Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
    • ଅପରାଧ
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ:୨ ପିକ୍ ଅପ୍‌, ୧ଟି ଆଇଚର ଜବତ:ଜିଲ୍ଲା ଓ ଜିଲ୍ଲା ବାହାରେ ଚାଲିଥିଲା ବେନାମୀ କାରବାର

Published February 9, 2026 ଅପରାଧ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ଜିଲ୍ଲାର ଗୁଟଖା ମାଫିଆ ଉପରେ ପୁଲିସ ପ୍ରଭାବ ବେଶ ଭାରି ପଡ଼ିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀଙ୍କ ନିର୍ଦ୍ଦେଶରେ ଚାଲିଥିବା ଗୁଟଖା ଚଢ଼ାଉରେ ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଜେଲରେ ରହିଥିବା ଅଭିଯୁକ୍ତ କମଳ ସାହୁର ୩ଟି ଗୁଟଖା ବୋଝେଇ ଗାଡ଼ିକୁ ପୁଲିସ ଜବତ କରିଛି । ନୟାଗଡ଼ ସଦରଥାନା ପୁଲିସ ଖବର ପାଇ ଖୁଣ୍ଟୁବନ୍ଧ ଗ୍ରାମ ନାରାୟଣୀ ମନ୍ଦିର ନିକଟରୁ ଦୁଇଟି ପିକ୍ ଅପ୍ ଭ୍ୟାନ ଜବତ କରିଥିବା ବେଳେ ଏକ ଫାର୍ମ ହାଉସରୁ ଆଇଚର ଗାଡ଼ିକୁ ଜବତ କରିଛି । ଏହାକୁ ନେଇ ସଦରଥାନାରେ ପୁଣି ଏକ ମାମଲା ରୁଜୁ ହୋଇଛି । ଏନେଇ ନେଇ ଆଜି ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତି ରଞ୍ଜନ ସାମନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ବେଆଇନ ଗୁଟଖା କାରବାର ରୋକିବାକୁ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍‌ରେ ଟାଉନଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ, ସଦରଥାନା ଅଧିକାରୀ ପ୍ରିୟତମା ପ୍ରଧାନ, ଇଟାମାଟି ଥାନା ଅଧିକାରୀ ପ୍ରିୟବ୍ରତ ରାଉତ ପ୍ରମୂଖ ରହିଥିଲେ ।

ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସୂଚନାନୁସାରେ, ପ୍ରଥମେ ଇଟାମାଟି ଥାନା ପୁଲିସ ଗୋଟିଏ ପିକ୍ ଅପ୍ ଭ୍ୟାନ ଜବତ କରିବା ସହ କମଳ ସାହୁର ଭାଇ ପ୍ରକାଶ ସାହୁ ଏବଂ ତାର ଦୁଇ ଜଣ ସହଯୋଗୀ ଶ୍ରୀକାନ୍ତ ମହାପାତ୍ର, ବିପିନ ବିହାରୀ ସ୍ୱାଇଁଙ୍କୁ ଗିରଫ କରିଥିଲା । ଏହି ଗୁଟଖା କାରବାରରେ କମଳଙ୍କ ଲିଙ୍କ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ବାଲୁଗାଁ ଅଞ୍ଚଳରେ ପୁଲିସ ଚଢ଼ାଉ କରି ଗୁଟଖା ଜବତ କରିବା ସହ ଗୋବିନ୍ଦ ସାହୁ ଓ ଭଗବାନ ସାହୁଙ୍କୁ ଗିରଫ କରିଥିଲା । ସେମାନେ କମଳ ଓ ପ୍ରକାଶ ସହ ମିଶି ବେପାର କରୁଥିବାରୁ ଉଭୟଙ୍କୁ ଉକ୍ତ ମାମଲାରେ ଅଭିଯୁକ୍ତ ଦର୍ଶା ଯାଇଥିବା ସୂଚନା ମିଳିଛି । ସେହିଭଳି ଭାବେ ଗତକାଲି ଟାଉନଥାନା ପୁଲିସ ଖଣ୍ଡପଡ଼ା ରାସ୍ତା ମିଶ୍ର ଲେନ୍ ସାମ୍ନାରେ ରହିଥିବା ସନ୍ତୋଷ ସାହୁଙ୍କ ଗୋଦାମରେ ଚଢ଼ାଉ କରି ଖଇନି ଓ ଗୁଟଖା ଜବତ କରିଥିବା ବେଳେ ସନ୍ତୋଷଙ୍କୁ ଗିରଫ କରିଛି । ଆଜି ପୁଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ୨ ପିକ୍ ଅପ୍ ଭ୍ୟାନ ଓ ୧ଟି ଆଇଚର ଗାଡ଼ି ଜବତ କରିଛି । ଉକ୍ତ ଗାଡ଼ି ଗୁଡ଼ିକରେ ବିପୁଳ ପରିମାଣର ଗୁଟଖା ରହିଥିବା ଦେଖାଯାଇଛି । ଏହାକୁ ନେଇ ସଦରଥାନାରେ କମଳ ସାହୁ ନାମରେ ଦ୍ୱିତୀୟ ମାମଲା ରୁଜୁ ହୋଇଛି । ନୟାଗଡ଼ ଜିଲ୍ଲା ଓ ଆଖପାଖ ଜିଲ୍ଲାରେ ବେଆଇନ ଭାବେ ଗୁଟଖା କାରବାର କମଳ ସାହୁ ଚଲାଇ ଆସୁଥିବା ପୁଲିସ ସୂଚନା ଦେଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ କମଳ ଖଇନି, ଗୁଟଖା, ଜର୍ଦ୍ଦା ଆଣି ବ୍ୟବସାୟ କରୁଥିଲେ । କମଳଙ୍କ ଚେର ରାୟପୁରରୁ ନୟାଗଡ଼ ଯାଏଁ ଲମ୍ବିଥିବା ପୁଲିସ କହିଛି । ପୁଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିବା ଏ ପର୍ଯ୍ୟନ୍ତ ଜବତ ଗୁଟଖା, ଗାଡ଼ିର ମୁଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି ।

