ନୟାଗଡ଼, (ଓଡ଼ିଶା ଲେଖା): ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବଦଳି ଓ ପଦସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ଏହି ବିଜ୍ଞପ୍ତିରେ ମୋଟ ୩୩ ଜଣ ବିଇଓଙ୍କ ବଦଳି ଏବଂ ପଦବୀ ବଳବତ୍ତର ସମ୍ପର୍କିତ ଆଦେଶ ଦିଆଯାଇଛି । ବିଜ୍ଞପ୍ତି ଅନୁସାରେ, ନୟାଗଡ଼ ବିଇଓ ମୁନରାଣୀ ମହାନ୍ତିଙ୍କୁ ଗଞ୍ଜାମ ଜିଲ୍ଲାର ସୋରଡ଼ା ବିଇଓ ଭାବେ ବଦଳି କରାଯାଇଛି। ସେହିପରି ଖଣ୍ଡପଡ଼ା ବିଇଓ ଭାବେ କାର୍ଯ୍ୟରତ ଅମୃତା ସାହୁଙ୍କୁ ନୟାଗଡ଼ ବିଇଓ ଭାବେ ପଦସ୍ଥାପନ କରାଯାଇଛି। ଏଥିସହ ଖଣ୍ଡପଡ଼ା ବିଇଓ ପଦରେ ତାଙ୍କ ପୂର୍ବ ପଦସ୍ଥାପନ ସମ୍ପର୍କିତ ଆଦେଶକୁ ବାତିଲ କରାଯାଇଛି।
ଅନ୍ୟପକ୍ଷରେ, ଦଶପଲ୍ଲା ବିଇଓ ଭାବେ କାର୍ଯ୍ୟରତ ଭକ୍ତି ବିନୋଦ ସାଲାଙ୍କୁ ସେହି ପଦରେ ହିଁ ଜାରି ରଖିବାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ନୂତନ ବଦଳି ଓ ପଦସ୍ଥାପନ ଆଦେଶ ପରେ ନୟାଗଡ଼ ଜିଲ୍ଲାର ଶିକ୍ଷା ପ୍ରଶାସନରେ ଦାୟିତ୍ୱରେ ପରିବର୍ତ୍ତନ ଆସିଛି। ନୂତନ ଭାବେ ଦାୟିତ୍ୱ ନେବାକୁ ଥିବା ଅଧିକାରୀଙ୍କ କାର୍ଯ୍ୟକାଳରେ ଜିଲ୍ଲାର ଶିକ୍ଷା ପ୍ରଶାସନ କିପରି ଆଗକୁ ବଢ଼ିବ, ତାହା ଉପରେ ଏବେ ନଜର ରହିଛି।
ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର

