ଓଡ଼ିଶା ଲେଖା ଅଫିସ: ଭିଜିଲାନ୍ସ ଜାଲରେ ଆଉ ଜଣେ ତହସିଲଦାର। ଜମି ଜମା କାଗଜ ପତ୍ର କରେଇ ଦେବାପାଇଁ ନେଉଥିଲେ ୨୦ ହଜାର ଟଙ୍କା। ସେତିକି ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ। ଏହି ତହସିଲଦାର ବାବୁ ଜଣଙ୍କ ହେଲେ ଶିବ ମଲ୍ଲିକ। ଓଏଏସ ପରୀକ୍ଷା ଟପ୍ପର ହୋଇଥିବା ଜଣେ ତହସିଲଦାର କିଛିଦିନ ତଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା ବେଳେ, ପୁଣି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ତହସିଲର ତହସିଲଦାର ଜଣେ ବ୍ୟକ୍ତିଙ୍କର ଜମି ଜମା କାଗଜପତ୍ର କାମ କରିଦେବା ପାଇଁ ୨୦ହଜାର ଟଙ୍କା ମାଗିଥିଲେ। ଏବଂ ଦିନ ପରେ ଦିନ ଗଡେଇ ଚାଲିଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତ ଅନୁସାରେ ଆଜି ତହସିଲଦାରଙ୍କୁ ୨୦ହଜାର ଦେବା ସମୟରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା। ଭିଜିଲାନ୍ସ ଟିମ ତହସିଲଦାରଙ୍କ ଠାରୁ ଟଙ୍କା ଜବତ କରିବା ସହ ଅଟକ ରଖି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।


