ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସହରର ଖଣ୍ଡପଡ଼ା ରୋଡ୍ ଟ୍ୟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ଥିବା ହୋଟେଲ ତ୍ରିନାଥ ରେସିଡେନ୍ସିରେ ଜଣେ ବୟସ୍କ ବ୍ୟକ୍ତି ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।ମୃତକ ଜଣକ ବ୍ରହ୍ମପୁର ଆମ୍ବପୁଆ ଗ୍ରାମର ସ୍ୱପ୍ନେଶ୍ୱର ପଟ୍ଟନାୟକ (୫୦) ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ତେବେ ସେ କେଉଁ କାରଣରୁ ଏଭଳି ଚରମ ପଦକ୍ଷେପ ନେଲେ, ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ।ଘଟଣା ସମ୍ପର୍କରେ ଖବର ପାଇ ନୟାଗଡ଼ ଟାଉନ ଥାନା ଆଇଆଇସି ରଶ୍ମିରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

