Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନୟାଗଡ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ”ପିଲାମାନେ ଭଲ ପାଠ ପଢ କିନ୍ତୁ ମାତାପିତାଙ୍କୁ ଭୁଲ ନାହିଁ”

Published November 14, 2025 ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ, ଆଗ୍ରାର ରିଜିଓନାଲ ଡାଇରେକ୍ଟର ରଂଜନ କୁମାର ଦାଶ ଯୋଗଦେଇ ମଞ୍ଚରେ ସ୍ଥାପିତ ଠାକୁରଙ୍କ ପ୍ରତିମୂର୍ତ୍ତି ଏବଂ ନେହେରୁଙ୍କ ପ୍ରତିଛବିରେ ଧୂପଦୀପ ପ୍ରଦାନ ପୂର୍ବକ ପୁଷ୍ପମାଲ୍ଯାର୍ପଣ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ବିଷୟ ରେ ଆଲୋଚନା କରିବା ସହିତ ଶିଶୁ ମାନଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ଶ୍ରଦ୍ଧା ପାଇଁ ଆଜିର ଏହି ଦିବସଟି ସମଗ୍ର ଭାରତ ବର୍ଷରେ ଶିଶୁ ଦିବସ ରୂପେ ଆନନ୍ଦ ଉଲ୍ଲାସରେ ଉଦଭାସିତ ବୋଲି କହିବା ସହିତ ଭଲ ପାଠ ପଢି ଡାକ୍ତର ହୁଅ ଇଂଜିନିୟର ହୁଅ,କଲେକ୍ଟର ହୁଅ ଯେଉଁ ପ୍ରକାର ବଡ଼ ମଣିଷ ହେବାକୁ ଚାହୁଁଛ ବଡ଼ ମଣିଷ ହୁଅ ମନା ନାହିଁ କିନ୍ତୁ ଭଲ ମଣିଷ ହେବା ପାଇଁ ଚେ଼ଷ୍ଟା କର ଏବଂ ଜୀବନରେ କେବେହେଲେ ନିଜ ପିତାମାତାଙ୍କୁ ଭୁଲ ନାହିଁ ବୋଲି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ଯବକ୍ତା ଭାବେ ବିଶିଷ୍ଟ ସାହିତ୍ଯିକ, ନାଟ୍ୟକାର ତଥା ନାଟ୍ଯ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଓ ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଆଗ୍ରାର ପ୍ରଫେସର ପ୍ରତାପ ଚନ୍ଦ୍ର ସିଂହ ଯୋଗଦେଇ ଆଜିର ଶିଶୁ ଦିବସ ଅବସରରେ କୌତୁକ ପୋଷାକ ପ୍ରତିଯୋଗିତା ପାଇଁ କୌତୁକିଆ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁ ମାନଙ୍କୁ ସେହି ବେଶ ହେବାର ଅଭିପ୍ରାୟ ଓ ଲକ୍ଷ୍ଯ ବିଷୟରେ ପ୍ରଶ୍ନ କରି ଶିଶୁ ମାନଙ୍କୁ ଶିକ୍ଷଣୀୟ ଉପଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ କହିଥିଲେ ଯେ, ତୁମେମାନେ ମୋବାଇଲ ଦେଖୁଛ ମନା ନାହିଁ କିନ୍ତୁ ମୋବାଇଲ ପାଇଁ ନିଜ ଭବିଷ୍ଯତକୁ ନଷ୍ଟ କର ନାହିଁ। ଶିଶୁ ମାନେ ଚଗଲା ବା ବାଳୁଙ୍ଗା ହେଲେ ସେମାନଙ୍କ ଭିତରେ ସ୍ରୁଜନାତ୍ମକ ଚିନ୍ତନ ଉଦ୍ରେକ ହୋଇଥାଏ ବୋଲି ଉପସ୍ଥିତ ପିତାମାତାଙ୍କୁ  ପରାମର୍ଶ ଦେବା ସହିତ ଶିଶୁ ମାନଙ୍କୁ ଭୟଭୀତ ନକରି ସେମାନଙ୍କ ସହିତ ବନ୍ଧୁ ହୋଇ ଶିକ୍ଷା ଦାନ କରିବା ପାଇଁ ବିଦ୍ଯାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଅନୁରୋଧ କରିଥିଲେ।  ଶିଶୁ ଶ୍ରମ ବିରୋଧି ଅଭିଯାନ, ଓଡିଶାର ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସମର୍ପଣ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଯୋଗଦେଇ ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ଯତ ତେଣୁ ଶିଶୁ ମାନେ ପାଠ ପଢିବା ସମୟରେ ଶିଶୁ ଶ୍ରମିକ ନ ହେବା ପାଇଁ ସମସ୍ତ ପିତା ମାତା ମାନେ ଯତ୍ନଶୀଳ ହେବା ପାଇଁ ନିବେଦନ କରିବା ସହିତ ଶିଶୁ ଶ୍ରମ ମୁକ୍ତ ଓଡିଶା ପାଇଁ ସମସ୍ତ ଓଡିଶାବାସୀ ନାଗରିକ ମାନେ ଦାୟିତ୍ୱ ବହନ କରିବାକୁ ଅନୁରୋଧ କରିଥିଲେ।

