Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସରକାରୀ କାର୍ଯ୍ୟକ୍ରମରେ ମଞ୍ଚାସିନ ବିଜେପି ନେତ୍ରୀ ସୁସ୍ଥ ନାରୀ, ସଶକ୍ତ ପରିବାର:ଅଭିଯାନକୁ ସଫଳ କରିବା ପାଇଁ ସାଂସଦଙ୍କ ଆହ୍ୱାନ

Published September 18, 2025 ସ୍ବାସ୍ଥ୍ୟ
SHARE

ନୟାଗଡ, (ଓଡ଼ିଶା ଲେଖା): ଯେତେ ମାଠିବୁ ମାଠ, ସେଇ ଦରପୋଡା କାଠ ସେହି ଆଖ୍ୟାରେ ପୂର୍ବରୁ ବହୁ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ବିଜେପି ନେତା ଓ ନେତ୍ରୀମାନେ ସୁଧୁରିବାର ନା ଗନ୍ଧ ଧରୁନାହାନ୍ତି। ସରକାରୀ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି। ସରକାରୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ କେମିତି କେଜାଣି କୌଣସି ପଦ ପଦବୀରେ ନଥିବା ନେତ୍ରୀଙ୍କୁ ସଭାରେ ମଞ୍ଚାସିନ କରାଉଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯାହାକୁ ନେଇ ଲୋକ ମାନେ ନାକ ଟେକିବା ଆରମ୍ଭ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଇଟାମାଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ । ସୂଚନାନୁସାରେ, ନୟାଗଡ ସଦର ବ୍ଲକ ଇଟାମାଟି ପଞ୍ଚାୟତ ଅଧିନସ୍ଥ ଲଡୁପାତ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ଏକ ସ୍ୱତନ୍ତ୍ର ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପୁରୀ ଲୋକସଭା ସାଂସଦ ଡ଼ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଆୟୋଜିତ ସଭାରେ, ନାରୀ ସୁସ୍ଥ ହେଲେ ପରିବାର ସୁସ୍ଥ ହେବ ଓ ସେଥିପାଇଁ ଏହି ଅଭିଯାନକୁ ସମସ୍ତଙ୍କ ସହଯୋଗରେ ଶତପ୍ରତିଶତ ସଫଳ କରିବାକୁ ଆମେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିବଦ୍ଧ ବୋଲି ମତପ୍ରକାଶ କରିଥିଲେ ।

ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ବି ପୋଷଣ ମାସ ଅଭିଯାନ ବି ଚାଲିଛି ଓ ଏହାର ସୁଯୋଗ ସମସ୍ତ ମହିଳା ଉଠାଇବା ଆବଶ୍ୟକ ବୋଲି ବୁଝାଇଥିଲେ । ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କହିଥିଲେ। ସମାଜ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯାଇ ବ୍ୟାପକ ସଚେତନତା କରାଯିବ ଉପରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଗୁରୁତ୍ଵାରୋପ କରିଥିଲେ । ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉପଲବ୍ଧ ମାତୃତ୍ଵ ସେବା ସହିତ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଅଣସଂକ୍ରାମକ ରୋଗର ଚିହ୍ନଟ, ଟୀକାକରଣ, ଟି.ବି ଓ କର୍କଟ ପରୀକ୍ଷା, ସିକିଲ ସେଲ ଓ ଥାଲାସେମିଆ ପରୀକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା । ଏଥି ସହିତ ବିଦ୍ୟାଳୟମାନଙ୍କରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷ ସେବା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ଆଲୋଚନା କରାଯାଇଥିଲା । ନୟାଗଡ ଜିଲ୍ଲାରେ ଅତି କମରେ ୨୫୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କୀଟ ପହଞ୍ଚାଇବା ପାଇଁ ନିକ୍ଷୟ ମିତ୍ର ପଞ୍ଜୀକରଣ ଉପରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ ।

ଏହି ଅଭିଯାନ ସମୟରେ ଲାଭାର୍ଥୀମାନେ ନିଜର ଆଧାର କାର୍ଡ କିମ୍ବା ଆଭା ନମ୍ବର ସହିତ ଯେକୌଣସି ସ୍ଵାସ୍ଥ୍ୟ କେନ୍ଦ୍ରମାନଙ୍କରେ ପହଁଚିଲେ ସୂଚାରୁରୂପେ ସେମାନଙ୍କର ପଞ୍ଜୀକରଣ ସହିତ ସ୍ଵାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇପାରିବ ବୋଲି ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ କହିଥିଲେ । ସୁସ୍ଥ ନାରୀ – ସଶକ୍ତ ପରିବାର କାର୍ଯ୍ୟକ୍ରମ ଅଭିଯାନ ଶତ ପ୍ରତିଶତ ସଫଳତା ସୁରୁଖୁରୂରେ ଚାଲିବା ପାଇଁ ନିଷ୍ପତି ଗ୍ରହଣ କରିବାକୁ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହ କହିଥିଲେ ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡାକ୍ତର ଜ୍ଞାନଜ୍ୟୋତି ଦାସ, ଇଟାମାଟି ପି.ଏଚ୍.ସିର ଚିକିତ୍ସା ଅଧିକାରୀ ଡାକ୍ତର ଦେବୀଦତ୍ତ ଦିବ୍ୟରଞ୍ଜନ ମିଶ୍ର, ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ ଦଳବେହେରା ଓ ସ୍ୱାସ୍ଥ୍ୟ ବିଭାଗର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ପ୍ରଧାନ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 18, 2025 September 18, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବରସ୍ବାସ୍ଥ୍ୟ

ଇଟାମାଟିରେ ରକ୍ତଦାନ ଶିବିର:୩୧ ୟୁନିଟ୍ ରକ୍ତ ସଂଗ୍ରହ

Odisha Lekha October 3, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ୱ ନେଲେ ଡାକ୍ତର ବି.ଏସ୍. ରାଓ

Odisha Lekha September 24, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତିସ୍ବାସ୍ଥ୍ୟ

ଭାପୁରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ନେଇ କଂଗ୍ରେସର ଦାବିପତ୍ର:ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫ ଡାକ୍ତର: ମାସେ ଭିତରେ ସମାଧାନ ନହେଲେ ସତ୍ୟାଗ୍ରହର ଚେତାବନୀ

Odisha Lekha September 22, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ସ୍କାନ କରିବା ସମୟ ପଚାରିବାରୁ ଅଧିକାରୀଙ୍କ ଅସହଯୋଗ ଅଭିଯୋଗ:ଭିଡିଓ କରୁଥିବା ବେଳେ ମୋବାଇଲ ଛଡ଼ାଇବାକୁ ଉଦ୍ୟମ ଅଭିଯୋଗ: ନିରୁପାୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

Odisha Lekha September 17, 2026
ଆଞ୍ଚଳିକ ଖବରସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ପରାମର୍ଶ ଶିବିର ଉଦ୍‌ଘାଟିତ

Odisha Lekha September 13, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ଗୃହରେ ତାଲା ! ସରକାରୀ ମେସିନ ଅଚଳ:ଘରୋଇ କ୍ଲିନିକ୍‌ରେ ପ୍ରସୂତି ମହିଳାଙ୍କ ଲମ୍ବା ଲାଇନ

Odisha Lekha September 5, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?