Preloader Image
IMG-20260815-WA0003
IMG-20260108-WA0001
Odisha Lekha February 9, 2026 February 9, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ନୟାଗଡ଼ କଲେଜ ଛାତ୍ର ସଂସଦ ନିର୍ବାଚନ ଫଳ ପ୍ରକାଶ:ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ, ସଭାପତି କାର୍ତ୍ତିକ ମହାନ୍ତି ଓ ସମ୍ପାଦକ ସୁଭମ ପ୍ରକାଶ ପଣ୍ଡା
ଜିଲ୍ଲା ଖବର
ବିଜେପି କର୍ମୀଙ୍କ ଆକ୍ରମଣ ପ୍ରତିବାଦରେ ଏସ୍‌ପି କାର୍ଯ୍ୟାଳୟ ଆଗରେ କଂଗ୍ରେସର ଧାରଣା :ପ୍ରହଲ୍ଲାଦଙ୍କ ଅବସ୍ଥା ଗୁରୁତର:ଶାଶ୍ୱତଆହାତ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍ : ସରିଲା ମତଦାନ, ଫଳାଫଳକୁ ଅପେକ୍ଷା:ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୭୬.୫୩% ମତଦାନ
ଜିଲ୍ଲା ଖବର
ଛାତ୍ର ସଂସଦ ନିର୍ବାଚନ ଅପଡେଟ୍: ଅପରାହ୍ନ ୧ଟା ସୁଦ୍ଧା ୭0% ମତଦାନ
ଜିଲ୍ଲା ଖବର

ଅଧିକ ପଢନ୍ତୁ

ଅପରାଧଜିଲ୍ଲା ଖବର

ଚାହା ପାଇଁ ଛାତ୍ରଙ୍କୁ ଲହୁଲୁହାଣ ମାଡ଼ :ସୁପରିଟେଣ୍ଡେଣ୍ଟଙ୍କ ନାମରେ ଅଭିଯୋଗ

Odisha Lekha September 26, 2026
ଅପରାଧଜିଲ୍ଲା ଖବର

ହୋଟେଲ ଛାତରୁ ଡେଇଁ ବୟସ୍କ ବ୍ୟକ୍ତିଙ୍କ ଆତ୍ମହତ୍ୟା

Odisha Lekha September 25, 2026
ଅପରାଧ

୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ:୨ଟି ଗାଡ଼ି ଜବତ, ୩ ଅଭିଯୁକ୍ତ ଗିରଫ

Odisha Lekha September 22, 2026
ଅପରାଧ

ବାଟୋଇଙ୍କ ଠାରୁ ଲୁଟ ଉଦ୍ୟମ ପଣ୍ଡ, ୭ ଗିରଫ

Odisha Lekha September 22, 2026
ଅପରାଧ

ଯୌତୁକ ନିର୍ଯାତନାରୁ ବୋହୂର ମୃତ୍ୟୁ :ଶାବଳରେ ତଣ୍ଟି ଚିପି ହତ୍ୟା ଅଭିଯୋଗ; ଶାଶୁ ଅଟକ, ସ୍ୱାମୀ ଓ ଶଶୁର ଫେରାର

Odisha Lekha September 19, 2026
ଅପରାଧ

ନକଲି ମଦ ଜବତ, ୪ ଗିରଫ

Odisha Lekha September 13, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?