Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

କଙ୍ଗାରୁକୋର୍ଟର କରୁଣ ପରିଣତି:ନଳକୂପ ଚାବିରେ ବାଡ଼େଇ ବାଡ଼େଇ ହତ୍ୟା:୨ଘଣ୍ଟା ପରେ ଡାହୁକା ନଦୀରୁ ମୃତ ଦେହ ଉଦ୍ଧାର:ପୋଲିସର ଛାନଭିନ ଆରମ୍ଭ

Published July 7, 2026 ଅପରାଧ
SHARE

ନୟାଗଡ଼, (ଓଡ଼ିଶା ଲେଖା): ରାଜ୍ୟରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଯେଉଁଥି ପାଇଁ ଅପରାଧି ମାନେ ଓଡ଼ିଶା ପୋଲିସ୍ କୁ ଖୋଲା ଚ୍ୟାଲେଞ୍ଜ୍ ଦେଈ ଅପରାଧ ଘଟାଇ ଚାଲିଛନ୍ତି। ଅପରାଧୀ ମାନେ ମଧ୍ୟ ପୋଲିସ ଉପରକୁ ମଧ୍ୟ ହାତ ଉଠାଇବା ଓ ମାଡ଼ ମାରିବା ଭଳି ଘଟଣା ମଧ୍ୟ ବିଗତ ଦିନରେ ଦେଖିବାକୁ ମିଳିଥିବା ବେଳେ ସେଥିରୁ ବାଦ୍ ପଡ଼ିନି ନୟାଗଡ଼ ଜିଲ୍ଲା। ଅପରାଧି ମାନଙ୍କ ଭୂସ୍ୱର୍ଗ ପାଲଟିଗଲାଣି ନୟାଗଡ଼ ଜିଲ୍ଲା। ନୟାଗଡ ସଦରଥାନା ଡାଳିଆମଡା ଗାଁର ଜଣେ  ଯୁବକଙ୍କୁ ପିଟିପିଟି ହତ୍ଯା ପରେ ନଦୀରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ । ସୂଚନାନୁସାରେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ଡାଳିଆମଡା ଗାଁର ଚିରଞ୍ଜିବୀ ସାହୁଙ୍କ ପରିବାରକୁ ଜାଗାବାଡି ବିବାଦକୁ କେନ୍ଦ୍ରକରି ଗତ ୩ବର୍ଷ ହେଲା ଗ୍ରାମବାସୀ ଏକଘରିକିଆ ରଖିଥିଲେ । ବିଭିନ୍ନ ସମୟରେ ଗ୍ରାମବାସୀ ଏବଂ ଚିରଞିବୀଙ୍କ ପରିବାର ସଦସ୍ୟଙ୍କ ମଧ୍ଯରେ ପାଟିତୁଣ୍ଡ ହେଉଥିଲା । ଚିରଞିବୀଙ୍କ ପୁଅ ଅଭିମନ୍ୟୁ ରବିବାର ଅପରାହ୍ନରେ ଗାଁ ନିକଟ ଛକରେ ଥିବା ଦୋକାନକୁ ଔଷଧ କିଣିବାକୁ ଯାଇଥିଲେ। ପୂର୍ବ ଶତ୍ରୁତା କାରଣରୁ ଦୋକାନ ସାମ୍ନାରୁ ଗାଁର ଅନ୍ୟ କିଛି ବ୍ୟକ୍ତି ତାଙ୍କ ହାତ ଗୋଡ଼ ବାନ୍ଧି ଉଠାଇ ନେଇଥିଲେ। ଡାହୁକା ନଦୀ କୂଳରେ ଥିବା ଗାଁ କ୍ଲବ ଘରକୁ ନେଇ ସେଠାରେ ତାଙ୍କୁ ନଳକୂପ ଚାବିରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ପ୍ରବଳ ମାଡ ପରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଯିବାରୁ ମୃତଦେହକୁ ନିକଟସ୍ଥ  ଡାହୁକାନଦୀରେ ଫିଙ୍ଗି ଦେଇଥିବା ନେଇ ପରିବାର ଲୋକ ରବିବାର ରାତିରେ ଥାନାରେ ଅଭିଯୋଗ କରିଥିଲେ । ସଦରଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ ସ୍ୱାର୍ଡ ଜରିଆରେ ତଦନ୍ତ ଆରମ୍ଭ କରିଥିଲା । କ୍ଲବ ଘରୁ ନଳକୂପ ପାଇପ୍ ଜବତ କରାଯାଇଛି। କ୍ଲବ ଘର କାନ୍ଥରେ ରକ୍ତ ଛିଟା ଲାଗିଥିବା ମଧ୍ଯ ଦେଖିବାକୁ ମିଳିଛି।  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ନୟାଗଡ ଏସଡିପିଓ,  ସଦରଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ନୟାଗଡ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ପ୍ରାୟ ୨ଘଣ୍ଟା  ଖୋଜାଖୋଜି କରିବାପରେ କ୍ଲବ୍ ଘର ଠାରୁ ପ୍ରାୟ ୩ଶହ ମିଟର ଦୁରରେ ଅଭିମନ୍ୟୁଙ୍କ ମୃତଦେହକୁ  ନଦୀ ଭିତରୁ ଉଦ୍ଧାର କରିଥିଲେ । ମୃତଦେହରେ ବହୁ କ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ଯା କରିବା ପରେ ନଦୀରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ମୃତଦେହକୁ ଜବତ କରି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ୮ଜଣଙ୍କୁ ଅଟକ ରଖାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha July 7, 2026 July 7, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ

Odisha Lekha September 26, 2026
ଅପରାଧଜିଲ୍ଲା ଖବର

ହୋଟେଲ ଛାତରୁ ଡେଇଁ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

Odisha Lekha September 25, 2026
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ:୨ଟି ଗାଡ଼ି ଜବତ, ୩ ଅଭିଯୁକ୍ତ ଗିରଫ

Odisha Lekha September 22, 2026
ଅପରାଧ

ବାଟୋଇଙ୍କ ଠାରୁ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

Odisha Lekha September 22, 2026
ଅପରାଧ

ଯୌତୁକ ନିର୍ଯାତନାରୁ ବୋହୂର ମୃତ୍ୟୁ :ଶାବଳରେ ତଣ୍ଟି ଚିପି ହତ୍ୟା ଅଭିଯୋଗ; ଶାଶୁ ଅଟକ, ସ୍ୱାମୀ ଓ ଶଶୁର ଫେରାର

Odisha Lekha September 19, 2026
ଅପରାଧ

ନକଲି ମଦ ଜବତ, ୪ ଗିରଫ

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?