ନୟାଗଡ଼, (ଓଡ଼ିଶା ଲେଖା): ମାମୁ ଘର ଗାଁରେ ପଡିଛି ଭଣଜାର ଶବ। ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ଦଶପଲ୍ଲା ପୋଲିସ। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଶ୍ରୀରାମପୁର ଗାଁର ପୂର୍ଣ୍ଣ ସାହୁ ତୀର୍ଥକୁ ଯିବା ନିମନ୍ତେ ମାମୁଁ ଘର ଜାନିସାହି ଗ୍ରାମର ଭଣଜା ଆସିଥିଲେ। ରାତିରେ ଶ୍ରୀରାମପୁର ଗ୍ରାମରେ ହୋଇଥିବା ସଂପର୍କୀୟଙ୍କ ଭୋଜିରେ ଖାଦ୍ୟ ପରସିବା ସହ ଭୋଜି ଖାଇଥିଲେ । ତେବେ ସକାଳେ ଗ୍ରାମ ନିକଟସ୍ଥ ଏକସ୍ଥାନରେ ଭଣଜାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଶବ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।


