Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ସୌମ୍ୟ ରଞ୍ଜନ:ସାହସିକତା ପାଇଁ ପାଇଲେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର

Published August 30, 2026 ରାଜ୍ୟ ଖବର
SHARE

ନୟାଗଡ଼, (ଓଡ଼ିଶା ଲେଖା): ନିଜର ଅଦମ୍ୟ ସାହସ, ମାନବିକତା ଓ ବିପଦ ସମୟରେ ଅନ୍ୟର ଜୀବନ ରକ୍ଷା ପାଇଁ ଅସାଧାରଣ ଉଦ୍ୟମ ଯୋଗୁଁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ପାଣ୍ଡରାସିଂହା ଗ୍ରାମର ଯୁବକ ସୌମ୍ୟ ରଞ୍ଜନ ବେହେରା (ଦିପୁ) ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌମ୍ୟ ରଞ୍ଜନଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରାସିଂହା ଗ୍ରାମର ମକରନ୍ଦ ବେହେରା ଓ ନୟନା ବେହେରାଙ୍କ ପୁଅ ସୌମ୍ୟ ରଞ୍ଜନ ବର୍ତ୍ତମାନ ଭାରତୀୟ ନୌସେନାରେ କାର୍ଯ୍ୟରତ। ଛୁଟିରେ ଗାଁକୁ ଆସିଥିବା ସମୟରେ ସେ ନିକଟସ୍ଥ ପର୍ଯ୍ୟଟନସ୍ଥଳୀ ଗୋକୁଳାନନ୍ଦ ପୀଠକୁ ବୁଲିବାକୁ ଯାଇଥିଲେ।ସେହି ସମୟରେ ବାହାର ରାଜ୍ୟରୁ ଆସିଥିବା କିଛି ପର୍ଯ୍ୟଟକ ମହାନଦୀରେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତି ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଲୋକଙ୍କ ଚିତ୍କାର ଶୁଣି ସୌମ୍ୟ ରଞ୍ଜନ କୌଣସି ବିଳମ୍ବ ନକରି ମହାନଦୀକୁ ଡେଇଁ ପ୍ରବଳ ସ୍ରୋତ ମଧ୍ୟରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ତାଙ୍କର ତତ୍ପରତା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଥିଲା।ଏହାସହ ସମୁଦ୍ରରେ ବିପଦରେ ପଡ଼ିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ମଧ୍ୟ ସୌମ୍ୟ ରଞ୍ଜନ ସାହସିକତା ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ସେ ଭାରତୀୟ ନୌସେନାର ଏଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ରେସ୍କ୍ୟୁ ହେଲିକପ୍ଟର)ରେ ଏୟାର କ୍ରୁ ଡାଇଭର ଭାବେ କାର୍ଯ୍ୟରତ ଅଛନ୍ତି।ବିପଦ ସମୟରେ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ରକ୍ଷା କରିବା ସହିତ ତାଙ୍କର ଦକ୍ଷତା, ସାହସ ଓ ମାନବିକତାକୁ ସମ୍ମାନ ଜଣାଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାରୋହରେ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ହାତରୁ ସୌମ୍ୟ ରଞ୍ଜନ ପୁରସ୍କୃତ ହେବା ନୟାଗଡ଼ ଜିଲ୍ଲା ସମେତ ଗଣିଆ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ତାଙ୍କର ଏହି ସଫଳତା ପାଇଁ ପରିବାର, ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି। ସୌମ୍ୟ ରଞ୍ଜନଙ୍କ ଏହି ସାହସିକତା ଓ ମାନବିକତା ଆଗାମୀ ଦିନରେ ଯୁବପିଢ଼ିଙ୍କୁ ବିପଦ ସମୟରେ ସାହସର ସହ ଆଗେଇ ଆସିବା, ଦାୟିତ୍ୱବୋଧ ପ୍ରଦର୍ଶନ କରିବା ଏବଂ ମାନବ ଜୀବନ ରକ୍ଷା ପାଇଁ ପ୍ରେରଣା ଯୋଗାଇବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha August 30, 2026 August 30, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ ପୌରାଞ୍ଚଳରେ ଖାଦ୍ୟ ସୁରକ୍ଷା ଯାଞ୍ଚ:୪୫ କିଲୋ ବାସି ଖାଦ୍ୟ ନଷ୍ଟ, ୨୫୦୦ ଟଙ୍କା ଜରିମାନା ଆଦାୟ
ଜିଲ୍ଲା ଖବର
ଆଉ କିଛି ସମୟ ପରେ ଆରମ୍ଭ ହେବ ଛାତ୍ର ସଂସଦ ନିର୍ବାଚନର ମତଦାନ:ଅପରାହ୍ନରେ ପ୍ରକାଶ ପାଇବ ଫଳାଫଳ, ନୟାଗଡ଼ କଲେଜରେ ୨୧୦୦ ଛାତ୍ରଛାତ୍ରୀ ଦେବେ ଭୋଟ
ଜିଲ୍ଲା ଖବର
ସରିଲା ପ୍ରଚାର, ଅନ୍ଧାରି ବିଜେ ବେଳେ ହାତାହାତି! ଘଣ୍ଟାଏ ଧରି ଅଟକ ରହିଲେ ବ୍ଲକ ଅଧ୍ୟକ୍ଷ ଓ ତାଙ୍କ ପତ୍ନୀ, ଥାନାର ଦ୍ୱାରସ୍ଥ ହେଲେ କିଶୋର ସାହୁ
ଜିଲ୍ଲା ଖବର
ନୟାଗଡ଼ ଜିଲ୍ଲା ଯୋଜନା କମିଟିର ପ୍ରଥମ ବୈଠକ:୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧,୮୧,୪୬୭ କୋଟି ଟଙ୍କାର ବଜେଟ୍
ଜିଲ୍ଲା ଖବର

