Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ପୁଣି ରଣଜିତଙ୍କ ମୁଣ୍ଡରେ ଜିଲ୍ଲା ସଭାପତି ମୁକୁଟ

Published September 26, 2025 ରାଜନୀତି
Oplus_16908288
SHARE

ନୟାଗଡ଼, (ଓଡ଼ିଶା ଲେଖା): କିଏ ସମ୍ଭାଳିବ ଜିଲ୍ଲାର ଦାୟୀତ୍ୱ, କାହାକୁ ବାଛିବେ 35ଜଣିଆ ଚୟନ କମିଟି, କାହାକୁ ଜିଲ୍ଲାର ଦାୟୀତ୍ୱ ଦେଲେ କଂଗ୍ରେସ ଦଳର ସଂଗଠନ ସୁଦୃଢ ହେବ । ଏହାକୁ ନେଇ ଲାଗିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ଏଆଇସିସିର ସାଧାରଣ ସଂପାଦକ । ରାଜ୍ୟର ବିଭିନ୍ନ ଜିଲ୍ଲାର କଂଗ୍ରେସ ଦଳ ତା’ର ଜିଲ୍ଲା ସଭାପତି ଚୟନ କରିବାରେ ବିଗତ ଦିନରେ ଏଆଇସିସି ଏକ 35ଜଣିଆ ଚୟନ କମିଟି ଗଠନ କରିଥିଲା । ଏହି ଚୟନ କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରି କର୍ମୀ ମାନଙ୍କ ସହ ଆଲୋଚନା କରି ଜିଲ୍ଲା ସଭାପତି ଦୌଡ଼ରେ କିଏ କିଏ ଅଛନ୍ତି ସ୍ଥିତି ସମୀକ୍ଷା କରିଥିଲେ । ସଭାପତି ଦୌଡରେ ଥିବା ନେତାମାନଙ୍କୁ ସ୍ଥାନୀୟ ଅଞ୍ଚଳର କର୍ମୀ, ବୁଦ୍ଧିଜୀବୀ, ଆଇନୀଜୀବି, ସାମ୍ବାଦିକ, ଏନଜିଓ, ବରିଷ୍ଠ ନାଗରିକ କେତେ ପସନ୍ଦ କରନ୍ତି ତାହାର ସ୍ଥିତି ପରୀକ୍ଷା କରିବା ଆଜି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି ଏଆଇସିସି । ଯଦି ନୟାଗଡ଼ କଥା ଦେଖିବା ପୂର୍ବରୁ ରଣଜିତ ଦାଶ ଜିଲ୍ଲା ସଭାପତି ଦାୟିତ୍ୱ 2018 ମସିହାରୁ ଲଗାତର ଭାବେ ତୁଲାଇ ଆସୁଥିବା ବେଳେ କିଛି ମାସ ହେବ ଏଆଇସିସି ଜିଲ୍ଲା ସଭାପତି ପଦ ରଦ୍ଦ କରିଥିଲା ଏବଂ ଜିଲ୍ଲା କାର୍ଯ୍ୟକାରୀ ସଂଯୋଜକ ଭାବେ ସତ୍ୟବ୍ରତ ନାୟକଙ୍କ ନାମ ଘୋଷଣା କରିଥିଲା । ତେବେ କିଛି ମାସ ହେବ ସତ୍ୟବ୍ରତ ନାୟକ ଜିଲ୍ଲା କଂଗ୍ରେସର ଦାୟୀତ୍ୱ ସମ୍ଭାଳି ଆସୁଥିବା ବେଳେ ଏଆଇସିସି ଜିଲ୍ଲା ସଭାପତି ଚୟନ କରିବାକୁ 35ଜଣିଆ କମିଟି ଗଠନ କରିଥିଲେ । ଉକ୍ତ କମିଟିରେ ସାଂସଦ, ବିଧାୟକ ଓ ବହୁ ବରିଷ୍ଠ କଂଗ୍ରେସ ନେତା ଥିଲେ । ତେବେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ପଦ ପାଇଁ ସତ୍ୟବ୍ରତ ନାୟକ, ରଣଜିତ ଦାଶ, ବିଭୂ ମିଶ୍ର ଓ ହୁସେନ ଖାଁ ଦୌଡ଼ରେ ଥିଲେ । 35ଜଣିଆ ଚୟନ କିମିଟି ନେତାମାନଙ୍କ ପାରିପାର୍ସିକ ସମୀକ୍ଷା କରିବା ପରେ ଆଜି ଏଆଇସିସିର ସାଧାରଣ ସମ୍ପାଦକ ରାଜ୍ୟର ବିଭିନ୍ନ ସ୍ଥାନର ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ତେବେ ନୟାଗଡ଼ ଜିଲ୍ଲାର ଦାୟୀତ୍ୱ ପୁଣି ଥରେ ରଣଜିତ ଦାଶଙ୍କ ଉପରେ ଦଳ ଭରସା କରିଛି ।ଏବଂ ଜିଲ୍ଲା ସଭାପତି ଭାବେ ତାଙ୍କ ନାମ ଘୋଷଣା କରିଛି । ରଣଜିତ ଦାଶ ପୁଣି ଥରେ ଜିଲ୍ଲା ସଭାପତି ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ଆଗାମୀଦିନରେ ରଣଜିତ ଦାଶ(ଜିତୁ) ଦଳର ସଂଗଠନ କିପରି ସୁଦୃଢ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 26, 2025 September 26, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜନୀତି

୮ ଅକ୍ଟୋବର ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ:୩ରେ ବ୍ଲକସ୍ତରୀୟ ବୈଠକ, ୬ରେ ପଦଯାତ୍ରା ଓ ୭ରେ ମଶାଲ ଶୋଭାଯାତ୍ରା

Odisha Lekha October 2, 2026
ରାଜନୀତି

ବିଜେଡିର ମିଡିଆ ସେଲ୍ ପୁନର୍ଗଠିତ:ବିଭିନ୍ନ ଦାୟିତ୍ୱରେ  ନେତାଙ୍କୁ ନୂଆ ନିଯୁକ୍ତି:ଅରୁଣଙ୍କୁ ମିଳିଲା ମୁଖ୍ୟ ସଂଯୋଜକ ଦାୟୀତ୍ୱ

Odisha Lekha October 2, 2026
ରାଜନୀତିରାଜ୍ୟ ଖବର

୮ତାରିଖରେ ଓଡ଼ିଶା ବନ୍ଦ ଡାକରା: କଂଗ୍ରେସ

Odisha Lekha September 29, 2026
ରାଜନୀତିରାଜ୍ୟ ଖବର

ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ପାଇଁ ଲଢ଼େଇ ଜାରି ରହିବ:ନବୀନ

Odisha Lekha September 28, 2026
ଆଞ୍ଚଳିକ ଖବରରାଜନୀତି

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Odisha Lekha September 27, 2026
ରାଜନୀତି

ଗଢ଼ା ହେଲା ବ୍ଲକ ଓ ନଗର ସଭାପତି:ସୁଦୃଢ ହେବ ବିଜୁ ମହିଳା ଜନତା ଦଳର ସଂଗଠନ

Odisha Lekha September 26, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?