ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ବିଳମ୍ବରେ ଆସୁଥିବା ଛାତ୍ରୀମାନଙ୍କ ପ୍ରବେଶକୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷା ସରୋଯା ଷଡ଼ଙ୍ଗୀ । ଠିକ କଥା, ଏବଂ ଅଧ୍ୟକ୍ଷା ଶ୍ରୀମତୀ ଷଡ଼ଙ୍ଗୀଙ୍କ ନୂଆ ନିୟମ ଏକ ସ୍ୱାଗତ ଯୋଗ୍ୟ। ତେବେ ଏହି ନୂଆ ନିୟମ ମହାବିଦ୍ୟାଳୟର ସମସ୍ତ ଅଧ୍ୟପାକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ମାନଙ୍କ ପାଇଁ ନା କେବଳ ଛାତ୍ରୀ ମାନଙ୍କ ଏହି ନିୟମ । ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ବିଳମ୍ବରେ କଲେଜରେ ପହଞ୍ଚିଲେ ଗେଟ୍ରେ ସେମାନଙ୍କୁ ପ୍ରବେଶ ଅନୁମତି ନଦେବା ଭଳି କଡ଼ା ନିୟମ ପାଳନ କରାଯାଉଛି। ତେବେ ବିଳମ୍ବରେ ଆସୁଥିବା ଅଧ୍ୟାପକ-ଅଧ୍ୟାପିକାଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରାଯାଉଛି କି ନାହିଁ, ତାହାକୁ ନେଇ ଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। “ଛାତ୍ରୀଙ୍କ ପାଇଁ ଗୋଟିଏ ନିୟମ ଏବଂ ଅଧ୍ୟାପକଙ୍କ ପାଇଁ ଅନ୍ୟ ନିୟମ କାହିଁକି?” ବୋଲି ପ୍ରଶ୍ନ କରିବା ସହ ଏହାକୁ ନେଇ କଲେଜ ପ୍ରଶାସନର ସ୍ପଷ୍ଟତା ଦାବି କରାଯାଇଛି। ଏହି ଘଟଣାରେ ଅଭିଯୋଗର ସତ୍ୟତା କ’ଣ ଏବଂ କଲେଜରେ ବିଳମ୍ବରେ ପ୍ରବେଶ ସମ୍ପର୍କିତ ନିୟମ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେଉଛି କି ନାହିଁ, ସେନେଇ ଅଧ୍ୟକ୍ଷାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ଆବଶ୍ୟକ ବୋଲି ଛାତ୍ରୀମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।

