Odisha LekhaOdisha Lekha
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
Aa
Odisha LekhaOdisha Lekha
Aa
  • ରାଜ୍ୟ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • ରାଜ୍ୟ ଖବର
    • ଦୁର୍ଘଟଣା
    • ରାଜନୀତି
    • ସ୍ୱତନ୍ତ୍ର ଖବର
    • ଆଞ୍ଚଳିକ ଖବର
  • ଦେଶ ବିଦେଶ
  • ସ୍ବାସ୍ଥ୍ୟ
  • ଆଧ୍ୟାତ୍ମିକ
  • ଅପରାଧ
  • ମନୋରଞ୍ଜନ
  • ଗଳ୍ପ ଓ କବିତା
    • ଶିକ୍ଷା ଓ ନିଯୁକ୍ତି
  • ଖେଳ
  • ବାଣିଜ୍ୟ
  • ଜିଲ୍ଲା ଖବର
  • Home
  • Contact Us
  • About Us
© 2026 -Odisha Lekha. All Rights Reserved.

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖେଳଣା କରିଦେଲେଣି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ:ଆଟେଣ୍ଟାଣ୍ଡ କରୁଛି ଇସିଜି ପରୀକ୍ଷା:ଇସିଜି ରିପୋର୍ଟକୁ ନେଇ ଡ଼ାକ୍ତର ଅସନ୍ତୁଷ୍ଟ

Published February 6, 2026 ସ୍ବାସ୍ଥ୍ୟ
SHARE

ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଖେଳଣା ପରି ଖେଳୁଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। କଥାରେ ଅଛି, ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ, ସେହି ପରି ନ୍ୟାୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖା ଦେଇଛି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା । ସତେ ଯେପରି ନୟାଗଡ଼ ଜିଲ୍ଲାକୁ ବଦନାମ୍ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶପଥ ନେଇଥିବା ଭଳି ମନେ ହେଉଛି। ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ହଜାର ହଜାର ରୋଗୀ ଆସୁଛନ୍ତି। ରୋଗୀ ମାନଙ୍କ ରୋଗକୁ ଦେଖି ଡାକ୍ତର ବିଭିନ୍ନ ପ୍ରକାରର ଟେଷ୍ଟ ଲେଖିଥାନ୍ତି ଏବଂ ସେହି ଟେଷ୍ଟ ରିପୋର୍ଟ ଆସିଲା ପରେ ଡାକ୍ତର ମେଡ଼ିସିନ୍ ଲେଖିଥାନ୍ତି। ଡାକ୍ତର ଲେଖୁଥିବା ଟେଷ୍ଟ ରୋଗୀ ପାଇଁ ଗୁରୁତ୍ବ ବହନ କରିଥାଏ। ସେହି ଟେଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା ମଧ୍ୟ ସରକାରଙ୍କ ତତଫରୁ ନିଶୁଳ୍କ ବ୍ୟବସ୍ଥା କରାଯାଇଛି, ଏବଂ ଟେଷ୍ଟକୁ ନେଇ ମଧ୍ୟ ବିଭିନ୍ନ ବିଭାଗରେ ଟେକ୍ନିସିଆନ୍ ଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। କିନ୍ତୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏତେ ତଳକୁ ଖସିଗଲାଣୀ ତାହା ନକହିବା ଭଲ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଭାବେ ଇସିଜି ଟେଷ୍ଟ କରାଯାଉଥିବା ବେଳେ ଇସିଜି ମେସିନ ଚଳାଇବା ପାଇଁ ଟେକ୍ନିସିଆନ୍ ନାହାନ୍ତି ତାଙ୍କ ବଦଳରେ ଜଣେ ଆଟେଣ୍ଟାଣ୍ଡଙ୍କୁ ନିଯୁକ୍ତ କରାଯାଇଛି। ଆଟେଣ୍ଟାଣ୍ଡ ନା ଶିକ୍ଷାଗତ ଯୋଗ୍ୟତା ନା ଅଛି ଇସିଜି ଟେଷ୍ଟ ଉପରେ ଜ୍ଞାନ। ଯେତିକି ଦେଖା ଦେଖିରେ ଶିଖିଛି ସେତିକି କାମ ଚଳାଉଥିବା ଦେଖିବାକୁ ମିଳିଛି। ତେଣୁ ସେହି ଟେଷ୍ଟ ଗୁଡ଼ିକୁ ଡାକ୍ତର ନାକଜ୍ କରିଦେଇଥିବା ଦେଖିବାକୁ ମିଳିଛି। ଏହି ଅନାମ ଧେୟ ଆଟେଣ୍ଟାଣ୍ଡ ଜଣଙ୍କ ପ୍ରଭାତ କୁମାର ପଣ୍ଡା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘଦିନ ହେଲା ବିଏମଡ଼ବ୍ଲ୍ୟୁ ସୁପର ଭାଇଜର ଭାବେ କାମ କରିଆସୁଥିବା ବେଳେ ଗତ ବର୍ଷ ଡିସେମ୍ବର ମାସରେ ଆଟେଣ୍ଟାଣ୍ଡ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏବେ କିଛି ଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅପାରଗତା ପାଇଁ ଇସିଜି ଭଳି ଗୁରୁତ୍ବପୁର୍ଣ ଟେଷ୍ଟକୁ ଆଟେଣ୍ଟାଣ୍ଡ ପ୍ରଭାତ କୁମାର ପଣ୍ଡାଙ୍କ ହାତକୁ ଟେକି ଦେଇଥିବା ଦେଖିବାକୁ ମିଳିଛି। ପୁର୍ବରୁ ଇସିଜି କରିବା ପାଇଁ ଟେକ୍ନିସିଆନ୍ କିମ୍ବା ଫାର୍ମାସିଷ୍ଟ ମାନଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କାହିଁକି ଜଣେ ଆଟେଣ୍ଟାଣ୍ଡ ହାତକୁ ଇସିଜି ଟେଷ୍ଟକୁ ଟେକି ଦେଇଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଣେ ଆଟେଣ୍ଟାଣ୍ଡ ତଳତଳିଆ କର୍ମଚାରୀ ହୋଇଥିବା ବେଳେ ତାଙ୍କୁ କେମିତି ଇସିଜି ଭଳି ଗୁରୁତ୍ବପୂର୍ଣ୍ଣ ଟେଷ୍ଟକୁ ଟେକି ଦେଇ ଜନକଲ୍ୟାଣ ଅଧିକାରୀ। ଆଟେଣ୍ଟାଣ୍ଡଙ୍କ ରିପୋର୍ଟକୁ ନେଇ ଡ଼ାକ୍ତର ଅସନ୍ତୁଷ୍ଟ ଥିବା ଜଣାପଡିଛି। ତେବେ ଏହି ଆଟେଣ୍ଟାଣ୍ଡ ନିଯୁକ୍ତି ବଡ଼ ଘୋଟାଲା କରାଯାଇଥିବା ନେଇ ମଧ୍ୟ ଆଲୋଚନା କରାଯାଉଛି। ତେବେ ଯିଏ ସୁଧାର ଆଣିବା କଥା ସିଏ ଜାଣି ଅଜଣା ହେଉଥିବା ଦେଖିବାକୁ ମିଳିଛି। ତେଣୁ ନୟାଗଡ଼ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Preloader Image
IMG-20260815-WA0003
IMG-20260108-WA0001
Odisha Lekha February 6, 2026 February 6, 2026
Share This Article
Facebook Twitter Whatsapp Whatsapp
What do you think?
Love0
Sad0
Happy0
Angry0
Surprise0
Dead0
Wink0
ବ୍ରହ୍ମପୁରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର କ୍ଲଷ୍ଟରସ୍ତରୀୟ ପ୍ରଶିକ୍ଷଣ ଶିବିର:ଡିଜିଟାଲ ମିଡ଼ିଆର ସୁଯୋଗ, ସମ୍ଭାବନା, ଆହ୍ୱାନ ଓ ଦାୟିତ୍ୱବୋଧ ଉପରେ ଆଲୋଚନା
ଜିଲ୍ଲା ଖବର
ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ
ଆଞ୍ଚଳିକ ଖବର ସ୍ବାସ୍ଥ୍ୟ
“ସହର ଆମର, ସମ୍ପତ୍ତି ଆମର;ସ୍ୱଚ୍ଛତା ଓ ସୁରକ୍ଷା ଦାୟିତ୍ୱ ମଧ୍ୟ ଆମର”:ଅରୁଣ
ଜିଲ୍ଲା ଖବର
ସମ୍ପାଦକୀୟ: ନୟାଗଡ଼ର ସବୁଜ ବନାନୀ, ସୁରକ୍ଷା ଆମର ଦାୟିତ୍ୱ
ସ୍ୱତନ୍ତ୍ର ଖବର

