Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ବିଜେଡ଼ି ନେତ୍ରୀ ଇରାନୀଙ୍କ ସାମ୍ବାଦିକ ସମ୍ମିଳନୀ:ପ୍ରତ୍ୟୁଷା ରାଜେଶ୍ୱରୀଙ୍କୁ ଧୋଇଲେ ଇରାନୀ, ଶୋଇଥିବା ବାଘ ଦୁର୍ବଳ ନୁହେଁ !

Published September 30, 2025 ରାଜନୀତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ସାମ୍ବାଦିକ ସମ୍ମିଳନୀରେ ପ୍ରତ୍ୟୁଷାଙ୍କୁ ସିଧା ନିଶାନା କରିଛନ୍ତି ଇରାନୀ। ଶାନ୍ତ ସହରରକୁ ଅଶାନ୍ତ କରି ରାଜନୈତିକ ମାଇଲେଜ ନେବାକୁ ବସିଛନ୍ତି ପ୍ରତ୍ୟୁଷା। ଗାଁ ବୈଠକରେ ରାଜନୈତିକ ରଙ୍ଗ ବୋଳିବାକୁ ଆପ୍ରାଣ ଚେଷ୍ଟା ଜାରି କରିଛନ୍ତି ପ୍ରତ୍ୟୁଷା। ସାବଧାନ କରିଦେଉଛି, ଭାବୁଛ ଶୋଇଥିବା ବାଘ ଦୁର୍ବଳ ହୋଇଯାଇଛି ବୋଧେ। ଏପରି ଭାବନା ଭୁଲ, ଶୋଇଥିବା ବାଘକୁ ଜାଗ୍ରତ କରିବାକୁ ଚେଷ୍ଟା କର ନାହିଁ କହି ପ୍ରତ୍ୟୁଷାଙ୍କୁ ଧୋଇଛନ୍ତି ବିଜେଡ଼ି ବରିଷ୍ଠ ନେତ୍ରୀ ଇରାନୀ ରାୟ। ସେହିପରି ପୋଲିସର କାର୍ଯ୍ୟକୁ ମଧ୍ୟ କଡ଼ା ନିନ୍ଦା କରିଛନ୍ତି ଇରାନୀ। ମହିଳା ପୋଲିସ ନନେଇ ରାତି ଅଧିଆ ମୋ ଘରେ ଚଢ଼ାଉ କରିବା କି ପ୍ରକାରର ମାନସିକତା ବୋଲି ପ୍ରଶ୍ନ କରିଛନ୍ତି ଇରାନୀ।

