ନୟାଗଡ଼, (ଓଡ଼ିଶା ଲେଖା): ଆଧୁନିକ ଯୁଗ ସାଙ୍ଗକୁ ଡିଜିଟାଲ ପ୍ଲାଟ ଫର୍ମ କୁନି କୁନି ପିଲାଙ୍କ ଠାରୁ କଣ୍ଢେଇକୁ ଦୁରେଇ ଦେଈ ଆସୁଥିବା ବେଳେ ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କଣ୍ଢେଇ ଦିବସ ବଡ ଆଡ଼ମ୍ବର ସହିତ ପାଳନ କରାଯାଇଛି। ଆଜିର ଏହି କଣ୍ଢେଇ ଦିବସ ଉପଲକ୍ଷେ ଆୟୋଜିତ ସଭାରେ ନୟାଗଡ଼ ଜିଲ୍ଲା ଦୌରା ଜଜ୍ ଅଦାଲତରେ କିରାଣୀ ଭାବେ କାର୍ଯ୍ୟରତ ରତିକାନ୍ତ ମହାପାତ୍ର ଓ ଚିନ୍ମୟୀ ପଟ୍ଟନାୟକ ଉଭୟ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ।

କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ କଣ୍ଢେଇ ଦିବସ ଉପରେ ଆର୍ଷିବଚନ ଦେଇଥିଲେ। ହରେକୃଷ୍ଣ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକା ପ୍ରମୁଖା ଭଗ୍ୟଲତା ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଂପାଦିତ ହୋଇଥିବା ବେଳେ ଶିଶୁ ବାଟିକାର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।


