ନୟାଗଡ଼, (ଓଡ଼ିଶା ଲେଖା): ଆନ୍ତର୍ଜାତୀୟ ସାକ୍ଷରତା ଦିବସ -୨୦୨୫ ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ ) ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ଅତିରିକ୍ତ ଜିଲ୍ଲପାଳ ରୋଜିନା ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ଏକ ସଚେତନ ରାଲି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁ, ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ଓ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଯୋଗଦାନ କରିଥିଲେ ।

ନବ ଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମରେ ବିଚାରକ ଭାବରେ ସୁସାହିତିକ ତଥା ସାମ୍ବାଦିକ ରାମକୃଷ୍ଣ ରଥ ଓ ବାହାଡ଼ାଝୋଲା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରତାପ କୁମାର ପରିଡ଼ା ଯୋଗଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ବକ୍ତୃତା ବିଭାଗରେ ପୁଣ୍ୟଜ୍ୟୋତି ବଳିଆରସିଂହ ପ୍ରଥମ, ଓଏଭି ବଳରାମ ପ୍ରସାଦ ରଣପୁର,ଦ୍ୱିତୀୟ ଅଭିପିଶା ମିଶ୍ର ଜନଶକ୍ତି ନୋଡାଲ ଉଚ୍ଚ ବିଦ୍ୟାଳୟ , ଚାହାଳି, ନୂଆଗାଁ ତୃତୀୟ ଶୁଭସ୍ମିତ ରଥ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼।ପ୍ରବନ୍ଧ ବିଭାଗରେ ସୌମ୍ୟଶ୍ରୀପତି ମିଶ୍ର ପ୍ରଥମ, ଓଏଭି ବଳରାମ ପ୍ରସାଦ ରଣପୁର,ଦ୍ୱିତୀୟ ବିଜୟଲକ୍ଷ୍ମୀ ପରିଡ଼ା,ଓଏଭି ନୂଆଗାଁ ତୃତୀୟ ଶୁଭମ କାଠୁଆ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟ , ଦଶପଲ୍ଲା।ଚିତ୍ରାଙ୍କନ ବିଭାଗରେ ଲୋପାମୁଦ୍ରା ପ୍ରଧାନ ପ୍ରଥମ, ଓଏଭି ନୂଆଗାଁ,ଦ୍ୱିତୀୟ ବିଷ୍ଣୁ ପ୍ରସାଦ ମଲ୍ଲିକ,ବି ଡି ବିଦ୍ୟାପୀଠ ଭାପୁର,ତୃତୀୟ ଶ୍ରିମୟୀ ସ୍ୱାତିପର୍ଣ୍ଣା ଓଏଭି ଆଖୁପଦର ଓଡ଼ଗାଁ ।

ପୋଷ୍ଟର ମେକିଙ୍ଗିରେ ସିପ୍ରା ସୋମାଲିନ ପରିଡ଼ା ପ୍ରଥମ, ଓଏଭି ନୂଆଗାଁ,ଦ୍ୱିତୀୟ ପ୍ରଜ୍ଞା ପାରମିତା ସାହୁଓଏଭି ବଳରାମ ପ୍ରସାଦ ରଣପୁର, ତୃତୀୟ ଦେବୀପ୍ରସାଦ ମହାପାତ୍ର ଆର ଏମ ଜେ ଉଚ୍ଚ ବିଦ୍ୟାଳୟ ସାତ ପାଟଣା, ଦଶପଲ୍ଲା। ଏହି କାର୍ଯ୍ୟକ୍ରମକୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ଖେଳ ଶିକ୍ଷକ ପ୍ରଦୀପ୍ତ ଚିତ୍ତରଞ୍ଜନ ସାହୁ ରାଲି ରେ ସହଯୋଗ କରିଥିଲେ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଶିକ୍ଷକ ପ୍ରତାପ କୁମାର ପରିଡ଼ା, ଜୁନିୟର ଆସିଷ୍ଟାଣ୍ଟ ଅରବିନ୍ଦ ନାୟକ ଓ ସଞ୍ଜୀବ ମଲ୍ଲିକ ସୁପରିଚାଳନା ଓ ସହଯୋଗ କରିଥିଲେ ।