ନୟାଗଡ ପୋଲିସ ମୋର ନୟାଗଡ଼ ବାସଭବନ ଉପରେ ମୋର ଅନୁପସ୍ଥିତିରେ ରାତି ୧ଟାରେ ପାଚେରୀ ଡେଇଁ ଗେଟ୍ ବାଡ଼େଇବା ସହିତ ବାସଭବନରେ ରହୁଥିବା କର୍ମଚାରୀଙ୍କୁ ଉଠାଇ ଘର ତଲାସ କରିଥିଲେ । ପୋଲିସର ଏଭଳି କାର୍ଯ୍ୟକୁ ମୁଁ ନିନ୍ଦା କରୁଛି । ମୁଁ ବିଜେଡି ନେତ୍ରୀ ହିସାବରେ ରହିଥିବା ବେଳେ ମୋର ମାନସମ୍ମାନକୁ ବାହାରେ ପକାଇବା ପାଇଁ ବିଜେପି ନେତ୍ରୀ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଏକ ହୀନ ରାଜନୀତି ଆରମ୍ଭ କରିଛନ୍ତି। ଘଟଣା କ’ଣ, ଘଟଣାକୁ ତର୍ଜମା ନ କରି ବିଜେଡି ଉପରେ ଆରୋପ ଲଗାଇବା ଏବଂ ମୋର କର୍ମୀମାନଙ୍କ ଘରେ ରାତି ଅଧିଆ ଚଢ଼ାଉ କରିବା ନିନ୍ଦନୀୟ। ଇଟାମାଟି ନାରାୟଣୀ ମନ୍ଦିର ପରିଚାଳନା କମିଟି ବୈଠକ ଏବଂ ତାହାର ହିସାବ ନିକାଶକୁ ନେଇ ଗତ ୨୮ ତାରିଖ ରାତିରେ ଇଟାମାଟି ଗୌଡସାହି ଠାରୁ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରବଣ କୁମାର ରାମଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକକୁ ଆସିବା ପାଇଁ ୩/୪ ଦିନ ଆଗରୁ ଇଟାମାଟି ସାରା ଢୋଲ ବଳାଇ ବୈଠକକୁ ଯିବା ପାଇଁ କହିବା ସହିତ ନୋଟିସ ବି କରିଥିଲେ। ଏହି ନୋଟିସ ମାଧ୍ୟମରେ ଗତ ୨୮ ତାରିଖ ରାତି ପ୍ରାୟ ୯.୩୦ରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଜେପି, ବିଜେଡି ଓ କଂଗ୍ରେସର କର୍ମକର୍ତ୍ତା ଥିଲେ ବି ଏହା ଗ୍ରାମ୍ୟ କମିଟି ତଥା ଦଶହରା ପୂଜା ଉପଲକ୍ଷେ ବୈଠକ ବସିଥିଲା। ଏହା କୌଣସି ଦଳର କାର୍ଯ୍ୟକ୍ରମ ନଥିଲା । ବିଜେପିର ବି କୌଣସି ଦଳୀୟ ବୈଠକ ଅନୁଷ୍ଠିତ ହୋଇନଥିଲା। କିନ୍ତୁ ନାରାୟଣୀ ମନ୍ଦିରର ହିସାବ ନିକାଶ ଓ କର୍ମକର୍ତା ଚୟନ ପାଇଁ ଗୌଡ ସାହିର କିଛି ବ୍ୟକ୍ତି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ନେଇ କମିଟିର ସଭ୍ୟଙ୍କ ମଧ୍ୟରେ ତର୍କବିତର୍କ ହୋଇଥିଲା।

