ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସହରରେ ଅବସ୍ଥିତ ଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ ପକ୍ଷରୁ ଆଜି ଏକ ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ନୟାଗଡ଼ ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଯାଇଛି । ଆପୋଲ ହସ୍ପିଟାଲ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଭେଷଜ ବିଶେଷଜ୍ଞ ଡା. ପ୍ରେମାନନ୍ଦ ପଟ୍ଟନାୟକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିଥିଲେ । ୭୦ରୁ ଉର୍ଦ୍ଧ୍ୱ ରୋଗୀଙ୍କ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥିଲା ।

ଲରେନ୍ସ ଆଣ୍ଡ ମେୟୋ ଆଇ ହସ୍ପିଟାଲ ଚକ୍ଷୁ ବିଭାଗ ଦଳ ଉପସ୍ଥିତ ରହି ପରୀକ୍ଷା କରିଥିଲେ । ତେବେ ଦେଢ଼ ବର୍ଷର କଂପାନୀ ହୋଇ ଗୋଟିଏ ବର୍ଷରେ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ କରିବା ସହ କ୍ଲେମ୍ ସେଟଲମେଣ୍ଟ କରି ଗ୍ରାହାକ ମାନଙ୍କ ନିକଟତର ହୋଇପାରିଛି। ଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ ବ୍ୟବସାୟିକ ପରିଚାଳକ ବିଷ୍ଣୂପ୍ରସାଦ ମହାପାତ୍ର, ଏଜେନ୍ସି ସହଯୋଗୀ ବିଭୂତି ଭୂଷଣ ସ୍ୱାଇଁ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।

ରାଜ୍ୟର ବରିଷ୍ଠ ମୁଖ୍ୟ ମନୋରଞ୍ଜନ ଦାଶ ରୋଗୀ ଓ ରୋଗୀ ସମ୍ପର୍କିୟଙ୍କ ସହ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ବୀମା ନେଇ ଅନେକ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ର, ସମ୍ପାଦକ ଅନୀଲ କୁମାର ପଣ୍ଡା, ସନ୍ଦୀପ ଲେଙ୍କା, କ୍ଷୀରୋଦ ପଟ୍ଟନାୟକ, ଶ୍ରୀକାନ୍ତ ଖଟେଇ, ରାମକୃଷ୍ଣ ରଥ, ଧିରେନ୍ଦ୍ର ପଟ୍ଟନାୟକ, ବିଶ୍ୱଜିତ ନାୟକ, ପ୍ରଭାତ ମହାପାତ୍ର ପ୍ରମୂଖ ଉପସ୍ଥିତ ସହଯୋଗ କରିଥିଲେ ।


