୁ,ବବୁଲ ସାହୁ, ସନ୍ତୋଷ କୁମାର ଦୋରା, ଫରେଷ୍ଟ ଗାର୍ଡ ଧରଣୀଧର ନାୟକ,କୁନି ଓଝା ପ୍ରମୁଖ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଏତେ ସଂଖ୍ୟକ କାଠ ଦେଖି ବନବିଭାଗ କର୍ମଚାରୀ ଆଶ୍ଚର୍ଯ୍ୟ ଓ ଚକିତ ହୋଇଯାଇଥିଲେ । ଉକ୍ତ କ୍ଵାଟରରୁ କାଠ ଗୁଡ଼ିକୁ ବୋହି ଆଣିବାକୁ ପ୍ରାୟ ଦୁଇଘଣ୍ଟାରୁ ଅଧିକ ସମୟ ଲାଗିଥିଲା । କ୍ଵାଟର ନିର୍ମାଣ କରୁଥିବା ଠିକାଦାର ଘଟଣାସ୍ଥଳରେ ପହଞ୍ଚି କାଠ ଆଣିଥିବା ରସିଦ ଦେଖାଇଥିଲେ ମଧ୍ୟ ସେଥିରେ ବିଭାଗୀୟ ଅଧିକାରୀ ସନ୍ତୁଷ୍ଟ ହୋଇନଥିଲେ । ଏପରିକି ବାହାରୁ ଚୋରାରେ କାଠଗଣ୍ଡି ଆଣି ସେଠାରେ କାଠ କଟାଯାଇଥିବା ଏବଂ କାଠର ଛେଲା ଏବଂ ପାଖିପଟା ପଡ଼ିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ପରେ ଜବତ କାଠ ପଟା ଗୁଡିକୁ ଗଣିଆ ବନବିଭାଗ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ତେବେ ଜବତ କାଠ ମଧ୍ୟରେ ପଟ୍ଟା ୨୮୦ ଖଣ୍ଡ ଏବଂ ଦୁଆରବନ୍ଧ ସାଇଜ଼ ୯୦ ଖଣ୍ଡ ବୋଲି ଫରେଷ୍ଟର ମନୋଜ ପ୍ରଭାକର ସାହୁ ପ୍ରକାଶ କରିଛନ୍ତି । ଯଦି କାଠଗୁଡିକ ଚୋରା କାଠ ତେବେ ଏତେ ପରିମାଣରେ ସେଠାରେ ଥିବା ବେଳେ କିଭଳି ବନ ବିଭାଗୀୟ ଅଧିକାରୀ ଜାଣିପାରିଲେନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ବିଭାଗ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତଦନ୍ତ ରିପୋର୍ଟ ସାର୍ବଜନୀନ କରିବ ନା ବନ ବିଭାଗ ଚାପି ଦେବ ତାହା ଆଗାମୀ ଦିନରେ ଜଣାପଡିବ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 15, 2025 September 15, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad1
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ

Odisha Lekha September 26, 2026
ଅପରାଧଜିଲ୍ଲା ଖବର

ହୋଟେଲ ଛାତରୁ ଡେଇଁ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

Odisha Lekha September 25, 2026
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ:୨ଟି ଗାଡ଼ି ଜବତ, ୩ ଅଭିଯୁକ୍ତ ଗିରଫ

Odisha Lekha September 22, 2026
ଅପରାଧ

ବାଟୋଇଙ୍କ ଠାରୁ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

Odisha Lekha September 22, 2026
ଅପରାଧ

ଯୌତୁକ ନିର୍ଯାତନାରୁ ବୋହୂର ମୃତ୍ୟୁ :ଶାବଳରେ ତଣ୍ଟି ଚିପି ହତ୍ୟା ଅଭିଯୋଗ; ଶାଶୁ ଅଟକ, ସ୍ୱାମୀ ଓ ଶଶୁର ଫେରାର

Odisha Lekha September 19, 2026
ଅପରାଧ

ନକଲି ମଦ ଜବତ, ୪ ଗିରଫ

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?