Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • Home
  • Contact Us
  • About Us
© 2025 -Odisha Lekha. All Rights Reserved.

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ”

Published February 7, 2026 ଶିକ୍ଷା ଓ ନିଯୁକ୍ତି
SHARE

ନୟାଗଡ଼, (ଓଡ଼ିଶା ଲେଖା): ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିସରରେ “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ର ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଶାସନିକ ସଦସ୍ୟ, ନୟାଗଡ ମହିଳା ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ ଡ଼ କୃପାସିନ୍ଧୁ କରଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଘର କିପରି ବିଦ୍ୟାଳୟରେ ପରିଣତ ହୋଇପାରିବ ସେ ବିଷୟରେ ସଂସ୍କାର ମୂଳକ କଥା ସ୍ବାଗତ ଅଭିଭାଷଣରେ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି “ଶିଶୁ ଶିକ୍ଷାର ଭାରତୀୟ ଓ ପାଶ୍ଚାତ୍ୟ ସଙ୍କଳ୍ପନା ଓ ଶିଶୁ ଶିକ୍ଷାରେ ବର୍ତ୍ତମାନ ସ୍ଥିତି” ଉପରେ ମାର୍ଗ ଦର୍ଶନ ଦେଇଥିଲେ ।

ଶିଶୁ ଶିକ୍ଷାରେ ମାଆ ମାନଙ୍କର ଭୂମିକା କ’ଣ ରହିଛି ? ମାଆ ମାନେ କିପରି ମୋବାଇଲ ଠାରୁ ଦୂରେଇ ରହିବେ, ସେ ବିଷୟ ବକ୍ତବ୍ୟରେ ରଖିଥିଲେ। ଚର୍ଚ୍ଚା କଲାଂସ ମୁଖ୍ୟ ପ୍ରଶାସକ ହରେକୃଷ୍ଣ ମୁଦୁଲି “ବର୍ତ୍ତମାନ ସ୍ଥିତିରେ ମାତାପିତା କ’ଣ କରିବା ଦରକାର” ବିଷୟ ଉପରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ଭଗବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୫୦ ଜଣ ଅଭିଭାବକ ଅଭିଭାବିକାଉପସ୍ଥିତ ଥିଲେ । ବିଦ୍ୟାଳୟର ଶିଶୁବାଟିକା ପ୍ରମୁଖା ଭାଗ୍ୟଲତା ସାହୁ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Preloader Image
IMG-20260411-WA0004
IMG-20260330-WA0039
IMG-20260108-WA0001
Odisha Lekha February 7, 2026 February 7, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ‘ରଥପାଇଁ ଗଛଟିଏ’ କାର୍ଯ୍ୟକ୍ରମ:ଗଛ ଲଗାଇବା ପାଇଁ ସଂକଳ୍ପ ନେଲେ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅଭିଭାବକ
ସ୍ୱତନ୍ତ୍ର ଖବର
ତେଲ ମାଲିସ୍ ନେତା ନେତ୍ରୀଙ୍କୁ କେବେ ମିଳିବ ସୁଯୋଗ ?
ରାଜନୀତି
ପ୍ରିୟଦିନି ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ
ସ୍ୱତନ୍ତ୍ର ଖବର
ବିଶ୍ୱନାଥ ପଣ୍ଡିତ ପାଠାଗାରର ଶୁଭ ଉଦଘାଟନ:ଯୁବ ପ୍ରକାଶକଙ୍କୁ ସମ୍ବର୍ଦ୍ଧନା
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଶିକ୍ଷା ଓ ନିଯୁକ୍ତି

ସାହିତ୍ୟ ଏକାଡେମୀର ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା

Odisha Lekha July 7, 2026
ଶିକ୍ଷା ଓ ନିଯୁକ୍ତି

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ

Odisha Lekha March 21, 2026
ଶିକ୍ଷା ଓ ନିଯୁକ୍ତି

ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ଇଣ୍ଟର୍ନସିପ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

Odisha Lekha March 20, 2026
ଶିକ୍ଷା ଓ ନିଯୁକ୍ତି

ଗାଇଡାନ୍ସ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ:ସଚେତନତା ମୂଳକ ନାଟକ ‘ମା ଓ ମମତା’ ମଞ୍ଚସ୍ଥ

Odisha Lekha February 2, 2026
ଶିକ୍ଷା ଓ ନିଯୁକ୍ତି

ରାଜନୀତି ବିଜ୍ଞାନ ବିଭାଗରେ ଆଲୋଚନା ଚକ୍ର:ସଂଘର୍ଷରୁ ସଫଳତାର କାହାଣୀ ବଖାଣିଲେ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ

Odisha Lekha February 1, 2026
ଶିକ୍ଷା ଓ ନିଯୁକ୍ତି

ଗ୍ରାମୀଣ ସମୃଦ୍ଧି ତାଲିମ କାର୍ଯ୍ୟକ୍ରମ

Odisha Lekha January 10, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?