ନୟାଗଡ଼, (ଓଡ଼ିଶା ଲେଖା): ନୟାଗଡ଼ ସଦର ଥାନା ଅଞ୍ଚଳରେ ଏକ ବଧୂ ହତ୍ୟା କରିଥିବା ନେଇ ଝିଅର ବାପ ଘର ଲୋକ ଅଭିଯୋଗ ଆଣିଥିବା ବେଳେ ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହଟ୍ଟଗୋଳ କରିଥିବା ଜଣାପଡ଼ିଛି। ବଧୂ ଜଣଙ୍କ ହେଲେ (୪୦) ବର୍ଷିଆ ମିନତୀ ସ୍ଵାଇଁ। ସୂଚନାନୁସାରେ, ନୟାଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଭାଟସାହି ଗାଁରେ ହୋଇଥିବା ବେଳେ ସେ ସଦର ଥାନା ଅଞ୍ଚଳରେ ଥିବା ମାଳିସାହି ଗାଁର ରବିନ୍ଦ୍ର କୁମାର ସ୍ଵାଇଁଙ୍କୁ ବିବାହ କରିଥିଲେ। ସ୍ବାମୀ ରବିନ୍ଦ୍ର ସୁରଟ ରେ କାମ କରୁଥିବା ବେଳେ ରବିନ୍ଦ୍ରଙ୍କ ପରିବାର ଲୋକ ମିନତୀଙ୍କୁ ନିର୍ଯ୍ୟାତନା ଦେଇଆସୁଥିଲେ। ତେବେ ଏହାକୁ ନେଇ ପୁର୍ବରୁ ବହୁ ବାର କଥା କଟାକଟି ହୋଇଛି ଏବଂ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା। ତେବେ ଗୁରୁବାର ଅପରାହ୍ନରେ ମିନତିଙ୍କ ଝିଅ ତାଙ୍କ ମାମୁଁଙ୍କୁ ଖବର ଦେଇଥିଲେ ଯେ, ବୋଉ ଦେହ ଭଲ ନାହିଁ ତାଙ୍କୁ ମେଡିକାଲ୍ ନେଇଛନ୍ତି, ତୁମେ ତୁରନ୍ତ ପହଞ୍ଚ। ତେବେ ମେଡିକାଲ୍ ରେ ମାମୁଁ ମେଡିକାଲ୍ ରେ ପହଞ୍ଚିଥିଲା ବେଳକୁ ଭଉଣୀ ମିନତୀର ମୃତ୍ୟୁ ହୋଇଥିବା ବେକରେ ଦାଗ ଥିବା ଦେଖିବାକୁ ପାଇଥିଲେ। ସେପଟେ ମିନତୀ ବିଶ ଖାଇ ଦେଇଥିବା ନେଇ ଶଶୁର ଓ ଯା କହୁଥିବା ବେଳେ ମିନତୀଙ୍କ ବେକରେ ଦାଗ ଥିବା ଦେଖି ଓ ପୂର୍ବ ନିର୍ଯାତନା ଘଟଣାଙ୍କୁ ନେଇ ମିନତୀଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିନତୀଙ୍କ ମୃତକୁ ନେଇ ହଟ୍ଟଗୋଳ କରୁଥିବା ବେଳେ ନୟାଗଡ଼ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ଗୃହରେ ରଖିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ହତ୍ୟା ନା ଆତ୍ମ ହତ୍ୟା ଜଣାପଡିବ।


