କନ୍ଧମାଳ, (ଓଡ଼ିଶା ଲେଖା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଟ୍ରକରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ। ତେବେ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରୁ ଟ୍ରକ ସହ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି। ସୂଚନାନୁସାରେ, କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷ ହୋଇ ବିଭିନ୍ନ ଗଳା ବାଟ ଦେଇ ଚୋରାରେ ଗଞ୍ଜେଇ ଚାଲାଣ ଚାଲାଣ ହେଉଥିବା ବେଳେ ବାଲିଗୁଡ଼ା ଥାନାର ନୂତନ ଥାନା ଅଧିକାରୀ ଶିବରଞ୍ଜନ ସିଂହାଙ୍କ ନିର୍ଦ୍ଦେଶ କ୍ରମେ ଥାନାର କର୍ମଚାରୀ ମାନେ ରାସ୍ତାରେ କଡ଼ା ପାଟ୍ରୋଲିଂ କରିବା ସହ ଗାଡ଼ି ଗୁଡ଼ିକ କଡ଼ାକଡ଼ି ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ କନ୍ଧମାଳରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା (OW -23G 9855) ରେ ଗଞ୍ଜେଇ ଯାଉଥିବାର ସୁରାକ ପାଇବା ସହ ପୋଲିସ ଅଟକାଇ ଗାଡ଼ିକୁ ଜବତ୍ କରିବା ଗାଡ଼ିରେ ଥିବା ୧୯୧ କେଜି ଗଞ୍ଜେଇ ଜବତ କରିଛି। ପୋଲିସ ନିଜ ଆଡୁ ଥାନାରେ କେସ ନଂ ୩୦/୨୦୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଡ୍ରାଇଭର ଓ ହେଲ୍ପରଙ୍କୁ ଅଟକ ରଖିଥିବା ନେ଼ଇ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟ ଯୋଗୁଁ ବାଲିଗୁଡ଼ା ଥାନା ଅଧିକାରୀ ଶ୍ରୀଯୁକ୍ତ ସିଂହା ଥାନାର ସମସ୍ତ କର୍ମଚାରୀଙ୍କୁ ସାଧୁବାଦ୍ ଜଣାଇଛନ୍ତି।


