Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ନବଘନପୁର ଗାଁରେ ସିରିଜ୍ ଚୋରୀ:ଦୁଇ ପରିବାରର ଲକ୍ଷାଧିକ ଟଙ୍କା ଚୋରୀ

Published September 27, 2025 ଅପରାଧ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ ଟାଉନ ଥାନା ଅନ୍ତର୍ଗତ ନବଘନପୁରରୁ ହୋଇଛି ସିରିଜ୍ ଚୋରୀ । ବିଳମ୍ବିତ ରାତିରେ ଦୁଇଟି ଘରୁ ଲକ୍ଷାଧିକ ନଗଦ ଟଙ୍କା ସହ ବହୁ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଏହାସହିତ ଅନ୍ଯ ଦୁଇଟି ଘରୁ ଚୋରୀ ଉଦ୍ୟମ ବେଳେ ଲୋକ ଉଠିପଡିବାରୁ ଚୋର ପଳାଇଯାଇଥିବା ଅନୁମାନ କରାଯାଉଛି । ଗତକାଲି ରାତିରେ ଗାଁର ପାଣୁଚରଣ ପାଳଙ୍କ ଘରେ ଝରକା ଗ୍ରିଲ୍ ତାଡି ଘରେ ପଶି ଦୁର୍ବୃତ୍ତମାନେ ୭୦ଗ୍ରାମରୁ ଅଧିକ ସୁନାଅଳଙ୍କାର ସହ ରୁପା ଗହଣା ଏବଂ ୫୫ହଜାର ଟଙ୍କା ଲୁଟ କରିଛନ୍ତି ।

ପାଣୁଙ୍କ ପରିବାର ଲୋକେ ଦୁଇଟି ବଖରାରେ ଶୋଇଥିବାବେଳେ ଠାକୁରଘରେ ପଶି ଦୁର୍ବୃତ୍ତମାନେ ଏହି ଚୋରି କରିଛନ୍ତି । ସେହିପରି ଗାଁର ଅନ୍ଯ ଏକ ସାହିରେ ରହୁଥିବା ପାଣୁଙ୍କ ସମ୍ପର୍କୀୟ ଭାଇ ଅକୃର ପାଳଙ୍କ ଘରୁ ଚୋରମାନେ ୬୨ହଜାର ଟଙ୍କା ସହ ୪୦ଗ୍ରାମରୁ ଅଧିକ ସୁନାଗହଣା ଲୁଟ କରିନେଇଛନ୍ତି । ଦୁଇଟି ଘରୁ ସମାନ ତରିକାରେ ଝରକା ଗ୍ରିଲ୍ ତାଡି ଚୋରି ହୋଇଛି । ଅକୃରଙ୍କ ଘରେ ମଧ୍ଯ ପରିବାର ଲୋକେ ଦୁଇଟି ବଖରାରେ ଶୋଇଥିବାବେଳେ ଠାକୁର ଘର ଝରକା ଗ୍ରିଲ୍ ତାଡି ଚୋର ଲୁଟ୍ କରିଛନ୍ତି ।

ଟାଉନ ଥାନା ଆଇଆଇସି ଅନ୍ଯ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାସହିତ ସାଇଣ୍ଟିଫିକ ଟିମ୍ ଏବଂ ଡଗ୍ ସ୍କ୍ୱାର୍ଡ ମଧ୍ଯ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତ ଜୁନ୍ ମାସ ୩୦ତାରିଖରେ ନବଘନପୁର ଗାଁରେ ବଡଧରଣର ଚୋରି ହୋଇଥିବାବେଳେ ପୋଲିସ ଏପର୍ଯ୍ୟନ୍ତ ଚୋରଙ୍କୁ ଧରିପାରିନାହିଁ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 27, 2025 September 27, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର
ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର:ରୋଗୀଙ୍କୁ ମିଳୁନି ବେଡସିଟ୍ !
ଜିଲ୍ଲା ଖବର ସ୍ବାସ୍ଥ୍ୟ
ନେପାଳ ବନ୍ୟାରେ ଭାରତର ବଡ଼ ସହାୟତା:ପ୍ରଥମ ଦେଶ ଭାବେ ୬୮ ଟନ୍‌ ରିଲିଫ ସାମଗ୍ରୀ ପଠାଇଲା ଭାରତ, ବିଶ୍ୱର ବିଭିନ୍ନ ଦେଶ ବି ବଢ଼ାଇଲେ ସହାୟତାର ହାତ
ଦେଶ ବିଦେଶ
ନୟାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ‘Gen Z Inspection’ କାର୍ଯ୍ୟକ୍ରମ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ନୟାଗଡ଼ରେ ଛାଉଣୀ ପୋଲିସ: ବିଜେପି ନେତାଙ୍କ ଚିରା ହୋଇଛି ପୋଷ୍ଟର:ଜିଲ୍ଲା ପୋଲିସର ପାରିପାର୍ଶ୍ୱିକ ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ

Odisha Lekha August 28, 2026
ଅପରାଧଜିଲ୍ଲା ଖବର

୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ଗଞ୍ଜେଇ ଚାଲାଣ ସହ ରହିଛି ନୟାଗଡ଼ ଲିଙ୍କ:୮ ଗିରଫ

Odisha Lekha August 26, 2026
ଅପରାଧଜିଲ୍ଲା ଖବର

ରାସ୍ତା କଡ଼ରୁ ମୃତଦେହ ଉଦ୍ଧାର:ଗ୍ୟାସ୍ ପାଇଁ ଯାଇ ଶବ ହେଇ ଫେରିଲେ ନିରଞ୍ଜନ: ପରିବାର ଲୋକ ଆଣିଲେ ସାଂଘାତିକ ଅଭିଯୋଗ

Odisha Lekha August 19, 2026
ଅପରାଧ

କଙ୍ଗାରୁକୋର୍ଟର କରୁଣ ପରିଣତି:ନଳକୂପ ଚାବିରେ ବାଡ଼େଇ ବାଡ଼େଇ ହତ୍ୟା:୨ଘଣ୍ଟା ପରେ ଡାହୁକା ନଦୀରୁ ମୃତ ଦେହ ଉଦ୍ଧାର:ପୋଲିସର ଛାନଭିନ ଆରମ୍ଭ

Odisha Lekha July 7, 2026
ଅପରାଧ

ବୟସ୍କ ବ୍ୟକ୍ତିକୁ ବାଡ଼େଇ ବାଡ଼େଇ ହତ୍ୟା:ହତ୍ୟାକାରୀ ଗାଁ ଛାନଭିନ କରୁଛି ପୋଲିସ

Odisha Lekha July 1, 2026
ଅପରାଧ

ଗୋଡିଗଦା ମୃତ ଦେହ ଉଦ୍ଧାର:ଦୁର୍ଘଟଣା ନା ହତ୍ୟା !

Odisha Lekha June 28, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?