ଓଡ଼ିଶା ଲେଖା ଅଫିସ: ବର୍ତ୍ତମାନର ବଡ଼ ଖବର । ଏକସଙ୍ଗେ ତିନି ଜଣଙ୍କୁ ନିଲମ୍ବିତ କରିଛି ବିଜେଡ଼ି । ଦଳ ବିରୋଧୀ କାର୍ଯ୍ୟ କରିବା ତିନି ଜଣଙ୍କୁ ମହଙ୍ଗା ପଡିଛି । ବିଜେଡ଼ି ରେ ରହି ବିଜେଡ଼ି ବିରୋଧରେ ବିଷ ଗାଳିବା ଓ ଦଳ ବିରୋଧୀ କାର୍ଯ୍ୟ କରିଆସୁଥିବା ଶ୍ରୀମୟୀ ମିଶ୍ରଙ୍କୁ ନେଇ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ବିଜେଡି ସୁପ୍ରିମୋ ଆଜି ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେଡ଼ି ରାଜ୍ୟ ମହିଳା ସାଧାରଣ ସଂପାଦିକା ଥିବା ଶ୍ରୀମୟୀ ମିଶ୍ରଙ୍କୁ ଆଜି ବିଜେଡ଼ିରୁ ନିଲମ୍ବନ କରାଯାଇଛି ସେହିପରି କପ୍ତିପଦା ବ୍ଲକର ପୂର୍ବତନ ବ୍ଲକ ସଭାପତି ସୁବାଷ ଚନ୍ଦ୍ର ସାଇଙ୍କୁ ନିଲମ୍ବିତ କରାଯାଇଛି ଏବଂ ମୟୁରଭଞ୍ଜ ଜିଲ୍ଲାର ପୂର୍ବତନ ବିଜେଡ଼ି ଜିଲ୍ଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ନେଇ ରାଜ୍ୟ ବିଜୁ ଜନତା ଦଳର ଉପ ସଭାପତି ପ୍ରତାପ ଜେନା ସୂଚନା ଦେଇଛନ୍ତି ।


