Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଗୃହରେ ତାଲା ! ସରକାରୀ ମେସିନ ଅଚଳ:ଘରୋଇ କ୍ଲିନିକ୍‌ରେ ପ୍ରସୂତି ମହିଳାଙ୍କ ଲମ୍ବା ଲାଇନ

Published September 5, 2026 ଜିଲ୍ଲା ଖବର ସ୍ବାସ୍ଥ୍ୟ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ସେବାକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ହସ୍ପିଟାଲ ପରିସରରେ ଅଲଟ୍ରାସାଉଣ୍ଡ ଗୃହ ଥିବା ସତ୍ତ୍ୱେ ସେଠାରେ ତାଲା ପଡ଼ିଥିବା ଅଭିଯୋଗ ହେଉଛି। ଫଳରେ ପ୍ରତିଦିନ ଶହଶହ ପ୍ରସୂତି ମହିଳାଙ୍କୁ ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ର ଦ୍ୱାରସ୍ଥ ହେବାକୁ ପଡ଼ୁଥିବା ଅଭିଯୋଗ ରହିଛି।ସରକାରୀ ହସ୍ପିଟାଲରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ମେସିନ ଉପଲବ୍ଧ ଥିବା ସତ୍ତ୍ୱେ ତାହା ଯଦି ବ୍ୟବହାର ନହୋଇ ଅଚଳ ଅବସ୍ଥାରେ ପଡ଼ିରହେ, ତେବେ ଏହାର ଉଦ୍ଦେଶ୍ୟ ନେଇ ସାଧାରଣ ଲୋକଙ୍କ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବା ସ୍ୱାଭାବିକ। ବିଶେଷକରି ଗର୍ଭବତୀ ମହିଳାମାନେ ସରକାରୀ ହସ୍ପିଟାଲରେ ମାଗଣା କିମ୍ବା ସୁଲଭ ମୂଲ୍ୟରେ ଅଲଟ୍ରାସାଉଣ୍ଡ ସେବା ପାଇବାରୁ ବଞ୍ଚିତ ହୋଇ ଘରୋଇ କ୍ଲିନିକ୍‌କୁ ଯିବାକୁ ବାଧ୍ୟ ହେଉଥିବା ଅଭିଯୋଗ ଗୁରୁତର ଚିନ୍ତାର ବିଷୟ। ଘରୋଇ କ୍ଲିନିକ୍‌ଗୁଡ଼ିକରେ ରୋଗୀଙ୍କ ଭିଡ଼ ବଢ଼ୁଥିବା ବେଳେ ସରକାରୀ ହସ୍ପିଟାଲର ମେସିନ ଓ ସୁବିଧା ଅବ୍ୟବହୃତ ହୋଇ ପଡ଼ିରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏହା ପଛରେ କାହାର ଦାୟିତ୍ୱହୀନତା ରହିଛି? ସରକାରୀ ସ୍ୱାସ୍ଥ୍ୟସେବାକୁ ଅଚଳ ରଖି ଘରୋଇ ସ୍ୱାସ୍ଥ୍ୟ ବ୍ୟବସାୟକୁ ସୁଯୋଗ ଦିଆଯାଉଛି କି? ଯଦି ସରକାରୀ ଅଲଟ୍ରାସାଉଣ୍ଡ ମେସିନ କାର୍ଯ୍ୟକ୍ଷମ ଅଛି, ତେବେ ସେବା କାହିଁକି ମିଳୁନାହିଁ—ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଠିଛି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସରକାରୀ ଅଲଟ୍ରାସାଉଣ୍ଡ ସେବା ତୁରନ୍ତ ଚାଲୁ କରିବାକୁ ଦାବି ହେଉଛି। ଗର୍ଭବତୀ ମା’ମାନଙ୍କୁ ଅନାବଶ୍ୟକ ଖର୍ଚ୍ଚ ଓ ହଇରାଣରୁ ମୁକ୍ତ କରି ସରକାରୀ ସ୍ୱାସ୍ଥ୍ୟସେବାର ସୁଯୋଗ ଦେବା ଆବଶ୍ୟକ। ପ୍ରସୂତି ‘ସୁଭଦ୍ରା ମା’ମାନଙ୍କ ପ୍ରତି ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ଏବଂ ସରକାରୀ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦିଆଯାଇଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 5, 2026 September 5, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ
ଜିଲ୍ଲା ଖବର
ଦେଓଝରରେ ଅଘଟଣ:ପଥରରେ ପଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ
ଦୁର୍ଘଟଣା
ବଡ଼ମ୍ବା ରତାପାଟରେ ଗୁରୁଙ୍କୁ ପୂଜିଲେ ବିଜୟ:ଗୁରୁଦିବସରେ ବିଶାଳ ଶିକ୍ଷକ ସମାବେଶ, ୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷକ ସମ୍ବର୍ଦ୍ଧିତ
ଆଞ୍ଚଳିକ ଖବର
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁଦିବସ ପାଳନ: ଗୁରୁ ମା, ଗୁରୁଜୀଙ୍କୁ ପୂଜାର୍ଚ୍ଚନା କଲେ ଛାତ୍ରଛାତ୍ରୀ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ସମିତିର ପ୍ରସ୍ତୁତି ବୈଠକ:ଚୁଲି ଚାନ୍ଦା ଆଦାୟ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

Odisha Lekha September 5, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା କାରାଗାରରେ ଜିଲ୍ଲାପାଳ: ଦକ୍ଷତା ଭିତ୍ତିକ ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟିତ

Odisha Lekha September 5, 2026
ଜିଲ୍ଲା ଖବର

ପଠାଣି ସାମନ୍ତ ସଂସ୍କୃତି ଭବନରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ:ଗୁରୁଙ୍କ ଗୁରୁତ୍ୱକୁ ଆଗକୁ ବଢ଼ାଇବାର ଆବଶ୍ୟକତା ରହିଛି:ଅରୁଣ

Odisha Lekha September 5, 2026
ଜିଲ୍ଲା ଖବର

ନୟାଗଡ଼ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରରେ ଭବ୍ୟ ଜନ୍ମାଷ୍ଟମୀ ଉତ୍ସବ

Odisha Lekha September 4, 2026
ଜିଲ୍ଲା ଖବର

ବାଲୁଗାଁ ଯୁବ ସରପଞ୍ଚ ମନୋଜଙ୍କ ପରଲୋକ: ଶୋକାକୂଳ ପରିବେଶରେ ଶେଷକୃତ୍ୟ: କ୍ୟାଣ୍ଡେଲ୍ ଜାଳି ନୀରବ ପ୍ରାର୍ଥନା କଲେ ଛାତ୍ର ଓ ଯୁବ ବିଜେଡି

Odisha Lekha September 4, 2026
ଜିଲ୍ଲା ଖବରଦୁର୍ଘଟଣା

ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ: ଡ୍ରାଇଭର ମୃତ, ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?