Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ

Published October 16, 2026 ଜିଲ୍ଲା ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ସଂସଦ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନିର୍ବାଚନ ଅଧିକାରୀ ଡ଼ ଦିଲ୍ଲୀପ କୁମାର ମିଶ୍ର ଏବଂ ରିଟର୍ଣ୍ଣିଂ ଅଫିସର ବ୍ରଜବନ୍ଧୁ ବେହେରା ମଞ୍ଚାସୀନ ଥିଲେ। ଉତ୍ସବ ପ୍ରାରମ୍ଭରେ ମହାବିଦ୍ୟାଳୟ ପକ୍ଷରୁ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ ଜଣାଇବା ସହ ଶୁଭେଚ୍ଛା ଜଣାଯାଇଥିଲା। ଛାତ୍ର ସଂସଦ ନିର୍ବାଚନକୁ ସୁରୁଖୁରୁରେ ସମାପନ କରିବାରେ ସହଯୋଗ କରିଥିବା ନବନିର୍ବାଚିତ ପ୍ରତିନିଧି, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀଙ୍କୁ ଅଧ୍ୟକ୍ଷ ଶ୍ରୀ ରାଉତ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ସେ ମହାବିଦ୍ୟାଳୟର ପ୍ରଶାସନକୁ ସହଯୋଗ କରିବା ସହ କ୍ୟାମ୍ପସରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାକୁ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଥିଲେ।ପରେ ସମସ୍ତ ନବନିର୍ବାଚିତ ପ୍ରତିନିଧି ଛାତ୍ର ସଂସଦର ସଭାପତି ଭାବେ କାର୍ତ୍ତିକ ମହାନ୍ତି, ଉପସଭାପତି ସୁନନ୍ଦା ଲେଙ୍କା, ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା, ସହକାରୀ ସମ୍ପାଦକ ଜିତୁ ସାହୁ, ଶ୍ରେଣୀ ପ୍ରତିନିଧି ସୁଶାନ୍ତ ସିଂହ, ବିଷ୍ଣୁପ୍ରିୟା ବେହେରା, ସାୟନ ସାନ୍ଧା, ରାଜେନ୍ଦ୍ର ଜେନା, ନାଟ୍ୟ ସମାଜର ସମ୍ପାଦିକା ସାବିତ୍ରୀ ସାହୁ, ସହକାରୀ ସମ୍ପାଦକ ପ୍ରଭୁଦ ପ୍ରତାପ ପ୍ରଧାନ, ଆଥଲେଟିକ୍ କ୍ଲବର ସମ୍ପାଦିକା ମନସ୍ୱିନୀ ମହାପାତ୍ର, ସହକାରୀ ସମ୍ପାଦକ ଅକ୍ଷୟ କୁମାର ଜେନା ନିର୍ବାଚିତ, ବିଜ୍ଞାନ ସଂଘର ସମ୍ପାଦକ ବିକାଶ କୁମାର ସାହୁ ଓ ସହକାରୀ ସମ୍ପାଦକ ଶିବାନୀ ସାହୁ ନିଜ ନିଜ ପଦର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବା, ମହାବିଦ୍ୟାଳୟର ବିକାଶରେ ସହଯୋଗ କରିବା ଏବଂ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଶପଥ ଗ୍ରହଣ କରିଥିଲେ। ଶେଷରେ ନବନିର୍ବାଚିତ ଛାତ୍ର ସଂସଦ ସଭାପତି କାର୍ତ୍ତିକ ନାୟକ ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଉତ୍ସବରେ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିସହ ଶପଥ ଗ୍ରହଣ ଉତ୍ସବର ସମାପନ ହୋଇଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 16, 2026 October 16, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା

Odisha Lekha October 15, 2026
ଜିଲ୍ଲା ଖବର

ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ

Odisha Lekha October 15, 2026
ଜିଲ୍ଲା ଖବର

ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ

Odisha Lekha October 15, 2026
ଜିଲ୍ଲା ଖବର

ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ

Odisha Lekha October 15, 2026
ଜିଲ୍ଲା ଖବର

ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ

Odisha Lekha October 15, 2026
ଜିଲ୍ଲା ଖବର

ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ

Odisha Lekha October 15, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?