Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସ୍କାନ କରିବା ସମୟ ପଚାରିବାରୁ ଅଧିକାରୀଙ୍କ ଅସହଯୋଗ ଅଭିଯୋଗ:ଭିଡିଓ କରୁଥିବା ବେଳେ ମୋବାଇଲ ଛଡ଼ାଇବାକୁ ଉଦ୍ୟମ ଅଭିଯୋଗ: ନିରୁପାୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

Published September 17, 2026 ଜିଲ୍ଲା ଖବର ସ୍ବାସ୍ଥ୍ୟ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସହରସ୍ଥିତ ସନ୍‌ ଆପୋଲୋ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ରେ ପ୍ରସୂତି ମହିଳାଙ୍କ ସ୍କାନ କରାଯିବା ପାଇଁ ନିର୍ଦ୍ଧାରିତ ସମୟ ସମ୍ପର୍କରେ ପଚାରିବାକୁ ଯାଇଥିବା ବେଳେ ଜଣେ ଅଧିକାରୀଙ୍କ ଆଚରଣକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ଆଜି ଗୁରୁବାର ପିସି-ପିଏନଡିଟି ସମ୍ପର୍କିତ ଅଧିକାରୀ ଶ୍ରୀ ଅଜିତ ପାଣିଗ୍ରାହୀଙ୍କୁ ଡାକ୍ତର ପ୍ରଶାନ୍ତ କୁଣ୍ଡୁଙ୍କ ଦ୍ୱାରା ପ୍ରସୂତି ମହିଳାଙ୍କ ଅଲଟ୍ରାସାଉଣ୍ଡ ସ୍କାନ ପାଇଁ ନିର୍ଦ୍ଧାରିତ ସମୟ ବିଷୟରେ ନମ୍ରତାର ସହ ପଚରାଯାଇଥିଲା। ତେବେ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଅଧିକାରୀ ଚୌକି ଛାଡ଼ି ସେଠାରୁ ଚାଲିଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ରେକର୍ଡ କରାଯାଉଥିବା ସମୟରେ ମୋବାଇଲ ଫୋନ ଛଡ଼ାଇବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଅଭିଯୋଗ ରହିଛି। ପିସି-ପିଏନଡିଟି ଆଇନର ଉଦ୍ଦେଶ୍ୟ ହେଉଛି ଅଲଟ୍ରାସାଉଣ୍ଡ ସେବାରେ ସ୍ୱଚ୍ଛତା, ନିୟମିତତା ଓ ଆଇନର ପାଳନ ସୁନିଶ୍ଚିତ କରିବା। ଏପରି ସ୍ଥିତିରେ ସାଧାରଣ ଭାବେ ସ୍କାନ ସମୟ ସମ୍ପର୍କରେ ପଚାରିଲେ ଅଧିକାରୀଙ୍କ ପକ୍ଷରୁ ସ୍ପଷ୍ଟ ଉତ୍ତର ନ ମିଳିବା ଏବଂ ଭିଡିଓ କରୁଥିବା ବେଳେ ମୋବାଇଲ ଛଡ଼ାଇବାକୁ ଉଦ୍ୟମ ହେବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ସମସ୍ତ କାର୍ଯ୍ୟ ଆଇନସମ୍ମତ ଭାବେ ଚାଲିଛି, ତେବେ ନିର୍ଦ୍ଧାରିତ ସମୟ ଓ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟତା ଦେବାରେ ଅସୁବିଧା କେଉଁଠି—ଏହି ପ୍ରଶ୍ନ ଏବେ ସାଧାରଣ ମହଳରେ ଉଠୁଛି । ଘଟଣା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ଓ କ୍ଲିନିକ୍‌ ପକ୍ଷରୁ ସ୍ପଷ୍ଟୀକରଣ ମିଳିପାରିନାହିଁ। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ହେଉଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 17, 2026 September 17, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର
ନୟାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର:୨୦ ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ବଣ୍ଟନ
ଆଞ୍ଚଳିକ ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବର

ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ

Odisha Lekha October 15, 2026
ଜିଲ୍ଲା ଖବର

ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍

Odisha Lekha October 14, 2026
ଜିଲ୍ଲା ଖବର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ

Odisha Lekha October 14, 2026
ଜିଲ୍ଲା ଖବର

ଉତ୍କଳ ସାମ୍ବାଦିକ ସଂଘ ନୟାଗଡ଼ ଶାଖାର ପୁନର୍ଗଠନ :ସଭାପତି ଭାବେ ଚିତ୍ତରଞ୍ଜନ, କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ଓ ସଂପାଦକ ବୈଦ୍ୟ ଭୂଷଣ ମନୋନୀତ

Odisha Lekha October 12, 2026
ଜିଲ୍ଲା ଖବର

ରାଜ୍ୟ ପୋଲିସ ଡ୍ୟୁଟି ମିଟ୍‌ରେ ଏସ୍‌ଆଇ ସ୍ୱାଗତଙ୍କ କୃତିତ୍ୱ

Odisha Lekha October 11, 2026
ଜିଲ୍ଲା ଖବର

କଲେଜ ଅଧ୍ୟକ୍ଷଙ୍କୁ ବିଧାୟକ ଅରୁଣଙ୍କ ଚେତାବନୀ : ହାଇକୋର୍ଟର ଦ୍ୱାର ଖଟଖଟେଇବି,ଆପଣଙ୍କୁ ଟାଣିକି ନେବି

Odisha Lekha October 10, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?