ଅଧିକ ପଢନ୍ତୁ

ରାଜ୍ୟ ଖବର

ବଦଳିଲେ ଓଡ଼ିଶା ସମେତ ୬ଟି ରାଜ୍ୟର ରାଜ୍ୟପାଳ:ବ୍ରଜମୋହନ ରାମଙ୍କୁ ଓଡ଼ିଶା ରାଜ୍ୟର ନୂଆ ଦାୟିତ୍ୱ

Odisha Lekha October 12, 2026
ରାଜ୍ୟ ଖବର

ନୟାଗଡ଼ ପ୍ରଜାମଣ୍ଡଳ ମହିଳା କଲେଜରେ ଉତ୍ତେଜନା:ପୋଲିସର ଭୂମିକାକୁ ନେଇ ବିଧାୟକ ଅରୁଣଙ୍କ କ୍ଷୋଭ :ଛାତ୍ର ସଂସଦ ନିର୍ବାଚନ ନାମାଙ୍କନକୁ ନେଇ ବିବାଦ:ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ସାଇନ୍-ଏ-ଡାଏ’ ଘୋଷଣା କଲା ପ୍ରଶାସନ

Odisha Lekha October 9, 2026
ରାଜ୍ୟ ଖବର

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Odisha Lekha October 2, 2026
ରାଜ୍ୟ ଖବର

ମହାନଦୀ ଜଳ ବିବାଦ:ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Lekha October 1, 2026
ଖେଳରାଜ୍ୟ ଖବର

ବିସିସିଆଇ ଚୟନ ସମିତିର ଅନ୍ତରୀଣ ଅଧ୍ୟକ୍ଷ ହେବେ ପ୍ରଜ୍ଞାନ ଓଝା:ପ୍ରିୟ ଓଡ଼ିଆ କ୍ରିକେଟରଙ୍କୁ ଶୁଭେଚ୍ଛାର ସୁଅ

Odisha Lekha October 1, 2026
ରାଜ୍ୟ ଖବର

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା:ନବ ନିର୍ମାଣ କୃଷକ ସଂଗଠନର ଆହ୍ୱାନ:ଆଇନଶୃଙ୍ଖଳା ପାଇଁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ଚିଠି

Odisha Lekha September 29, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?