ପରେ ଜନୈକ ସଭ୍ୟ ବିଷ୍ଣୁ ପ୍ରସାଦ ସାହୁଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣକୁ ନେଇ ବିଜେପି ଏବେ ରାଜନୀତି ଆରମ୍ଭ କରିଛି। ବିଜେପି ନେତ୍ରୀ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ରାତି ପ୍ରାୟ ୧୨ଟାରୁ ୧ଟା ମଧ୍ଯରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଷ୍ଣୁଙ୍କୁ ଭେଟିଥିଲେ । ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଏହି ଗଣ୍ଡଗୋଳକୁ ନେଇ ଏବେ ରାଜନୈତିକ ଶତ୍ରୁତା ଆରମ୍ଭ କରି ଦେଇଛନ୍ତି। ପ୍ରତ୍ୟୁଷାଙ୍କ କହିବା କଥା ବିଜେଡିର କିଛି କର୍ମକର୍ତ୍ତା ଏହାକୁ ଉଷୁକାଇ ଗଣ୍ଡଗୋଳ କରିଛନ୍ତି। ରାତି ୧ଟା ସମୟରେ ବିଜେଡି ନେତ୍ରୀ ଇରାନୀ ରାୟଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲେ। କିନ୍ତୁ ସମସ୍ତଙ୍କ ଘର ପୋଲିସ ତନ୍ମ ତନ୍ନ କରି ତନଖି କଲେ ବି କୌଣସି କର୍ମୀଙ୍କୁ ପାଇଲେ ନାହିଁ। ବିଜେଡି କର୍ମୀଙ୍କ ଘରେ ବି ଚଢ଼ଉ କରିଛନ୍ତି । ଫଳରେ ମୋ କର୍ମୀମାନେ ଗିରଫ ଭୟରେ ଲୁଚିବାକୁ ବାଧ୍ୟ ହୋଇଛନ୍ତି। ମୋର କର୍ମୀମାନଙ୍କୁ ଜାଣିଶୁଣି ହଇରାଣ କରିବା ପାଇଁ ଉଦ୍ୟମ କରିବା ସହିତ ସେମାନଙ୍କୁ ଆଇନରେ ଛନ୍ଦି ଦେବା ପାଇଁ କୁଶ୍ଚିତ ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରତ୍ୟୁଷା । ମୁଁ ନୟାଗଡ ବାସଭବନରେ ନଥିବାବେଳେ ମୋ ବିନାନୁମତିରେ କିଭଳି ଚଢ଼ାଭ କଲା ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ବିଜେପି କ୍ଷମତା ବଳରେ ପୋଲିସ ଲଗାଇ ମୋ ଘର ଉପରେ ଏଭଳି ଚଢ଼ାଉ କରିବା କେତେଦୂର ଠିକ । ଇଟାମାଟି ନାରାୟଣୀ ମନ୍ଦିରର ପରିଚାଳନା କମିଟି ବୈଠକ ହୋଇଥିଲା। ଏଠି ବିଜେଡି କିଭଳି ଦାୟୀ ରହିଲା। ଇଟାମାଟିର ଗ୍ରାମ୍ୟ ସଭା ବା ନାରାୟଣୀ ମନ୍ଦିରର ପରିଚାଳନା କମିଟି ବୈଠକ ବସିଥିଲା ସେଥିରେ ବିଜେଡିର ଭୂମିକା କିଛି ନାହିଁ । ଯେଉଁ ବିଜେପି ଦୋଷାରୋପ କରୁଛି । ତାଙ୍କ ମଣ୍ଡଳ ସଭାପତି ବିଜେପିର ବିଷ୍ଣୁଙ୍କ ଆକ୍ରମଣ କଲେ ତାହା କହିବା କେତେଦୂର ଯୁକ୍ତିଯୁକ୍ତି । କହିବାକୁ ଗଲେ ଶ୍ରବଣ ରାମ ଯିଏକି ପରିଚାଳନା କମିଟି ସଭାପତି ସେ ଏବେ ବିଜେପି ଦଳରେ ଅଛନ୍ତି । ବିଷ୍ଣୁ ବି ବିଜେପିର। ସିଏ ହିଁ ବୈଠକ ପରିଚାଳନା କରୁଛନ୍ତି। ତେଣୁ ବିଜେଡିର ସ୍ଥାନ ଆସିଲା କେଉଁଠୁ। ପ୍ରତ୍ୟୁଷା ପୂର୍ବରୁ ବିଜେଡିରେ ଥିଲେ ଏବେ ବିଜେପି ହୋଇଛନ୍ତି। ଶାନ୍ତ ଇଟାମାଟିକୁ ଅଶାନ୍ତ କରିବା ପାଇଁ ମୋର କର୍ମୀମାନଙ୍କୁ ବିଭିନ୍ନ କେସରେ ଛନ୍ଦିବା ପାଇଁ ଯୋଜନା କରିଛନ୍ତି । ଯଦି ଏଭଳି ପ୍ରତ୍ୟୁଷା ରାଜେଶ୍ଵରୀ ସିଂ ଶାସନ କ୍ଷମତା ଆଳରେ ଏଭଳି ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରନ୍ତି ତାହା ହେଲେ ନୟାଗଡର ସାଧାରଣ ଲୋକ ଏହାକୁ ବରଦାସ୍ତ କରିବେ ନାହିଁ ।

