Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର,ସେତବେଳର ପ୍ରତିଶୃତି:ବର୍ତ୍ତମାନର ବ୍ୟଥା ସଂପର୍କରେ ଶୁଣିମା ହେଉ

Published September 14, 2025 ଶିକ୍ଷା ଓ ନିଯୁକ୍ତି
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): ଶୁଣିମା ହେଉ ହେ ମଣିମା, ତତ କାଳୀନ ସରକାରରେ ଦେଇଥିବା ତୁମ ପ୍ରତିଶୃତି। ପ୍ରତିଶୃତି ତୁମ ବ୍ୟଥାରେ ପରିଣତ ହୋଇଛି। ଅସମୟରେ ଆମେ ଠିଆ ହେଲୁ କାମ ସରିଗଲା ପରେ ଆମ୍ଭ ମାନଙ୍କୁ ଏତେ ହତାଦର କାହିଁକି କର ହେ ମଣିମା, ଆମ୍ଭ କଥା ଟିକେ ଶୁଣିମା ହେଉ। ଏଭଳି କିଛି ବ୍ୟାକୁଳ ମନରେ କ୍ଷୋଭ ପ୍ରକାଶ କରିଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ ମାନେ। ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନସନଭୁକ୍ତ ଶିକ୍ଷକ ସଂଘ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ଏକ ପ୍ରତିବାଦ ସଭା ଓ ରାଲି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ସମସ୍ତ ୮ ଟି ବ୍ଳକରୁ ସଂଘର ଶତାଧିକ ସକ୍ରିୟ ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇଥିଲେ। ୨୦୦୪ ରୁ ୨୦୧୩ ମସିହା ମଧ୍ଯରେ ଠିକା ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ଶିକ୍ଷକ ମାନେ, ଓଡ଼ିଶା ସରକାରଙ୍କ ଆର୍ଥିକ ଦୂରବସ୍ଥା ସମୟରେ ମାତ୍ର ୨୫ଶହ ଟଙ୍କା/୧୫ଶହ ଟଙ୍କା ମାସିକ ଦରମାରେ ଶିକ୍ଷାଦାନ କରିଥିଲେ। ସରକାର ୨୦୦୩ ଓ ୨୦୦୫ ମସିହାରେ ଠିକା ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ସେତେବେଳେ ଆର୍ଥିକ ସଙ୍କଟ ତଥା ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ଅଭାବ ଯୋଗୁଁ ଠିକା ନିଯୁକ୍ତି ଦିଆଯାଇଥିବା ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ । ସେହି ଆର୍ଥିକ ଦୂରବସ୍ଥା ସମୟରେ ଏହି ଶିକ୍ଷକ ମାନେ ପ୍ରତିଶ୍ରୁତି ମୁତାବକ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାର ଉନ୍ନତି ଆଣିଥିଲେ। ୨୦୨୩ ମସିହାରେ ସଂଘ ବାରମ୍ବାର ଧାରଣା ଏବଂ ରାଲି କରିବା ସହିତ ତତ୍କାଳୀନ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିକ୍ଷା ସଚିବ, ବିରୋଧୀ ଦଳ ନେତା ପ୍ରଭୃତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭୁବନେଶ୍ବରରେ ଆନ୍ଦୋଳନ ଚାଲିଥିବା ସମୟରେ ତତ୍କାଳୀନ ବିରୋଧୀ ଦଳ ନେତା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଆନ୍ଦୋଳନ ସ୍ଥଳକୁ ଆସି ଆପଣଙ୍କ ଦାବି ଯୁକ୍ତି ଯୁକ୍ତ ଏବଂ ଆମ ଦଳ ସରକାରରେ ଆସିଲେ ଏହି ଦାବିକୁ ଶୀଘ୍ର ପୂରଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଅଦ୍ୟାବଧି ସରକାର କୌଣସି ପଦକ୍ଷେପ ନେଇ ନଥୁବାରୁ ସଂଘ ପକ୍ଷରୁ ଉଦ‌ବେଗ ପ୍ରକାଶ ପାଇବା ସହିତ ୬ ବର୍ଷର ଠିକା ଅବଧିକୁ ମୂଳ ଚାକିରୀରେ ଗଣନା କରିବା ଏବଂ ୬ଟି ନୋସନାଲ ଇନକ୍ରିମେଣ୍ଟ ତୁରନ୍ତ ପ୍ରଦାନ କରିବା ସମ୍ବଳିତ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ରାଜ୍ୟ ସଂଘ ଉପଦେଷ୍ଟା ସୁବାସ ଚନ୍ଦ୍ର ସାହୁ,ଜିଲ୍ଲା ସଭାପତି ମନୋଜ କୁମାର ଶତପ‌ଥୀ ଏବଂ ସମ୍ପାଦକ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରମୁଖଙ୍କ ସମେତ ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 14, 2025 September 14, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତି

ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର

Odisha Lekha September 26, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତିସ୍ବାସ୍ଥ୍ୟ

ଭାପୁରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ନେଇ କଂଗ୍ରେସର ଦାବିପତ୍ର:ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫ ଡାକ୍ତର: ମାସେ ଭିତରେ ସମାଧାନ ନହେଲେ ସତ୍ୟାଗ୍ରହର ଚେତାବନୀ

Odisha Lekha September 22, 2026
ରାଜ୍ୟ ଖବରଶିକ୍ଷା ଓ ନିଯୁକ୍ତି

କ୍ୟାପିଟାଲ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ଅଭିଯାନ

Odisha Lekha September 8, 2026
ଶିକ୍ଷା ଓ ନିଯୁକ୍ତି

ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି:ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Odisha Lekha September 7, 2026
ଶିକ୍ଷା ଓ ନିଯୁକ୍ତି

ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ:ଅଭିଭାବକଙ୍କ ସକ୍ରିୟ ଭୂମିକା ଛାତ୍ରଛାତ୍ରୀଙ୍କ ସଫଳତାର ମୁଖ୍ୟ ଆଧାର:ଅରୁଣ

Odisha Lekha September 6, 2026
ଆଞ୍ଚଳିକ ଖବରଶିକ୍ଷା ଓ ନିଯୁକ୍ତି

ସପ୍ତମ ଶ୍ରେଣୀ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ପାଇଁ ୩ ଦିନିଆ କର୍ମଶାଳା

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?