Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ

Published October 1, 2026 ଆଞ୍ଚଳିକ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଲେଖନପୁରସ୍ଥିତ ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମିତି ଓ ସମର୍ପଣର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଛଖଣ୍ଡ ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିରଞ୍ଚିନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ନାଗରିକମାନେ ସମାଜ ପାଇଁ ଅଲୋଡ଼ା ନୁହନ୍ତି। ସେମାନଙ୍କ ଅଭିଜ୍ଞତା, ଅନୁଭୂତି ଓ ଜୀବନର ଅନୁଭବ ଯୁବପିଢ଼ିକୁ ସୁନ୍ଦର ଜୀବନଯାପନ ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ସମର୍ପଣ ପରିଚାଳନା କମିଟିର ସମ୍ପାଦକ ଶ୍ରୀଧର ସାହୁ ସ୍ୱାଗତ ଅଭିଭାଷଣ ଦେଇଥିଲେ। ସମର୍ପଣର ବରିଷ୍ଠ ସଦସ୍ୟ ପ୍ରମୋଦ ପଟ୍ଟନାୟକ କହିଥିଲେ ଯେ, ଯେଉଁ ପୁଅବୋହୂମାନେ ନିଜ ବାପା-ମାଆ ତଥା ଶାଶୁ-ଶଶୁରଙ୍କୁ ସମ୍ମାନର ସହିତ ସେବା ଓ ଯତ୍ନ ନେଉଛନ୍ତି, ସେମାନଙ୍କୁ ସମାଜ ପକ୍ଷରୁ ସମ୍ମାନିତ କରାଯିବା ଆବଶ୍ୟକ।

କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମିତିର ଆଇନ ମିତ୍ର ଭାଇ ଓ ଭଉଣୀମାନେ ଆଶ୍ରମର ଅନ୍ତେବାସୀ ମଉସା ଓ ମାଉସୀମାନଙ୍କୁ ଫୁଲ ଓ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହାସହ ଅନ୍ତେବାସୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ବାର୍ଦ୍ଧକ୍ୟଜନିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ମଞ୍ଚାସୀନ ଅତିଥିମାନେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସମର୍ପଣ ମ୍ୟାନେଜର ସୀତାରାମ ପ୍ରଧାନଙ୍କ ସମେତ କର୍ମଚାରୀ ମାନସ କୁମାର ନାୟକ, ସରସ୍ୱତୀ ସାହୁ, ମାମି ଡାକୁଆ ଓ ଶୋଭାରାଣୀ ଦଳେଇ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha October 1, 2026 October 1, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ରିଅଲ ହିରୋ ସାଜିଲେ ପାଇଲଟ୍ ସ୍ମିତ ମଚ୍ଛାର: ମଝି ଆକାଶରେ ବିମାନ ଦୁର୍ଘଟଣା ରୋକିଲେ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଦେଶ ବିଦେଶ
ଆନ୍ତର୍ଜାତିକ ଦାସିଆ ଅଜାଙ୍କ ପାଠାଗାରରେ ତଥ୍ୟ ସଂଗ୍ରହ କଲେ ଗବେଷଣା ଛାତ୍ରଛାତ୍ରୀ
ଜିଲ୍ଲା ଖବର
ବାଣିଗୋଚ୍ଛା ନିକଟରେ ‘ସାରଳା’ ବସ୍ ଦୁର୍ଘଟଣା
ଦୁର୍ଘଟଣା
ବିଳମ୍ବରେ ଆସିଲେ ଛାତ୍ରଛାତ୍ରୀଙ୍କୁ ଗେଟ୍‌ରେ ଅଟକ :ଅଧ୍ୟାପକଙ୍କ ପାଇଁ କାହିଁକି ଅଲଗା ନିୟମ?
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ଭଞ୍ଜନଗରରେ ‘ଓଡ଼ିଶା ବନ୍ଦ’ର ପ୍ରଭାବ ଶୂନ

Odisha Lekha September 30, 2026
ଆଞ୍ଚଳିକ ଖବର

ପତୁରିଆ ନାଳରୁ ମୃତ ମଗର କୁମ୍ଭୀର ଉଦ୍ଧାର:ମୃତ୍ୟୁର କାରଣ ଖୋଜିବାକୁ ବନବିଭାଗର ତଦନ୍ତ ଜାରି

Odisha Lekha September 28, 2026
ଆଞ୍ଚଳିକ ଖବର

ଜିଲ୍ଲାପାଳଙ୍କ ହସ୍ତରେ ହେଲା ସଂକ୍ଷିପ୍ତ ଭାଗବତ ଲୋକାର୍ପଣ

Odisha Lekha September 27, 2026
ଆଞ୍ଚଳିକ ଖବର

ବାଉଁସିଆପଡ଼ା ସେଭେନ ଷ୍ଟାର ୟୁଥ କ୍ଲବ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ୟୁନିଟ୍ ରକ୍ତ ସଂଗ୍ରହ

Odisha Lekha September 27, 2026
ଆଞ୍ଚଳିକ ଖବରରାଜନୀତି

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Odisha Lekha September 27, 2026
ଆଞ୍ଚଳିକ ଖବରଗଳ୍ପ ଓ କବିତା

ସିଂହନାଥ ପୀଠରେ କବି ପ୍ରଭାକର ଓ ସତ୍ୟାନାଶଙ୍କ ଜନ୍ମୋତ୍ସବ:ପୁସ୍ତକ ଉନ୍ମୋଚନ ଓ କବି ସମ୍ମିଳନୀ

Odisha Lekha September 26, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?