ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ନୂତନ ମୁଖ୍ୟ ଚିକିତ୍ସାଧିକାରୀ (CDMO) ଭାବେ ବରିଷ୍ଠ ଡାକ୍ତର ବି.ଏସ୍. ରାଓ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥି ଓ ଶଲ୍ୟ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ।ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବୃଦ୍ଧି, ରୋଗୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ ଏବଂ ଚିକିତ୍ସାଳୟର ବିଭିନ୍ନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ତାଙ୍କ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ହେବ। ବରିଷ୍ଠ ଡାକ୍ତର ଭାବେ ତାଙ୍କର ଦୀର୍ଘ ଅଭିଜ୍ଞତା ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନରେ ଉପଯୋଗୀ ହେବ ବୋଲି ବିଭିନ୍ନ ମହଲରୁ ଆଶା ପ୍ରକାଶ ପାଇଛି। ନୂତନ ଦାୟିତ୍ୱ ପାଇଁ ଡାକ୍ତର ବି.ଏସ୍. ରାଓଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

