ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ପାଳନ ହୋଇ ଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ହରେକୃଷ୍ଣ ମୁଦୁଲି, କୃପାସିନ୍ଧୁ କରଣ, ଭଗବାନ ସାହୁ, ଉମା ଚରଣ ତ୍ରିପାଠୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନୟାଗଡ଼ ନିମାଇଁ ଚରଣ ପ୍ରଧାନ ଯୋଗ ଦେଇ ଶିଶୁ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥି ଶିଶୁ ମାନଙ୍କୁ ଗୁରୁ ଶିଷ୍ୟ ପାଠ୍ୟକ୍ରମ ସହ ସମ୍ପର୍କକୁ ନେଇ କହିଥିଲେ ତିନିହେଁ ତ୍ରିଭୁଜର ଶୀର୍ଷ ବିନ୍ଦୁ ଅଟନ୍ତି । ଗୁରୁ ଶିଷ୍ୟ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ଦେଶ ମାତୃକାର ମଙ୍ଗଳ କାମନା ରଖିବା ଉଚିତ୍ ବୋଲି ଆହ୍ବାନ କରିଥିଲେ । 500ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଗୁରୁପୂଜନ କାର୍ଯ୍ୟକ୍ରମକୁ ମହା ଆଡମ୍ବରରେ ପାଳନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଟି ସରସ ସୁନ୍ଦର ହୋଇଥିଲା। ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ ।


