Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲାପାଳଙ୍କ ହସ୍ତରେ ହେଲା ସଂକ୍ଷିପ୍ତ ଭାଗବତ ଲୋକାର୍ପଣ

Published September 27, 2026 ଆଞ୍ଚଳିକ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ, ନୟାଗଡ଼ ପକ୍ଷରୁ ରାଜ୍ୟସ୍ତରୀୟ ବର୍ଷା କବିତା ଆସର ଓ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ରଚିତ ‘ଶ୍ରୀମଦ୍ ସଂକ୍ଷିପ୍ତ ଭାଗବତ ବୃକ୍ଷ’ (ସପ୍ତାକ୍ଷରୀ ଛନ୍ଦ) ପୁସ୍ତକର ଲୋକାର୍ପଣ ଉତ୍ସବ ରବିବାର ପୂର୍ବାହ୍ନରେ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ‘ସଂକ୍ଷିପ୍ତ ଭାଗବତ’ ପୁସ୍ତକର ଲୋକାର୍ପଣ କରିଥିଲେ। କବି ଅଶୋକ ମଲ୍ଲ ପୁସ୍ତକଟିର ସମୀକ୍ଷା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଅଭିମନ୍ୟୁ ସାମନ୍ତ ସିଂହାର ସାହିତ୍ୟ ଗବେଷକ କବି ଡ଼ ଶରତ କୁମାର ଜେନା, ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ ଗୀତିକାର, କବି, ଉଦ୍‌ଘୋଷକ ତଥା ନାଟ୍ୟକାର ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ସୁସାହିତ୍ୟିକ ତଥା ସୁବକ୍ତା କବି ଡ଼ ନିତ୍ୟ ସୁନ୍ଦର ସିଆ ପ୍ରମୁଖ ଯୋଗଦେଇ ବର୍ଷାକୁ ନେଇ ରଚିତ ବିଭିନ୍ନ କାବ୍ୟ ଓ କବିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଧୂପ ଓ ପୁଷ୍ପ ଅର୍ପଣ କରିଥିଲେ।

ରାଜ୍ୟସ୍ତରୀୟ ବର୍ଷା କବିତା ଆସର

ଏହି ଅବସରରେ ଲେଖକ ପଣ୍ଡିତ କୈଳାସ ଚନ୍ଦ୍ର ରଥ, ଶିଶୁ କବି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ପ୍ରକାଶକ ଶୁଭ କିଶୋର ଦାଶ, କବି ରମେଶ ଚନ୍ଦ୍ର ରଥ ଓ ଶାନ୍ତିଲତା ରଥଙ୍କୁ ଅତିଥିମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନର ସମ୍ପାଦକ ତଥା କଣ୍ଠଶିଳ୍ପୀ ଓ କବି ପ୍ରଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ-ସମ୍ପାଦକ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ନୀଳିମା ନନ୍ଦ, ରବୀନ୍ଦ୍ର ମହାପାତ୍ର, ନୀଳମାଧବ ମିଶ୍ର, ବଂଶୀଧର ମହାପାତ୍ର ଓ ଗୀତାଞ୍ଜଳି ଦଳେଇଙ୍କ ମିଳିତ ସଂଯୋଜନାରେ ଆୟୋଜିତ କବିତା ଆସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ସମସ୍ତ କବିଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

Preloader Image
IMG-20260815-WA0003
IMG-20260108-WA0001
Odisha Lekha September 27, 2026 September 27, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ସବୁଦିନ ପାଇଁ ଆଖି ବୁଜିଲେ ବ୍ୟଙ୍ଗକବି ଡ଼ ଆର୍ତ୍ତତ୍ରାଣ ମିଶ୍ର:ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା:ଶୋକ ପ୍ରକାଶ କଲେ ଅରୁଣ
ଆଞ୍ଚଳିକ ଖବର
ରିଅଲ ହିରୋ ସାଜିଲେ ପାଇଲଟ୍ ସ୍ମିତ ମଚ୍ଛାର: ମଝି ଆକାଶରେ ବିମାନ ଦୁର୍ଘଟଣା ରୋକିଲେ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଦେଶ ବିଦେଶ
ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ
ଆଞ୍ଚଳିକ ଖବର
ଆନ୍ତର୍ଜାତିକ ଦାସିଆ ଅଜାଙ୍କ ପାଠାଗାରରେ ତଥ୍ୟ ସଂଗ୍ରହ କଲେ ଗବେଷଣା ଛାତ୍ରଛାତ୍ରୀ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବର

ସବୁଦିନ ପାଇଁ ଆଖି ବୁଜିଲେ ବ୍ୟଙ୍ଗକବି ଡ଼ ଆର୍ତ୍ତତ୍ରାଣ ମିଶ୍ର:ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା:ଶୋକ ପ୍ରକାଶ କଲେ ଅରୁଣ

Odisha Lekha October 2, 2026
ଆଞ୍ଚଳିକ ଖବର

ସମର୍ପଣ ବୃଦ୍ଧାଶ୍ରମରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ

Odisha Lekha October 1, 2026
ଆଞ୍ଚଳିକ ଖବର

ଭଞ୍ଜନଗରରେ ‘ଓଡ଼ିଶା ବନ୍ଦ’ର ପ୍ରଭାବ ଶୂନ

Odisha Lekha September 30, 2026
ଆଞ୍ଚଳିକ ଖବର

ପତୁରିଆ ନାଳରୁ ମୃତ ମଗର କୁମ୍ଭୀର ଉଦ୍ଧାର:ମୃତ୍ୟୁର କାରଣ ଖୋଜିବାକୁ ବନବିଭାଗର ତଦନ୍ତ ଜାରି

Odisha Lekha September 28, 2026
ଆଞ୍ଚଳିକ ଖବର

ବାଉଁସିଆପଡ଼ା ସେଭେନ ଷ୍ଟାର ୟୁଥ କ୍ଲବ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୫୪ୟୁନିଟ୍ ରକ୍ତ ସଂଗ୍ରହ

Odisha Lekha September 27, 2026
ଆଞ୍ଚଳିକ ଖବରରାଜନୀତି

ସ୍ୱାଭିମାନର ଗାଁ ବରକୋଳି ପାଟଣା:ଗାଁରେ ବିଜେଡ଼ିର ସାଙ୍ଗଠନିକ ବୈଠକ

Odisha Lekha September 27, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?