Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଦଶପଲ୍ଲା ପୋଲିସ ଠାରୁ ଆସ୍ଥା ହରାଇଲେ ଦୁଷ୍କର୍ମ ପୀଡ଼ିତା

Published August 21, 2025 ଅପରାଧ
SHARE

ନୟାଗଡ଼,(ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଠାରୁ ଆସ୍ଥା ହରାଇଲେଣି ସ୍ଥାନୀୟ ଜନସାଧାରଣ । ପୋଲିସ ଠାରୁ ଆଇନ ସୁରକ୍ଷା ପାଇବା କଥା ତାହା ନପାଇ ସ୍ଥାନୀୟ ଜନସାଧାରଣ ନିରାଶ ହେଉଛନ୍ତି । ଯାହାଫଳରେ ଗଣ୍ଡା ଗଣ୍ଡା ଅଭିଯୋଗ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଖକୁ ଆସୁଥିବା ବିଶେଷ ସୂତ୍ରରୁ ଜଣାପଡିଛି । କିନ୍ତୁ ଦଶପଲ୍ଲା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇପାରୁ ନାହାନ୍ତି ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ । ବୁଧବାର ଦିନ ଦଶପଲ୍ଲା ପୋଲିସର ଅସଲ ଚିତ୍ର ପଦାକୁ ଆଣିଛନ୍ତି ଜଣେ 75 ବର୍ଷୀୟା ଦୁଷ୍କର୍ମ ପୀଡ଼ିତା। ଯାହାର ଅଭିଯୋଗ ବିଚାରପତିଙ୍କ ପାଖରେ ପହଞ୍ଚିଥିଲା ଏବଂ ବିଚାରପତିଙ୍କ ନର୍ଦ୍ଦେଶ ପରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଦୁଷ୍କର୍ମ ପୀଡ଼ିତାଙ୍କ ତଦନ୍ତ କରୁଥିବା ଜଣାପଡିଛି। ସୂଚନାନୁସାରେ, ଦଶପଲ୍ଲା ଅଞ୍ଚଳର ଜଣେ 75ବର୍ଷ ବୟସ୍କା ମହିଳା 14ତାରିଖ ଦିନ ଘରେ ଥିବା ବେଳେ, ସେହି ଅଞ୍ଚଳ ଅଲେଖ ନାମକ ଜଣେ ବ୍ୟକ୍ତି ମହିଳାଙ୍କ ଘରେ ପସି ବୟସ୍କା ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ଏନେଇ ବୟସ୍କା ମହିଳା ଜଣଙ୍କ ଦଶପଲ୍ଲା ପୋଲିସ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ଦଶପଲ୍ଲା ପୋଲିସ ବୟସ୍କା ଦୁଷ୍କର୍ମ ପୀଡ଼ିତାଙ୍କ ଅଭିଯୋଗ ଫେରାଇ ଦେଇଥିଲା, ଘଟଣା କୁ ମଧ୍ୟ ଗୁରୁତ୍ୱ ଦେଇନଥିଲା। ପୋଲିସ ଠାରୁ ନିରାଶ ହୋଇ ବୟସ୍କା ଦୁଷ୍କର୍ମ ପୀଡ଼ିତା ଜଣଙ୍କ ବିଚାରପତି ଙ୍କ ପାଖରେ ଯାଇ ଅଭିଯୋଗ ନେଇ ପହଞ୍ଚିଥିଲେ । ବିଚାରପତି ଘଟଣା ସଂପର୍କରେ ଜାଣିବା ପରେ, ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନୟାଗଡ଼ ଏସଡ଼ିପିଓ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଛନ୍ତି । ଘଟଣା ସ୍ଥଳକୁ ଦଶପଲ୍ଲା ଥାନା ଅଧିକାରୀ ଯାଇଥିଲେ, କିନ୍ତୁ କଣ ହେଲା କେଜାଣି ଦଶପଲ୍ଲା ଥାନା ଅଧିକାରୀ ସେଠାରୁ ଫେରିଯାଇଥିଲେ, ଯାହାକୁ ନେଇ ପୋଲିସ ବିଭାଗରେ ବରିଷ୍ଠ ଅଧିକାରୀ ଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ତେଣୁ ଦଶପଲ୍ଲାର ମାମଲାକୁ ଵାଣିଗୋଚ୍ଛା ଓ ନୂଆଗାଁ ଥାନା ଅଧିକାରୀଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 21, 2025 August 21, 2025
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ: ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନେଲେ ଶପଥ
ଜିଲ୍ଲା ଖବର
କୃଷ୍ଣ ଗୌରାଙ୍ଗ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ନୈରାଶ୍ୟଜନକ
ଆଞ୍ଚଳିକ ଖବର
ସଜାଗ ହେବେ ଦଳଡିଆଁ ନେତା ! ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଦେଲା ରାଜନୈତିକ ବାର୍ତ୍ତା,ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଢ଼ିଲା ଚର୍ଚ୍ଚା
ସ୍ୱତନ୍ତ୍ର ଖବର
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ

Odisha Lekha September 26, 2026
ଅପରାଧଜିଲ୍ଲା ଖବର

ହୋଟେଲ ଛାତରୁ ଡେଇଁ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

Odisha Lekha September 25, 2026
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ:୨ଟି ଗାଡ଼ି ଜବତ, ୩ ଅଭିଯୁକ୍ତ ଗିରଫ

Odisha Lekha September 22, 2026
ଅପରାଧ

ବାଟୋଇଙ୍କ ଠାରୁ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

Odisha Lekha September 22, 2026
ଅପରାଧ

ଯୌତୁକ ନିର୍ଯାତନାରୁ ବୋହୂର ମୃତ୍ୟୁ :ଶାବଳରେ ତଣ୍ଟି ଚିପି ହତ୍ୟା ଅଭିଯୋଗ; ଶାଶୁ ଅଟକ, ସ୍ୱାମୀ ଓ ଶଶୁର ଫେରାର

Odisha Lekha September 19, 2026
ଅପରାଧ

ନକଲି ମଦ ଜବତ, ୪ ଗିରଫ

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?