ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର କୌଶଳୀ କ୍ଲବ୍ ଛାତ୍ରଛାତ୍ରୀ ମାନଙ୍କୁ ନେଇ “ନିଶାମୁକ୍ତ ସମାଜ ଗଠନରେ ଆମର ଭୂମିକା” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l କୌଶଳୀ କ୍ଲବ୍ ର ଦୁଇ ସଂଯୋଜିକା ତଥା ସହକାରୀ ଶିକ୍ଷୟିତ୍ରୀ ରଶ୍ମୀ ରଞ୍ଜିତା ବେହେରା ଓ ସୁଷମା ବିଶ୍ଵାଳଙ୍କ ଦ୍ଵାରା ସଂଯୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ଉଦ୍ଘାଟନ କରି ନିଶା ସେବନର ଭୟାବହତା ତଥା ନିଶା ହିଁ ସର୍ବନାଶର କାରଣ ଉପରେ ଆଲୋକପାତ କରାଇଥିଲେ l ଏଥି ସହିତ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଜୀବନରେ ନିଶା ସେବନ ନକରିବା ତଥା ନିଶାସକ୍ତ ମଣିଷ ମାନଙ୍କୁ ବୁଝାଇ ଏଥିରୁ ନିବୃତ୍ତ ରଖିବା ପାଇଁ ସଦା ଆଗଭର ହୋଇ କାର୍ଯ୍ୟକରିବା ଉପରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ଶପଥ ପାଠ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଆଜିର ଏହି ଆଲୋଚନା ଚକ୍ରରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l


