ବଡ଼ମ୍ବା, (ଓଡ଼ିଶା ଲେଖା): ବଡ଼ମ୍ବା ପୋଲିସକୁ ଚୋରଙ୍କ ଖୋଲାଚ୍ୟାଲେଞ୍ଜ। ଗୋଟାଏ ଦିନରେ ତିନି ମନ୍ଦିରରୁ ଲୁଟିନେଲେ ଦୃବୁତ। ଯାହାକୁ ନେଇ ଛାନଭିନ୍ କରୁଛି ବଡ଼ମ୍ବା ପୋଲିସ। ସୂଚନାନୁସାରେ, କଟକ ଜିଲ୍ଲା ବଡମ୍ବା ଟାଉନରେ ତିନୋଟି ମନ୍ଦିରରୁ ରୁପା ଅଳଙ୍କାର ଲୁଟ କଲେ ଲୁଟେରା। ବଡ଼ମ୍ବାର ବୁଢା ହନୁମାନ ମନ୍ଦିର ଓ ସାଇ ମନ୍ଦିର ଓ ଶନି ମନ୍ଦିରରୁ ଲୁଟ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ମନ୍ଦିର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଘଣ୍ଟ ୪ଟି, ଗୋଟିଏ ଗଦା, ହନୁମାନ ଙ୍କର ରୁପା କିରଟି ୨ଟା, ରଘୁନାଥ ଙ୍କର କିରଟି ରୁପା ଗୋଟିଏ, ପାଦୁକା ରୁପା ୨ଟା, କିରଟି ଗୋଟିଏ, ପିତଳ ଘଣ୍ଟି ଗୋଟିଏ, ଶନି ଙ୍କର ତିନେଟି ରୂପା ମୁକୁଟ, ଘଣ୍ଟି ଆଦି ଚୋରି ହୋଇଥିବା ପୂଜକ ସୂଚନା ଦେଇଛନ୍ତି। ଯାହାର ଆନୁମାନିକ ମୂଲ୍ଯ ତିନିଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି।ଘଟଣା ସ୍ଥଳରେ ବଡ଼ମ୍ବା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