ପ୍ରକାଶଥାଉ କି ଅନ୍ୟତମ କାରଣ ଇଟାମାଟିର ବିଭିନ୍ନ ଯୁବକମାନେ ଗଣେଶ ମେଢ଼ କରିଥିଲେ। ଭସାଣୀକୁ ସିଧାସଳଖ ଭାବେ ବିଜେପି ମଣ୍ଡଳ ସଭାପତି ବୋଲାଉଥିବା ବିଷ୍ଣୁ ପ୍ରସାଦ ସାହୁ ଇଟାମାଟି ପୋଲିସକୁ ଆଣି ବନ୍ଦ କରିଥିବା ଯୋଗୁ ଯୁବକମାନେ ବିଷ୍ଣୁ ପ୍ରସାଦଙ୍କ ଉପରେ ଅସନ୍ତୋଷ ଥିଲେ। ତେଣୁ ନିଜ ମୁଣ୍ଡର ଅଠା ଅନ୍ୟ ମୁଣ୍ଡରେ ଲଗାଇବା ପାଇଁ ବିଜେପି ହୀନ ରାଜନୀତି କରିଛି। ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ପ୍ରକୃତରେ କିଏ ଦୋଷୀ। ନିରପେକ୍ଷ ତଦନ୍ତ ନକରି ସିଧାସଳଖ ଭାବେ ବିଜେଡି କର୍ମୀଙ୍କୁ ଆଇନ ଜାଲରେ ଛନ୍ଦି ଦେବା କେତେଦୂର ଠିକ। ଗତ ନିର୍ବାଚନରେ ମୋର ବିଜେଡି କର୍ମୀଙ୍କୁ ପ୍ରତ୍ୟୁଷା ବହୁ ପ୍ରଭାବିତ କରିଥିଲେ। କିନ୍ତୁ ପ୍ରତ୍ୟୁଷାଙ୍କ ପ୍ରଭାବରେ ପ୍ରଭାବିତ ନ ହୋଇ କର୍ମୀମାନେ ବିଜେଡିକୁ ସାହାଯ୍ୟ କରିଥିଲେ। ଏଥୁ ଯୋଗୁ ପ୍ରତ୍ୟୁଷାଙ୍କ ରାଗରଶିକାର ହେବାକୁ ପଡିଛି । ତେଣୁ ନୟାଗଡ ଭଳି ଶାନ୍ତିପୂର୍ଣ୍ଣ ଅଞ୍ଚଳକୁ ପ୍ରତ୍ୟୁଷା ଅଶାନ୍ତ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡ଼ି ନେତ୍ରୀ ଶ୍ରୀମତୀ ରାୟଙ୍କ ସହ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା ଉପସ୍ଥିତ ଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 30, 2025 September 30, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜନୀତି

୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ:୩ରେ ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା

Odisha Lekha October 2, 2026
ରାଜନୀତି

ବିଜେଡିର ମିଡିଆ ସେଲ୍ ପୁନର୍ଗଠିତ:ବିଭିନ୍ନ ଦାୟିତ୍ୱରେ  ନେତାଙ୍କୁ ନୂଆ ନିଯୁକ୍ତି:ଅରୁଣଙ୍କୁ ମିଳିଲା ମୁଖ୍ୟ ସଂଯୋଜକ ଦାୟୀତ୍ୱ

Odisha Lekha October 2, 2026
ରାଜନୀତିରାଜ୍ୟ ଖବର

୮ତାରିଖରେ ଓଡ଼ିଶା ବନ୍ଦ ଡାକରା: କଂଗ୍ରେସ

Odisha Lekha September 29, 2026
ରାଜନୀତିରାଜ୍ୟ ଖବର

ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ:ନବୀନ

Odisha Lekha September 28, 2026
ଆଞ୍ଚଳିକ ଖବରରାଜନୀତି

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Odisha Lekha September 27, 2026
ରାଜନୀତି

ଗଢ଼ା ହେଲା ବ୍ଲକ ଓ ନଗର ସଭାପତି:ସୁଦୃଢ ହେବ ବିଜୁ ମହିଳା ଜନତା ଦଳର ସଂଗଠନ

Odisha Lekha September 26, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?