ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ବାଉଁସିଆପଡ଼ା ସେଭେନ ଷ୍ଟାର ୟୁଥ କ୍ଲବ ଆନୁକୂଲ୍ୟରେ ବାଉଁସିଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ନୟାଗଡ଼ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରରେ ବାଉଁସିଆପଡ଼ା ସେଭେନ ଷ୍ଟାର ୟୁଥ କ୍ଲବର ଯୁବଗୋଷ୍ଠୀ ସମେତ ଗ୍ରାମର ବହୁ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଶିବିରରୁ ସର୍ବମୋଟ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ‘ନୟାଗଡ଼ ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ଓ ଗିଭ୍ ବ୍ଲଡ୍, ସେଭ୍ ଲାଇଫ୍’ ପକ୍ଷରୁ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମରେ ଇଟାମାଟିର ଭାଗିରଥି ବାଇ, ବାଉଁସିଆପଡ଼ା ସରପଞ୍ଚ ଜୁଲି ସାହୁ, ପୂର୍ବତନ ମହିଳା ସରପଞ୍ଚ ଏଲିଶା ନାୟକ, କ୍ଲବର ଉପଦେଷ୍ଟା ଜଗନ୍ନାଥ ନାୟକ, ଯୋଗେନ୍ଦ୍ର ସ୍ୱାଇଁ, ଦେବୀ ପ୍ରସାଦ ସାମନ୍ତରାୟ, ଗୁରୁପ୍ରସାଦ ପଟ୍ଟନାୟକ, ମାନସ ଦାସ, ସୁଶାନ୍ତ କୁମାର ନାୟକ, କୌଶିକ ମହାରଣା, କବିରାଜ ନାୟକ, ପୂର୍ବତନ ସରପଞ୍ଚ କୁଳମଣି ପଟ୍ଟନାୟକ, ଅର୍ଜୁନ ମହାନ୍ତି, ମନୋଜ କୁମାର ଜେନା, ଜିତେନ୍ଦ୍ର ନାୟକ, ରମେଶ ଦାସ, ରାଜ କିଶୋର ବାଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ଯୁବଗୋଷ୍ଠୀଙ୍କ ସକ୍ରିୟ ଅଂଶଗ୍ରହଣକୁ ଉପସ୍ଥିତ ଅତିଥି ଓ ଅଞ୍ଚଳବାସୀ ପ୍ରଶଂସା କରିଥିଲେ।

