ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସ୍ବାଗତ ଉତ୍ସବ ଅଭିନବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଦିଲ୍ଲୀପ ମିଶ୍ର, ଅଧ୍ୟାପକ ଆଶୁତୋଷ ମିଶ୍ର ଯୋଗଦେଇଥିବା ବେଳେ ବାଣିଜ୍ୟ ବିଭାଗର ମୁଖ୍ୟ ଲକ୍ଷ୍ମୀଧର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସେହିପରି ଭାବେ ବାଣିଜ୍ୟ ବିଭାଗର ଅଧ୍ୟାପକ କମଳ କୁମାର ବର୍ମା, ସୁଶାନ୍ତ କୁମାର ଅଧିକାରୀ, ପ୍ରଦୀପ କୁମାର ଆଚାର୍ଯ୍ୟ, ମନୋରଞ୍ଜନ ଗୌଡ଼, ଅଜୟ କୁମାର ମହାନ୍ତି, ପ୍ରତୀକ୍ଷା ରାୟ, ସବିତା କହଁର ପ୍ରମୁଖଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।


