ଓଡ଼ିଶା ଲେଖା ଅଫିସ:ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି ବିଜେଡ଼ିର ଯୁବ ନେତା ହରିଶଙ୍କର ରାଉତ। ବିଜେଡ଼ି ଛାତ୍ର ସଭାପତି ହେବା ପାଇଁ ମନ ବଳେଇ ଥିବା ହରିଶଙ୍କର ନିରାଶ ହେବା ପରେ କଂଗ୍ରେସ ହାତ ଧରିଥିବା ଜଣାପଡିଛି। ହରିଶଙ୍କର ବିଜେଡ଼ି ଦଳରେ ବହୁବର୍ଷ ଧରି ଛାତ୍ର ନେତା ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ରାଜ୍ୟ ସଭାପତି ହେବାର ଆଶ୍ୱାସନା ପାଇଁ ଶେଷରେ ବିଜେଡ଼ି ଦଳ ତାଙ୍କୁ ନିରାଶ କରିବାରୁ ବିଜେଡ଼ି ନେତାଙ୍କ ଉପରେ ବିଷୋଦଗାର କରି ଦୁଇ ଦିନ ତଳେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଆଜି ବିଧିବଦ୍ଧ ଭାବେ କଂଗ୍ରେସ ଦଳକୁ ଯାଇ ହାତ ଧରି କଂଗ୍ରେସ ଦଳର ହାତ ମୁଠାକୁ ସୁଦୃଢ କରିବା ପାଇଁ ସଂକଳ୍ପ ନେଇଥିବା ଜଣାପଡିଛି। କଂଗ୍ରେସ କୁ ଯାଇ ହରିଶଙ୍କର ଭାଗ୍ୟ କେଉଁ ଦିଗକୁ ଗତି କରୁଛି ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ।


