Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ:ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:ଚଳିତ ବର୍ଷ ଶିବିର ମଧ୍ୟରେ ରେକର୍ଡ଼

Published August 5, 2026 ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସାମ୍ବାଦିକ ଭବନରେ ଆଜି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଆବାହକତ୍ୱରେ ରୋଟାରୀ କ୍ଲବ ଓ ସାମ୍ବାଦିକ ଭବନ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜୀବନ ପାଇଁ ରକ୍ତଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ନୟାଗଡ଼ ରକ୍ତଭଣ୍ଡାର କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

କଜଳାଇପଲ୍ଲୀ ମେଡିକାଲ ଅଫିସର ଡ଼ ଅବିନାଶ ଶତପଥିଙ୍କ ନେତୃତ୍ୱରେ ଅଜୟ କୁମାର ପଟ୍ଟନାୟକ, ପବିତ୍ର ମୋହନ ସାହୁ, ସସ୍ମିତା ଦାଶ, ରବୀନ୍ଦ୍ର ନାଥ ସାହୁଙ୍କ ସମେତ ବହୁ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଆଜି ମୋଟ ୯୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତଥା ବିଜେପି ନେତା ସନ୍ତୋଷ ପ୍ରଧାନ, ଟିପିସିଓଡିଏଲ୍ ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ତାପସ ରଞ୍ଜନ ପାଢ଼ୀ, ମଡେଲ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ଶତପଥି, ଶିକ୍ଷକ ଲକ୍ଷ୍ମୀଧର ସାହୁ ପ୍ରମୂଖ ଉପସ୍ଥିତ ରହି ରକ୍ତଦାନ କରିବା ସହ ଅନ୍ୟ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ସାମ୍ବାଦିକ ଭବନ ସମ୍ପାଦକ ଅନୀଲ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆୟୋଜିତ ରକ୍ତଦାନ ଶିବିରରେ ରୋଟାରିଆନ୍ ବାସୁଦେବ ସାହୁ, ଅବିନାଶ ସାହୁ, ପ୍ରକାଶ ପଟ୍ଟନାୟକ, ଜି. ରଶ୍ମିରାଜ, ନିରଞ୍ଜନ ପାତ୍ର, ପ୍ରବୀର ପୃଷ୍ଟି, ଧିରେନ୍ଦ୍ର ପଟ୍ଟନାୟକ, ସାମ୍ବାଦିକ ନିହାର ପଟ୍ଟନାୟକ, ବିଶ୍ୱଜିତ ନାୟକ, ରବୀନ୍ଦ୍ର ଦାଶ, ସନ୍ତୋଷ କୁମାର ନାୟକ, ପ୍ରଶାନ୍ତ କୁମାର ଜେନା, ବିଭୂତି ଭୂଷଣ ସ୍ୱାଇଁ, ବିଶ୍ୱଭୂଷଣ ମହାପାତ୍ର, ପ୍ରଭାତ ମହାପାତ୍ର, ରାମକୃଷ୍ଣ ରଥ, ଗୈାରୀଶଙ୍କର ଦାଶ, ଅଶୋକ କୁମାର ସାଥୁଆ, ଭାସ୍କର ଚନ୍ଦ୍ର ସ୍ୱାଇଁ, କ୍ଷୀରୋଦ ପଟ୍ଟନାୟକ, ଜୟନ୍ତ ଷଡ଼ଙ୍ଗୀ, ସ୍ୱରୁପ ପଟ୍ଟନାୟକ, କାନନ କୁମାର ସୁବୁଦ୍ଧି, ବିଷ୍ଣୁଚରଣ ପଟ୍ଟନାୟକ, ଅମିତ ପଟ୍ଟନାୟକ, ପ୍ରଦୀପ କୁମାର ପାତ୍ର, ସଞ୍ଜୟ କୁମାର ସ୍ୱାଇଁ, ଦୀନମଣି ମହାନ୍ତି, ଯଜାତି କେଶରୀ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ୟୁନିଟେକ୍ ରେସିଡେନ୍ସିଆଲ୍ ମହାବିଦ୍ୟାଳୟ, ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ, ସାମର୍ଥ ଏଡାକେମୀ, ଆଚାର୍ଯ୍ୟ ଏକାଡେମୀ ଛାତ୍ରଛାତ୍ରୀମାନେ ଏହି ରକ୍ତଦାନ ଶିବିରରେ ସାମିଲ ହୋଇ ରକ୍ତଦାନ କରିଥିଲେ । ନୟାଗଡ଼ ରକ୍ତ ଭଣ୍ଡାର ଦ୍ୱାରା ଚଳିତ ବର୍ଷ ଆୟୋଜିତ ହୋଇଥିବା ବିଭିନ୍ନ ରକ୍ତଦାନ ଶିବିର ମଧ୍ୟରେ ଏହି ଶିବିରରେ ସବୁଠାରୁ ଅଧିକ ରକ୍ତ ସଂଗ୍ରହ ହୋଇଥିବା କର୍ମଚାରୀମାନେ ସୂଚନା ଦେଇଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 5, 2026 August 5, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଉଠାଣକୁ ନେଇ ବିବାଦ:୧୩ ଲକ୍ଷ ୩୦ ହଜାର ବଦଳରେ ପାସ୍‌ବୁକ୍‌ରେ ୧୩ ଲକ୍ଷ ୩୯ ହଜାର ଟଙ୍କା ଉଲ୍ଲେଖ ଅଭିଯୋଗ; ୯ ହଜାର ଟଙ୍କାକୁ ନେଇ ଉଠିଲା ପ୍ରଶ୍ନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତି

