ଓଡ଼ିଶା ଲେଖା ଅଫିସ୍:ଭିଜିଲାନ୍ସ ଜାଲରେ ଜଗତସିଂହପୁର ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟ । ଫରେଷ୍ଟ ରେଞ୍ଜର ବାବୁ ଜଣଙ୍କ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲ ବିଛାଇଥିଲା । ତେବେ ଆଜି ସକାଳୁ ଫରେଷ୍ଟ ରେଞ୍ଜର ବାବୁଙ୍କର ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଫରେଷ୍ଟ ରେଞ୍ଜର ବାବୁଙ୍କ ଘରୁ ନଗଦ ୩ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ୍ କରାଯାଇଛି। ରାଜେନ୍ଦ୍ର ସାମନ୍ତରାୟ ଜଗତସିଂପୁର ଜିଲ୍ଲାର ରାହାମା ଫରେଷ୍ଟ ରେଞ୍ଜରେ କାର୍ଯ୍ୟରତ।ତାଙ୍କ ଜ୍ଞାତ ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଜଗତସିଂପୁର ଜିଲ୍ଲାରେ ତାଙ୍କ ଘର ସମେତ ଚାରିଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। କଟକର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୨ ଜଣ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ ଅଧିକାରୀଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି। ଫରେଷ୍ଟ ବାବୁ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ଅଟକ ରଖିଛି ଭିଜିଲାନ୍ସ ଟିମ୍ ତଦନ୍ତ ଆରମ୍ଭ କରିଛି।


