ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ପୋଲିସ ପ୍ରଶିକ୍ଷଣ ସ୍କୁଲ ପଡିଆଠାରେ ଉଦଘାଦିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଦ୍ୟାଳୟର ପ୍ରଶାସକ ଡ଼ ଉମାକାନ୍ତ ତ୍ରିପାଠୀ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ। କ୍ରୀଡା ଦ୍ୱାରା ମନ ପ୍ରଫୁଲ୍ଲ ରୁହେ, ଶରୀରର ପ୍ରତ୍ୟେକ ମାଂସପେଶୀ ସକ୍ରିୟ ରୁହେ, ଶରୀର ସୁସ୍ଥ ରହେ,ଶିକ୍ଷା ଗ୍ରହଣ ସହିତ କ୍ରୀଡା ଶରୀର ପାଇଁ ଏକାନ୍ତ ଆବଶ୍ୟକ, ଏହିପରି ଅନେକ ଉପାଦେୟ ବକ୍ତବ୍ୟ ରଖିଥିଲେ।

ଏହା ପରେ ଶିଶୁ ଭାଇଭଉଣୀମାନଙ୍କର କ୍ରୀଡା ଆରମ୍ଭ ହୋଇଥିଲା। ୩ୟ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୮୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ, କ୍ରୀଡା ଶିକ୍ଷକ ନରସିଂହ ସାହୁ ଓ ସୂର୍ଯ୍ୟମଣୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ସମସ୍ତ ଗୁରୁଜୀ/ଗୁରୁମା, ସେବକ/ସେବିକାଙ୍କ ସହଯୋଗରେ କ୍ରୀଡା ଉତ୍ସବରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜିର ଏହି ଉତ୍ସବରେ ପ୍ରତିଯୋଗୀ ଭାବେ ପ୍ରତିଯୋଗିତା କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।