ବଦଳିଲେନୟାଗଡ଼ ଜିଲ୍ଲାରେ ଦୁଇ ବିଇଓ, ଜଣଙ୍କ ପଦବୀ ବଳବତ୍ତର

Odisha Lekha September 26, 2026
ଜିଲ୍ଲା ଖବରଶିକ୍ଷା ଓ ନିଯୁକ୍ତିସ୍ବାସ୍ଥ୍ୟ

ଭାପୁରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ନେଇ କଂଗ୍ରେସର ଦାବିପତ୍ର:ଏକ ଲକ୍ଷ ଲୋକଙ୍କ ପାଇଁ ମାତ୍ର ୫ ଡାକ୍ତର: ମାସେ ଭିତରେ ସମାଧାନ ନହେଲେ ସତ୍ୟାଗ୍ରହର ଚେତାବନୀ

Odisha Lekha September 22, 2026
ରାଜ୍ୟ ଖବରଶିକ୍ଷା ଓ ନିଯୁକ୍ତି

କ୍ୟାପିଟାଲ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଓ ପରିବେଶ ସୁରକ୍ଷା ଅଭିଯାନ

Odisha Lekha September 8, 2026
ଶିକ୍ଷା ଓ ନିଯୁକ୍ତି

ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି:ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Odisha Lekha September 7, 2026
ଶିକ୍ଷା ଓ ନିଯୁକ୍ତି

ସାଇ ଶିକ୍ଷା ନିକେତନର ଦ୍ୱିତୀୟ ବାର୍ଷିକ ଉତ୍ସବ:ଅଭିଭାବକଙ୍କ ସକ୍ରିୟ ଭୂମିକା ଛାତ୍ରଛାତ୍ରୀଙ୍କ ସଫଳତାର ମୁଖ୍ୟ ଆଧାର:ଅରୁଣ

Odisha Lekha September 6, 2026
ଆଞ୍ଚଳିକ ଖବରଶିକ୍ଷା ଓ ନିଯୁକ୍ତି

ସପ୍ତମ ଶ୍ରେଣୀ ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ପାଇଁ ୩ ଦିନିଆ କର୍ମଶାଳା

Odisha Lekha September 4, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?