ଅଧିକ ପଢନ୍ତୁ

ଆଞ୍ଚଳିକ ଖବରସ୍ବାସ୍ଥ୍ୟ

ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଅଭିଯୋଗ;ଖୁବ୍‌ଶୀଘ୍ର ୪ ଜଣ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ:ବିଧାୟକ

Odisha Lekha August 31, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର:ରୋଗୀଙ୍କୁ ମିଳୁନି ବେଡସିଟ୍ !

Odisha Lekha August 31, 2026
ଜିଲ୍ଲା ଖବରସ୍ବାସ୍ଥ୍ୟ

ଲାଇଫ୍ କେୟାର ଡାଇଗ୍ନୋଷ୍ଟିକ୍‌ରେ ଅଲଟ୍ରାସାଉଣ୍ଡ କରୁଥିବା ସରକାରୀ ଡାକ୍ତରଙ୍କୁ ନେଇ ଅଭିଯୋଗ:ନୟାଗଡ଼ରେ ଚାଲିଛି ବେଲଗାମ ରୋଗୀ ଶୋଷଣ:କଂଗ୍ରେସ

Odisha Lekha August 29, 2026
ସ୍ବାସ୍ଥ୍ୟ

ସାୟେସା ଜନ୍ମଦିନରେ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ:ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ନେଲେ ଶତାଧିକ ରୋଗୀ

Odisha Lekha June 30, 2026
ସ୍ବାସ୍ଥ୍ୟ

ସାଇ ହେଲଥ କେୟାର ଓ ଫିଜିଓ ଥେରାପି କ୍ଲିନିକ୍ ଉଦଘାଟିତ

Odisha Lekha March 20, 2026
ସ୍ବାସ୍ଥ୍ୟ

ନୟାଗଡ଼ରେ ଗାଲାକ୍ସି ମେଗା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର: ଗୋଟିଏ ବର୍ଷ ଶହେ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ କରି ମାଇଲଖୁଣ୍ଟ ଛୁଇଁଛି ଗାଲାକ୍ସି ସ୍ୱାସ୍ଥ୍ୟ ବୀମା କମ୍ପାନୀ

Odisha Lekha March 6, 2026
Show More
Follow US
© 2025 -Odisha Lekha. All Rights Reserved.
  • Home
  • Contact Us
  • About Us
Welcome Back!

Sign in to your account

Lost your password?