Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ରୋଟାରୀ କ୍ଳବ୍ ନୟାଗଡ଼ରେ ରାଷ୍ଟ୍ର ନିର୍ମାତା ସମ୍ମାନ:୮ ବ୍ଲକର ୮ ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Published September 10, 2025 ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବର ସଭାପତି ରୋଟାରିଆନ୍ ବସିରନ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ ପୌର ପରିଷଦ ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ଚିତ୍ତରଂଜନ ପାଣ୍ଡେ ଯୋଗ ଦେଇ ଶିକ୍ଷକ ମାନେ ହେଉଛନ୍ତି ଛାତ୍ରଛାତ୍ରୀ ମାନଙ୍କର ଦ୍ବିତୀୟ ଅଭିଭାବକ। ଅନ୍ଯ ପେଶାର ମଣିଷଟିଏ ଭୁଲ୍ କଲେ ଚଳିବ କିନ୍ତୁ ଜଣେ ଶିକ୍ଷକ ଭୁଲ୍ କଲେ ଚଳିବନି। କାରଣ ଶିକ୍ଷକ ଭୁଲ୍ କଲେ ଗୋଟିଏ ସମାଜ କ୍ଷତିଗ୍ରସ୍ତ ହେବ। ଏଣୁ ଶିକ୍ଷକ ଜାତି ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ।ଏବଂ ନେଶନ ବିଲ୍ଡର ଆଓ୍ବାର୍ଡ ଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ରୋଟାରୀ କ୍ଳବ୍ ଆୟୋଜନ କରିଥିବାରୁ କ୍ଳବ୍ ର ସଦସ୍ଯ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷକ ମାନେ ଦେଶ ଜାତିପ୍ରତି ସମର୍ପିତ ହୋଇ କାମ କରିବାକୁ ସମ୍ବର୍ଦ୍ଧିତ ହେଉଥିବା ଶିକ୍ଷକ ମାନଙ୍କୁ ଆହ୍ବାନ ଦେଇଥିଲେ। ରୋଟାରୀ କ୍ଳବ୍ ର ସଦସ୍ଯ ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ କ୍ଳବ୍ ର ଲିଟେର୍ସି କମିଟିର ଅଧ୍ଯକ୍ଷ ଶ୍ରୀକୁମର ରଥ ସଭାରେ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଚଳିତ ବର୍ଷ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଜରିଆରେ ଚୟନ ହୋଇଥିବା ଆଠଟି ବ୍ଳକର ୦୮ ଜଣ ଆଦର୍ଶ ଶିକ୍ଷକ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ନୟାଗଡ଼ ବ୍ଳକର ଗୋକୁଳ ଚନ୍ଦ୍ର ମାର୍ଥା, ଓଡଗାଁ ବ୍ଳକର ଦମୟନ୍ତୀ ପତ୍ର, ନୁଆଗାଁ ବ୍ଳକର ନିରଞ୍ଜନ ଦାସ, ଦଶପଲ୍ଲା ବ୍ଳକର ସସ୍ମିତା ମହାପାତ୍ର, ଗଣିଆ ବ୍ଳକର ଭୋଳେଶ୍ୱର ସାହୁ , ଖଣ୍ଡପଡ଼ା ବ୍ଳକର ସୁନୀତା ସାହୁ, ଭାପୁର ବ୍ଳକର ସବିତା ମହାପାତ୍ର, ରଣପୁର ବ୍ଳକର କୈଳାସ ଚନ୍ଦ୍ର ମାଝୀଙ୍କୁ ଚଳିତ ବର୍ଷର ନେସନ ବିଲ୍ଡର ଆଓ୍ବାର୍ଡ ଦିଆଯାଇଥିଲା ବେଳେ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଣୀ ଗୀତାଞ୍ଜଳି ସାହୁଙ୍କୁ କ୍ଳବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ରୋଟାରିଆନ୍ ପ୍ରବୀର କୁମାର ପୃଷ୍ଟି ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କ୍ଳବ୍ ର ସଦସ୍ଯ ରୋଟାରିଆନ୍ ଲକ୍ଷ୍ମୀନାରାୟଣ ରଥ, ମଦନ ମୋହନ ମହାପାତ୍ର,ଗୋଦାବରୀଶ ସାହୁ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଂଜନ ନାୟକ, ଶ୍ରୀଧର ସାହୁ, ବାସୁଦେବ ସାହୁ,ଦିଲ୍ଲୀପ କୁମାର ମିଶ୍ର,ଦେବାଶିଷ ପଟ୍ଟନାୟକ,ଜି. ରଶ୍ମିରାଜ, ଦିପେଶ ରଞ୍ଜନ ସାହୁ,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ପ୍ରଶାନ୍ତ ପଟ୍ଟନାୟକ ପ୍ରାକ୍ତନ ସଭାପତି ଶ୍ରୀକାନ୍ତ କୁମାର ଖଟେଇ ଆଦି ବହୁ ସଦସ୍ଯମାନେ ଯୋଗ ଦେଇଥିଲା ବେଳେ କ୍ଳବ୍ ର ସଂପାଦକ ଅବିନାଶ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 10, 2025 September 10, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତି

ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର

Odisha Lekha September 26, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତିସ୍ବାସ୍ଥ୍ୟ

ଭାପୁରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ନେଇ କଂଗ୍ରେସର ଦାବିପତ୍ର:ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫ ଡାକ୍ତର: ମାସେ ଭିତରେ ସମାଧାନ ନହେଲେ ସତ୍ୟାଗ୍ରହର ଚେତାବନୀ

Odisha Lekha September 22, 2026
ରାଜ୍ୟ ଖବରଶିକ୍ଷା ଓ ନିଯୁକ୍ତି

କ୍ୟାପିଟାଲ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ଅଭିଯାନ

Odisha Lekha September 8, 2026
ଶିକ୍ଷା ଓ ନିଯୁକ୍ତି

ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି:ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Odisha Lekha September 7, 2026
ଶିକ୍ଷା ଓ ନିଯୁକ୍ତି

ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ:ଅଭିଭାବକଙ୍କ ସକ୍ରିୟ ଭୂମିକା ଛାତ୍ରଛାତ୍ରୀଙ୍କ ସଫଳତାର ମୁଖ୍ୟ ଆଧାର:ଅରୁଣ

Odisha Lekha September 6, 2026
ଆଞ୍ଚଳିକ ଖବରଶିକ୍ଷା ଓ ନିଯୁକ୍ତି

ସପ୍ତମ ଶ୍ରେଣୀ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ପାଇଁ ୩ ଦିନିଆ କର୍ମଶାଳା

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?