ଓଡ଼ିଶା ଲେଖା ଅଫିସ:ଜଳସେଚନ ଅଧିକ୍ଷଣ ଯନ୍ତ୍ରଙ୍କ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋରେ ରେଡ କରିଛି ଭିଜିଲାନ୍ସ ଟିମ। ଏପରି ଛଡାଉ ଜାରି ରହିଛି ଅନୁଗୁଳ ଡିଭିଜନ ଜଳସେଚନ ବିଭାଗ କାର୍ଯ୍ୟାଳୟରେ। ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା କାର୍ଯ୍ୟରତ ଥିବା ବେଳେ ତାଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା ।ଭିଜିଲାନ୍ସ ଟିମ ଅନୁସନ୍ଧାନ କରିବା ସହ ଆଜି ଅଧୀକ୍ଷଣ ଶ୍ରୀ ବେହେରାଙ୍କ ଘର ସମେତ ଏକ କାଳୀନ ୮ ଟି ଜାଗାରେ ରେଡ ମାରିଛି ଭିଜିଲାନ୍ସ ଟିମ । ଅନୁଗୁଳ ଅଫିସ ଓ ସରକାରୀ ବାସଭବନ ସମେତ ସୁନ୍ଦରଗଡ଼ ଟାଉନ୍ରେ ଥିବା ୩ ମହଲା କୋଠାରେ ମଧ୍ୟ ଚଢ଼ାଉ ହୋଇଛି । ରାଉରକେଲା ଗୋପବନ୍ଧୁ ନଗରରେ ଥିବା ୨ ମହଲା କୋଠା, ଭୁବନେଶ୍ବର ଘାଟିକିଆରେ ଥିବା ଫ୍ଲାଟରେ ମଧ୍ୟ ଚଢ଼ାଉ ହୋଇଛି । ଗଞ୍ଜାମରେ ଥିବା ପୈତୃକ ଘର ଓ ଶ୍ବଶୁର ଘରେ ବି ଚଢ଼ାଉ ଚାଲିଥିବା ପ୍ରାଥମିକ ସୂଚନା ମିଳିଛି।


