ନରସିଂହପୁର, (ଓଡ଼ିଶା ଲେଖା): ଜନସାଧାରଣଙ୍କ ସମ୍ମୁଖକୁ ଆସିଛି ଆଠଗଡ଼ ବନଖଣ୍ଡର ଅପାରଗତା। ବନଖଣ୍ଡ ଅଧିକାରୀଙ୍କୁ ହେପାଜତ ନାହାନ୍ତି ବନପାଳ। ଯାହାଫଳରେ ବନପାଳଙ୍କ କଳୀ ପାଇଁ ଜାତୀୟ ସଂପତ୍ତି ନଷ୍ଟ ହେଉଥିବା ଏବଂ ଲୋପ ପାଇବାକୁ ବସିଲାଣି। ଏଭଳି ବନପାଳଙ୍କ ଯୋଗୁଁ ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ହାତୀ ସଂଖ୍ୟା ଲୋପ ହେବାକୁ ବସିଲାଣି। ବଡମ୍ବା ଖାରୋଡ଼ ଜଙ୍ଗଲ ରେ ଏକ ହାତୀ ର ଗଳିତ ମୃତ ଦେହ ଠାବ ହୋଇଛି। ଦାନ୍ତ ଦୁର୍ବୁତ୍ତ କାଟି ନେଇ ଯାଇଥିବା ସନ୍ଦେହ ହୋଇଛି। ନାଳ ନିକଟରେ ହାତୀଟିର ମୃତଦେହ ପଡିଥିବା ବେଳେ ବନପାଳ ପ୍ରକାଶ ବର୍ମା କି ୱାଚର ଜାଣିପାରି ନଥିଲେ। ଦାନ୍ତ ପାଇଁ ଶିକାର ହୋଇଥିବା ସନ୍ଧେହ ଦ୍ଵିଗୁଣିତ ହୋଇଛି । ପୂର୍ବରୁ ସେହି ଜଙ୍ଗଲ ରୁ ଅନେକ ଦନ୍ତା ହାତୀ ଙ୍କର ଦାନ୍ତ ବିହୀନ ମୃତଦେହ ଉଦ୍ଧାର କରିଥିଲେ ଏସଟିଏଫ୍ ଟିମ। ଦୁଇ ଫରେଷ୍ଟର ର ବିବାଦ କାରଣ ରୁ ଏହିଭଳି ଘଟଣା ଘଟାଇଥିବା ଅନୁମାନ କରାଯାଇଛି। ତେଣୁ ଏଥିପ୍ରତି ପିସିସିଏଫ୍ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

