Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଯୌତୁକ ନିର୍ଯାତନାରୁ ବୋହୂର ମୃତ୍ୟୁ :ଶାବଳରେ ତଣ୍ଟି ଚିପି ହତ୍ୟା ଅଭିଯୋଗ; ଶାଶୁ ଅଟକ, ସ୍ୱାମୀ ଓ ଶଶୁର ଫେରାର

Published September 19, 2026 ଅପରାଧ
SHARE

ନୟାଗଡ଼, (ଓଡ଼ିଶା ଲେଖା): ଯୌତୁକ ନିର୍ଯାତନାକୁ କେନ୍ଦ୍ର କରି ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପପ୍ରସାଦ ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତ ମହିଳା ହେଲେ ଆଡବନ୍ଧ ଗାଁର ଲକ୍ଷ୍ମୀପ୍ରିୟା ବାରିକ। ପ୍ରାୟ ୬ ବର୍ଷ ପୂର୍ବେ ସେ ପ୍ରତାପପ୍ରସାଦ ଗାଁର ଦଣ୍ଡୁ ବାରିକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡ଼ିଛି। ପରିବାର ପକ୍ଷରୁ ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ଲକ୍ଷ୍ମୀପ୍ରିୟାଙ୍କୁ ଶ୍ୱଶୁର ଘରେ ନିର୍ଯାତନା ଦିଆଯାଉଥିଲା। ଦାବି ମୁତାବକ ଯୌତୁକ ନ ମିଳିବାରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଶାଶୁ, ଶଶୁର ଓ ସ୍ୱାମୀ ମିଶି ଲକ୍ଷ୍ମୀପ୍ରିୟାଙ୍କ ବେକରେ ଶାବଳ ପକାଇ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଇଛି। ଖବର ପାଇ ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ସମ୍ପର୍କିତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରଖିଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ କରୁଛି। ଘଟଣାରେ ଶାଶୁଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖିଥିବା ବେଳେ ସ୍ୱାମୀ ଓ ଶଶୁର ଫେରାର ଥିବା ସୂଚନା ମିଳିଛି। ତେବେ ଏହି ଘଟଣାରେ ହୋଇଥିବା ହତ୍ୟା ଓ ଯୌତୁକ ନିର୍ଯାତନା ସମ୍ପର୍କିତ ଅଭିଯୋଗର ସତ୍ୟତା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 19, 2026 September 19, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର
ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ

Odisha Lekha September 26, 2026
ଅପରାଧଜିଲ୍ଲା ଖବର

ହୋଟେଲ ଛାତରୁ ଡେଇଁ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

Odisha Lekha September 25, 2026
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ:୨ଟି ଗାଡ଼ି ଜବତ, ୩ ଅଭିଯୁକ୍ତ ଗିରଫ

Odisha Lekha September 22, 2026
ଅପରାଧ

ବାଟୋଇଙ୍କ ଠାରୁ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

Odisha Lekha September 22, 2026
ଅପରାଧ

ନକଲି ମଦ ଜବତ, ୪ ଗିରଫ

Odisha Lekha September 13, 2026
ଅପରାଧ

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର: ଦଶପଲ୍ଲା ଥାନାରେ ଅପମୃତ୍ୟୁ ମାମଲା ରୁଜୁ, ପରିଚୟ ଖୋଜୁଛି ପୁଲିସ

Odisha Lekha September 12, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?