ଓଡ଼ିଶା ଲେଖା ଅଫିସ: ଟି-୨୦ କ୍ରିକେଟ ମ୍ୟାଚରେ ଈଶାନ କିଶାନଙ୍କ ଜଲୱା ଦେଖିବାକୁ ମିଳିଛି। ଈଶାନ କିଷାନ ହଜାରେ ରନ କ୍ଲବରେ ଆଜି ସାମିଲ ହୋଇଛନ୍ତି । ଈଶାନ କିଶାନ କ୍ୟାରିୟରରେ ୩୬ଟି ଟି-୨୦ ଖେଳି ୨୯.୫୬ଆଭରଜରେ ଖେଳି ୧ ହଜାର ରନ କ୍ଲବରେ ସାମିଲ ହେବା ସହ ଟି-୨୦ରେ ପ୍ରଥମ ଥର ଅପରାଜିତ ରହି ଶତକୀୟ ଇଂନିସି ଖେଳିଵା ଜାରି ରଖିଥିଲେ। ତେବେ ଧୂଆଁଧାର ବ୍ୟାଟିଂ କରି ୪୩ଟି ବଲରେ ୧୦ଟି ଛକା ଓ ୬ଟି ଚୌକା ସହାୟତାରେ ୧୦୩ ରନ କରି ଡୁଫିଙ୍କ ବଲରେ କ୍ୟାଚ ଆଉଟ ହୋଇ ପ୍ୟାଭେଲିୟନ ଫେରିଥିବା ବେଳେ ସାଥି ଖେଳାଳି ମାନେ ଶୁଭେଚ୍ଛା ଜଣାଇଛନ୍ତି।

