ନୟାଗଡ଼, (ଓଡ଼ିଶା ଲେଖା): ପୁଣି ନୟାଗଡ଼ ରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ହତ୍ୟାକାରୀ ଗାଁରେ ଛାନଭିନ ଆରମ୍ଭ କରିଛି। ସେପଟେ ହତ୍ୟାକାରୀକୁ ଫେରାର ହୋଇଯାଇଥିବା ଜଣାପଡିଛି। ହତ୍ୟାର ଶିକାର ହୋଇଥିବା ବୟସ୍କ ବ୍ୟକ୍ତି ଜଣଙ୍କ ହେଲେ ପିତବାସ ଖଟୁଆ। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପାଣ୍ଡେରୀପାଟଣା ଗାଁର ପିତବାସ ଖଟୁଆଙ୍କ ବିଲ ହୁଡ଼ାରେ ବାଘେର ଗାଁର ବାନାମ୍ବର୍ ପରିଡ଼ା ଅଧିକାଂଶ ସମୟରେ ମଇଁଶି ନେବା ଆଣିବା କରୁଥିବାରୁ ହୁଡ଼ା ଟି ନଷ୍ଟ ହୋଇଯାଉଥିଲା। ଯାହାକୁ ନେଇ ପିତବାସ ବାରମ୍ବାର ହୁଡ଼ା ଦେଈ ଆସୁଥିଲେ। ଏବଂ ୧୫ଦିନ ତଳେ ଏଭଳି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଘଟଣା ଯାଇ ଥାନାରେ ପହଞ୍ଚିଥିଲା। ପୋଲିସ ଉଭୟଙ୍କୁ ଡାକି ସମାଧାନ କରି ଛାଡିଦେଇଥିଲେ।

କିନ୍ତୁ ମଙ୍ଗଳ ବାର ଅପରାହ୍ନରେ ପିତବାସ ଗାଁ ପୋଖରୀ ନିକଟରେ ବସିଥିବା ବେଳେ ବାନାମ୍ୱର ଓ ଦୁଇ ସହଯୋଗୀ ପିତବାସ କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ପିତବାସ ଟଳି ପଡ଼ିଥିଲେ। ଏବଂ ପିତବାସଙ୍କୁ ଦୃବୁତ ମାନେ ଏକ ନିଛାଟିଆ ସ୍ଥାନରେ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ। ଖବର ପାଇଁ ପିତବାସଙ୍କ ପରିବାର ଲୋକ ପୀତବାସଙ୍କୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀଙ୍କ ଗାଁ ବାଘେରା ଗାଁରେ ଛାନଭିନ କରୁଛି। ସେପଟେ ଆଜି ତଦନ୍ତକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବ।