ବିଦ୍ଯାଳୟ ସଂପାଦକ ଶ୍ରୀଯୁକ୍ତ ସାହୁ ମୁଖ୍ଯ ଅତିଥିଙ୍କ ସନ୍ଦେଶକୁ ଦୋହରାଇ ସ୍ବାମୀ ବିବେକାନନ୍ଦ ପିଲାବେଳେ କିଭଳି ଦୁଷ୍ଟ ଥିଲେ ଆଉ ବଡହେଲା ପରେ ବିଶ୍ବ ବିଜୟୀ ବିବେକାନନ୍ଦରେ ପରିଣତ ହୋଇଥିଲେ, ସେ ବିଷୟରେ ବକ୍ତବ୍ଯ ରଖିଥିଲେ। ଶିଶୁସଭା ଅନ୍ତେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡାକ୍ତର, ପାଗଳ, ଚୁଡିବାଲି, ଫୁଲବାଲି, ଚକୋଲେଟ୍ ବାବା ଆଦି ଅନେକ ବେଶଭୂଷା ହୋଇ ଥିବା ଶିଶୁ ମାନେ ନିଜ ନିଜର ଅଭିନୟ ପରିବେଷଣ କରିଥିଲେ। ଅର୍ଚ୍ଚନା ଗୁରୁମା, ପୁଷ୍ପିତା ଗୁରୁମା, ପବିତ୍ର ଗୁରୁଜୀ, ରଂଜନ ଗୁରୁଜୀ ଓ ଦିଲ୍ଲୀପ ଗୁରୁଜୀ ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ। ଶିଶୁ ଦିବସ ପାଇଁ ବିଦ୍ଯାଳୟ ତରଫରୁ ସମସ୍ତ ଶିଶୁ ଓ ଅଭିଭାବକ ମାନଙ୍କ ପାଇଁ ବିରିୟାନୀ ଭୋଜି ବ୍ଯବସ୍ଥା କରାଯାଇଥିଲା।ପରିଶେଷରେ ବିଦ୍ଯାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ଶିଶୁ ଓ ସେମାନଙ୍କର ଅଭିଭାବକଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha November 14, 2025 November 14, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତି

ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର

Odisha Lekha September 26, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତିସ୍ବାସ୍ଥ୍ୟ

ଭାପୁରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ନେଇ କଂଗ୍ରେସର ଦାବିପତ୍ର:ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫ ଡାକ୍ତର: ମାସେ ଭିତରେ ସମାଧାନ ନହେଲେ ସତ୍ୟାଗ୍ରହର ଚେତାବନୀ

Odisha Lekha September 22, 2026
ରାଜ୍ୟ ଖବରଶିକ୍ଷା ଓ ନିଯୁକ୍ତି

କ୍ୟାପିଟାଲ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ଅଭିଯାନ

Odisha Lekha September 8, 2026
ଶିକ୍ଷା ଓ ନିଯୁକ୍ତି

ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି:ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Odisha Lekha September 7, 2026
ଶିକ୍ଷା ଓ ନିଯୁକ୍ତି

ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ:ଅଭିଭାବକଙ୍କ ସକ୍ରିୟ ଭୂମିକା ଛାତ୍ରଛାତ୍ରୀଙ୍କ ସଫଳତାର ମୁଖ୍ୟ ଆଧାର:ଅରୁଣ

Odisha Lekha September 6, 2026
ଆଞ୍ଚଳିକ ଖବରଶିକ୍ଷା ଓ ନିଯୁକ୍ତି

ସପ୍ତମ ଶ୍ରେଣୀ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ପାଇଁ ୩ ଦିନିଆ କର୍ମଶାଳା

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?